• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଛତୁଆ ଖାଇ ଚାଲିଗଲା ଗୋଟିଏ ପରିବାରର ଦୁଇ ଜଣ ଶିଶୁ କନ୍ୟାଙ୍କ ଜୀବନ । ଦୁନିଆ ଦେଖିବା ଆଗରୁ ଦୁନିଆ ଛାଡି ଚାଲିଯାଇଛନ୍ତି ଦୁଇ ଜଣ ନିଷ୍ପାପ ଶିଶୁ । ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ରାମଗିରି ଗାଁରେ ଅଭାବନୀୟ ଘଟଣା ।

ଛତୁଆ ଖାଇବାପରେ ୨ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ମୃତକ ନାବାଳିକାଙ୍କ ମଧ୍ୟରୁ ଜଣଙ୍କ ବୟସ ୩ ଏବଂ ଅନ୍ୟ ଜଣଙ୍କ ବୟସ ୬ ବର୍ଷ ବୋଲି ସୂଚନା ମିଳିଛି । ଉଭୟ ନାବାଳିକାଙ୍କ ବାପା ଓ ଜଣେ ଝିଅ ମଧ୍ୟ ଗୁରୁତର ଥିବା ସୂଚନା ମିଳିଛି । ରାମଗିରି ହସ୍‌ପିଟାଲ ଓ ପାରଳାଖେମୁଣ୍ଡି ହସ୍‌ପିଟାଲରେ ୨ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଛି ।

Also Read

ଗୁରୁତର ବାପା ଓ ଅନ୍ୟ ଜଣେ ଝିଅଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା । ସେନେଇ ସ୍ପଷ୍ଟ ହୋଇପାରୁନାହିଁ । କିନ୍ତୁ, ମିଳିଥିବା ସୂଚନା ଅନୁଯାୟୀ, ଢେମାକୁଡିଆ ଗାଁର ଅର୍ଜୁନ ବଦମୁଣ୍ଡିଙ୍କ ପରିବାର ଗତକାଲି ଛତୁଆ ଖାଇଥିଲେ । ଏହାପରେ ଅର୍ଜୁନଙ୍କ ସମେତ ୪ ଜଣ ଗୁରୁତର ହେବାପରେ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

 

ସଂଧ୍ୟାରେ ଜଣେ ଶିଶୁକନ୍ୟା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ମେଡିକାଲ୍ ପହଞ୍ଚିବା ବେଳେ ଆଉ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: ଅପରାଧ ହାର ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସର ବଡ଼ ଯୋଜନା