• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ପୁଣି ଚର୍ଚ୍ଚାରେ ବାଲେଶ୍ୱର ମେଡିକାଲ । ସାମାନ୍ୟ ବର୍ଷାରେ ବେହାଲ ହେଲା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ମାତ୍ର ଅଧା ଘଣ୍ଟା ବର୍ଷାରେ ମେଡିକାଲରେ ଶୋଚନୀୟ ସ୍ଥିତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଲହଡ଼ି ଖେଳିଲା ବର୍ଷା ପାଣି । ଔଷଧ ବିତରଣ କେନ୍ଦ୍ର ନିକଟ ରେଷ୍ଟ ରୁମ୍ ପାଖରେ ସାମାନ୍ୟ ବର୍ଷାରେ ପାଣି ଭର୍ତ୍ତି ପରେ ଅସନ୍ତୋଷ ଝାଡ଼ିଲେ ରୋଗୀ ଓ ସଂପର୍କୀୟ । 

ରୋଗୀଙ୍କ ଅଭିଯୋଗ ହସ୍ପିଟାଲ ଭିତରେ ପାଣି ଭର୍ତ୍ତି ଯୋଗୁଁ କେଉଁଠି ବସିବା ସମ୍ଭବ ହେଉନାହିଁ । ହସ୍ପିଟାଲକୁ ଲୋକେ ଚିକିତ୍ସା ପାଇଁ ଆସୁଛନ୍ତି ଅଥଚ ଅପରିଷ୍କାର ପାଣିରେ ସଂକ୍ରମଣ ହେବାର ସମ୍ଭାବନା ରହିଥିବା କହିଛନ୍ତି କିଛି ରୋଗୀ । ଏଥିସହ ଡ୍ରେନେଜ୍ କାମ ଠିକ୍ ଭାବେ କରାଯାଇନାହିଁ ଅଭିଯୋଗ କରିଛନ୍ତି ରୋଗୀ । ମାତ୍ର ଅଧ ଘଣ୍ଟା ବର୍ଷାରେ ହସ୍ପିଟାଲ ଭିତରେ ପାଣି ଭର୍ତ୍ତି, ଯଦି ଆଗକୁ ବଡ଼ ବର୍ଷା ହୁଏ ତେବେ ସ୍ଥିତି କଣ ହେବ ପ୍ରଶ୍ନ କରିଛନ୍ତି ବାଲେଶ୍ୱର ବାସିନ୍ଦା । ହସ୍ପିଟାଲ ଭିତରେ ପାଣି ଭର୍ତ୍ତି ନେଇ ନିମ୍ନମାନର କାମକୁ ମଧ୍ୟ ଦାୟୀ କରିଛନ୍ତି ରୋଗୀ ।

 

OTV is now on Whatsapp

Join and get latest news update delivered to you via whatsapp

Join Now