• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

liton ..
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ବାଂଲାଦେଶ କ୍ରିକେଟରଙ୍କ ପତ୍ନୀ ଆହତ

ଢାକା: ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁ ବାଂଲାଦେଶ କ୍ରିକେଟର ଲିଟନ ଦାସଙ୍କ ପତ୍ନୀ ଦେବଶ୍ରୀ ବିଶ୍ୱାସ ସଞ୍ଚିତା ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ଦିନ ଦେବଶ୍ରୀ ଚା’ ପ୍ରସ୍ତୁତ କରିବା ପାଇଁ ରୋଷଇ ଘରକୁ ଯାଇଥିଲେ। ଏହି ସମୟରେ ସେ ଯେତେବେଳେ ଗ୍ୟାସ ଚୁଲ୍ଲା ଅନ କରିଥିଲେ ହଠାତ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଏଥିରେ ତାଙ୍କର ଡାହାଣ ହାତ ଜଳି ଯାଇଛି। ଏହି ଘଟଣାକୁ ନେଇ ଦେବଶ୍ରୀ କହିଛନ୍ତି, ଏହି ଦୁର୍ଘଟଣାକୁ ମୁଁ କେବେବି […]

  • Thursday, 22 July 2021
dd-2
ଏଣିକି ସର୍ବାଧିକ ୪ଟି ଲିଗ୍‌ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ ପାକ କ୍ରିକେଟର: PCB

ଇସଲାମାବାଦ: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ ଖେଳାଳିଙ୍କ ପାଇଁ ନୂଆ ନୋ ଅବଜେକସନ ସାର୍ଟିଫିକେଟ ବା ଏନଓସି ଜାରି କରାଯାଇଛି। ଏହି ନୂଆ ନିୟମ ଅନୁଯାୟୀ, ଜଣେ ଖେଳାଳି ସର୍ବାଧିକ ୪ଟି ଫରେନ ଲିଗ୍‌ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ। ଏହି ଲିଗ୍‌ ଗୁଡ଼ିକରେ ପାକିସ୍ତାନ ସୁପର ଲିଗ(ପିଏସ୍‌ଏଲ) ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ପିସିବି ଏକ ମିଡିଆ ବିବୃତିରେ କହିଛି ଯେ ଅନ୍ତର୍ଜାତୀୟ କ୍ରିକେଟ ଅପରେସନ ବିଭାଗ, ଜାତୀୟ ଟିମ୍‌ର ମୁଖ୍ୟ କୋଚ, ଟିମ୍‌ ମ୍ୟାନେଜମେଣ୍ଟ ସହ ଆଲୋଚନା କରାଯାଇ […]

  • Thursday, 22 July 2021
ba4mof78_sachin-tendulkar-afp_625x300_25_March_20_1
କରୋନା ମୁକାବିଲା: ସହାୟତାର ହାତ ବଢ଼ାଇଲେ ମାଷ୍ଟର୍ ବ୍ଲାଷ୍ଟର୍‌

ମୁମ୍ବାଇ: କରୋନା ଭାଇରସ୍ ବିରୋଧରେ ସାରା ବିଶ୍ୱ ଲଢ଼ୁଛି। ଏହି ମହାମାରୀ ପାଇଁ ଅନେକ ସେଲିବ୍ରିଟି ସହାୟତାର ହାତ ବଢ଼ାଇଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର। ସଚିନ କୋଭିଡ୍‌-୧୯ ବିରୋଧରେ ଲଢ଼ିବା ପାଇଁ ମୋଟ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ପିଟିଆଇ ପକ୍ଷରୁ ଜଣେ ବ୍ୟକ୍ତି ନିଜ ନାଁ ଗୁପ୍ତ ରଖି କହିଛନ୍ତି, ସଚିନ, କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ୍ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ […]

  • Thursday, 22 July 2021
football
କରୋନା ନେଲା ଏହି ଫୁଟବଲରଙ୍କ ଜୀବନ

ଲଣ୍ଡନ: କରୋନା ନେଲା ଫୁଟବଲରଙ୍କ ଜୀବନ। ସୋମାଲିଆର ମହାନ ଫୁଟବଲର ମହମ୍ମଦ ଫାରାଙ୍କ ୫୯ ବର୍ଷ ବୟସରେ ମୃତ୍ୟୁବରଣ ହୋଇଛି। କୋଭିଡ୍‌-୧୯ ମହାମାରୀରେ ଆକ୍ରାନ୍ତ ଥିବା ଫାରା ଲଣ୍ଡନ ହସ୍ପିଟାଲରେ ଚିକିତ୍ସିତ ବେଳେ ତାଙ୍କର ମୃତ୍ୟୁ ହୋଇଥିବା କନଫେଡେରେସନ୍ ଅଫ ଆଫ୍ରିକାନ୍ ଫୁଟବଲ୍ (ସିଏଏଫ୍‌) ଓ ସୋମାଲି ଫୁଟବଲ୍ ଫେଡେରେସନ୍ (ଏସଏଫଏଫ୍‌) ସ୍ପଷ୍ଟ କରିଛି। ଫାରା, ସୋମାଲିଆନ୍ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶଦାତା ଭାବେ କାମ କରୁଥିଲେ। ଫେବୃଆରୀ ୧୫, ୧୯୬୧ରେ ବେଲେଡ୍ୱେନ୍ ଜନ୍ମିତ […]

  • Thursday, 22 July 2021
team india
ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ୍‌ରେ ଭାରତ

ସିଡନୀ: ସେମି ଫାଇନାଲ ମ୍ୟାଚ୍‌ ନ ଖେଳିବି ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା-ଟି୨୦ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚି ଯାଇଛି ଭାରତ। ଆଜି ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ସେମି ଫାଇନାଲ ମ୍ୟାଚ୍‌ ଖେଳିବାର ଥିଲା। ହେଲେ ପ୍ରବଳ ବର୍ଷା ଲାଗି ରହିବାରୁ ମ୍ୟାଚ୍‌କୁ ବାତିଲ କରାଯାଇଥିଲା। କିନ୍ତୁ ଟିମ୍‌ ଇଣ୍ଡିଆ ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଥିବାରୁ ଦଳକୁ ଏହାର ଫାଇଦା ମିଳିଛି। ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୮ ପଏଣ୍ଟ ପାଇଥିବା ବେଳେ ଇଂଲଣ୍ଡ ୬ […]

  • Thursday, 22 July 2021
cricket
୭ ୱିକେଟ୍‌ରେ ଭାରତକୁ ହରାଇଲା ନ୍ୟୁଜିଲ୍ୟାଣ୍ଡ

କ୍ରାଇଷ୍ଟଚର୍ଚ୍ଚ: ତିନି ଦିନରେ ଶେଷ ହୋଇଯାଇଛି ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟ୍। ଆଉ ଏଥିରେ ହାରିଯାଇଛି ଭାରତ। ନ୍ୟୁଜିଲ୍ୟାଣ୍ଡ ଠାରୁ ୭ ୱିକେଟ୍‌ରେ ଏହି ମ୍ୟାଚ୍ ହାରିଯାଇଛି ଦଳ। ଏହା ସହିତ ଘରୋଇ ଦଳ ଏହି ସିରିଜ୍‌କୁ ୨-୦ରେ ଜିତି ଯାଇଛି। କାଇଲ ଜେମିସନ୍‌ଙ୍କୁ ‘ମ୍ୟାନ୍‌ ଅଫ୍ ଦ ମ୍ୟାଚ୍’ ଦିଆଯାଇଥିବା ବେଳେ ଟିମ୍ ସାଉଦୀଙ୍କୁ ‘ମ୍ୟାନ୍ ଅଫ୍ ଦ ସିରିଜ୍‌’ ଦିଆଯାଇଛି। ହେଗଲେ ଓଭାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତୀୟ ଦଳ ୨୪୨ […]

  • Thursday, 22 July 2021
Pragyan Ojha
ଅବସର ଘୋଷଣା କଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା

ଭୁବନେଶ୍ୱର: କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା।। ଏନେଇ ପ୍ରଜ୍ଞାନ ଆଜି ହାଇଦ୍ରାବାଦ କ୍ରିକେଟ ଆସୋସିଏସନକୁ ଚିଠି ଲେଖି କ୍ରିକେଟରୁ ଅବସର ନେବା ନେଇ ସୂଚନା ଦେଇଛନ୍ତି। ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ପ୍ରଜ୍ଞାନ ହାଇଦ୍ରାବଦକୁ ପ୍ରତିନିଧିତ୍ୱ କରି ଆସୁଥିଲେ। ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ପାଇଁ ସେ ୧୪ ବର୍ଷ ଖେଳିଥିଲେ। ଟିମ୍‌ ଇଣ୍ଡିଆ ତରଫରୁ […]

  • Thursday, 22 July 2021
virat
ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବ ଭାରତ !

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ବିସିସିଆଇ ସୂତ୍ରରୁ ଖବର ମିଳିଛି। ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି କିଛି ଦିନ ପୂର୍ବେ କହିଥିଲେ ଯେ, ତାଙ୍କ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଅଛି। ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୁପ୍ତ ରଖି କହିଛନ୍ତି, “ଭାରତର ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଖେଳାଯିବାର ସମ୍ଭାବନା ରହିଛି।” ଭାରତ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ଗତବର୍ଷ […]

  • Thursday, 22 July 2021
virat
ଏମିତି ରନ୍‌ ଆଉଟ୍‌ କରି ସମସ୍ତଙ୍କୁ ଚକିତ କରିଦେଲେ ବିରାଟ

ହାମିଲଟନ: ଶୂନ୍ୟରେ ଉଡ଼ି ରନ୍‌ ଆଉଟ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ହାମିଲଟନର ସେଡ୍ଡନ ପାର୍କ ଷ୍ଟାଡିୟମରେ ବିରାଟ, ନ୍ୟୁଜିଲ୍ୟାଣ୍ଡ ଓପନର ହେନେରି ନିକୋଲସଙ୍କୁ କରିଥିବା ରନ୍‌ ଆଉଟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକୋଲସ ଅର୍ଦ୍ଧଶତକ ହାସଲ କରିବା ସହ ଅଭିଜ୍ଞ ରସ୍‌ ଟେଲରଙ୍କ ସହ ମିଶି ନ୍ୟୁଜିଲ୍ୟାଣ୍ଡକୁ ବିଜୟ ଅଭିମୁଖେ ନେଇ ଯାଉଥିଲେ। ହେଲେ ବିରାଟ ଚମତ୍କାର ଫିଲ୍ଡିଂ କରି ନିକୋଲସଙ୍କୁ […]

  • Thursday, 22 July 2021
dhoni
ଗୁପ୍‌ଚୁପ୍‌ ପରଷିଲେ ଧୋନି, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଗୁପ୍‌ଚୁପ୍‌ ପରଷିଲେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ? ଆଶ୍ଚର୍ଯ୍ୟ ଲାଗିବା ବି ସ୍ୱାଭାବିକ। କାରଣ କଥାଟା ଏମିତି ଯେ କେହିବି ଶୁଣିଲେ ସେମାନଙ୍କୁ ଟିକେ ଅଜବ ଲାଗିବ। ହେଲେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲ୍‌ଦ୍ୱୀପରେ। ଯେଉଁଠି ଧୋନି ଏବେ ପରିବାର ଓ ବନ୍ଧୁଙ୍କ ସହ ଛୁଟି କଟାଉଛନ୍ତି। ଧୋନିଙ୍କ ଗୁପ୍‌ଚୁପ୍‌ ପ୍ରସ୍ତୁତ କରିବାର ଭିଡିଓ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ […]

  • Thursday, 22 July 2021
team india
ସିରିଜ୍‌ କ୍ଲିନ୍‌ ସ୍ୱିପ୍‌ କଲା ଟିମ୍‌ ଇଣ୍ଡିଆ

ମାଉଣ୍ଟ ମାଉଙ୍ଗାନୁଇ: ସୁପର୍ ସଣ୍ଡେରେ ଜବରଦସ୍ତ ବିଜୟ ସହ ଟି-୨୦ ସିରିଜକୁ ହ୍ୱାଇଟୱାଶ୍ କରି ନେଇଛି ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଦଳ କ୍ରମାଗତ ପଞ୍ଚମ ମ୍ୟାଚରେ ପରାସ୍ତ ହୋଇଛି। ବେ ଓଭାଲରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଭାରତ ୭ ରନରେ ନ୍ୟୁଜିଲ୍ୟାଣ୍ଡ୍‌କୁ ପରାସ୍ତ କରି ବିଶ୍ୱକପ୍ ପାଇଁ ତା’ର ପ୍ରସ୍ତୁତି ଅଧିକ ମଜଭୁତ୍ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୫-୦ରେ ପୋଛି ନେଇଛି। ରବିବାର ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ […]

  • Thursday, 22 July 2021
match
ଭାରତ-ନ୍ୟୁଜିଲ୍ୟାଣ୍ଡ ୫ମ ଟି-୨୦ ମ୍ୟାଚ୍‌: ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି

ମାଉଣ୍ଟ ମାଉଙ୍ଗାନୁଇ: ଭାରତ ଏବଂ ଘରୋଇ ଦଳ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ୫ମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌। ସିରିଜର ଅନ୍ତିମ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ତେବେ ଅଧିନାୟକ ବିରାଟ କୋହଲିଙ୍କୁ ଏହି ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଥିବା ବେଳେ ଦଳର ନେତୃତ୍ୱ ନେଇଛନ୍ତି ରୋହିତ ଶର୍ମା। ସେହିପରି ପୂର୍ବ ୪ଟି ମ୍ୟାଚ୍‌ର ସଫଳତାକୁ ଆଧାର କରି ଅନ୍ତିମ ମ୍ୟାଚ୍‌ ଜିତି ଭାରତ ବିଦେଶୀ ମାଟିରେ କ୍ଲିନ୍‌ ସୁଇପ କରିବ ବୋଲି ଲକ୍ଷ୍ୟ ରଖିଛି। […]

  • Thursday, 22 July 2021
kobe bryant
ହେଲିକପ୍ଟର ଦୁର୍ଘଟଣା: ବାସ୍କେଟ୍‌ବଲ୍ ଲେଜେଣ୍ଡ୍‌ କୋବେ ବ୍ରାଏଣ୍ଟ ଓ ତାଙ୍କ ଝିଅଙ୍କ ସମେତ ୯ ମୃତ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବାସ୍କେଟ୍‌ବଲ୍ ଲେଜେଣ୍ଡ୍‌ କୋବେ ବ୍ରାଏଣ୍ଟ(୪୧)  ଓ ତାଙ୍କର ୧୩ ବର୍ଷୀୟ ଝିଅ ଅଛନ୍ତି। ଗତକାଲି ବ୍ରାଏଣ୍ଟ ତାଙ୍କ ଝିଅ ଜିଆନାଙ୍କ ସହ ଏହି ହେଲିକପ୍ଟରରେ ଯାତ୍ରା କରୁଥିଲେ। ହେଲିକପ୍ଟରଟି କାଲାବାସାସ୍ ସ୍ଥିତ ପାହାଡ଼ିଆ ଅଞ୍ଚଳରେ ଏକ ପାହାଡ଼ରେ ଯାଇ ପିଟି ହୋଇଯିବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରିଛନ୍ତି। […]

  • Thursday, 22 July 2021
oca
୨ ବର୍ଷ ପାଇଁ ବାସନ୍ଦ ହେଲେ ଦୁଇ ଓଡ଼ିଆ କ୍ରିକେଟର

କଟକ: ନକଲି ବୟସ ପ୍ରମାଣପତ୍ର ଦେବା ଅଭିଯୋଗରେ ଫସିଲେ ୨ ଓଡ଼ିଆ କ୍ରିକେଟର। ସେମାନେ ହେଲେ- ସୋମେନ୍ ଚାନ୍ଦ ଓ ବିଶ୍ୱଜିତ୍ ମଲ୍ଲିକ। ଉଭୟ ବୟସ ଜାଲିଆତି କରି ୨୩ ବର୍ଷରୁ କମ୍ ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଅଭିଯୋଗ ହୋଇଥିଲା। ଏନେଇ ପ୍ରମାଣ ପାଇବା ପରେ ବିସିସିଆଇ ଉଭୟଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଜାଲିଆତିରେ ଧରାପଡ଼ିବା ପରେ ଉଭୟ ସୋମେନ୍ ଓ ବିଶ୍ୱଜିତ୍‌ଙ୍କୁ କୋଲ୍‌କାତାରୁ ଫେରି ଆସିବାକୁ ପଡ଼ିଛି। ପୂର୍ବରୁ […]

  • Wednesday, 21 July 2021
charulata
ଟିମ୍‌ ଇଣ୍ଡିଆର ସୁପର୍‌ଫ୍ୟାନ୍‌ ଚାରୁଲତା ପଟେଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ସୁପର୍‌ଫ୍ୟାନ୍‌ ଚାରୁଲତା ପଟେଲ ଆଉ ନାହାନ୍ତି। ତାଙ୍କ ବିୟୋଗରେ ବିସିସିଆଇ ଶୋକ ପ୍ରକାଶ କରିଛି। ଟ୍ୱିଟ୍‌ କରି ବିସିସିଆଇ ପକ୍ଷରୁ କୁହାଯାଇଛି, “ଚାରୁଲତା ପଟେଲ ଜୀ ସବୁବେଳେ ଆମମାନଙ୍କ ହୃଦୟରେ ରହିବେ। ଖେଳ ପ୍ରତି ତାଙ୍କର ରୁଚି ସବୁବେଳେ ମନେ ରହିବ। ତାଙ୍କର ଆତ୍ମାକୁ ଶାନ୍ତି ମିଳୁ”। #TeamIndia‘s Superfan Charulata Patel ji will always remain in our hearts and her passion for the game will […]

  • Wednesday, 21 July 2021
virat..
ବିଶ୍ୱକପ୍‌ରେ କିଏ କରିବ ଓପନିଂ ? ବିରାଟ ଦେଲେ ଏମିତି ଉତ୍ତର

ପୁଣେ: ସିରିଜ୍‌ ବିଜୟରୁ ଟିମ୍‌ ଇଣ୍ଡିଆ ତା’ର ୨୦୨୦ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଟିମ୍‌ ଇଣ୍ଡିଆ ପୁଣେ ଟି-୨୦ରେ ୭୮ ରନ୍‌ରେ ପରାସ୍ତ କରି ୨-୦ରେ ସିରିଜ୍‌ ଜିତିଛି। ତେବେ ଏହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଦଳର ଅଧିନାୟକ ବିରାଟ କୋହଲି। ଟିମ୍‌ ଇଣ୍ଡିଆର ନିୟମିତ ଓପନର ରୋହିତ ଶର୍ମା ଏହି ସିରିଜ୍‌ରେ ବିଶ୍ରାମ ନେଇଥିବାରୁ କେଏଲ ରାହୁଲ ଓ ଶିଖର ଧୱନ ଇନିଂସ ଆରମ୍ଭ କରିଥିଲେ। ରାହୁଲ ୫୪ ରନର ଇନିଂସ୍‌ […]

  • Wednesday, 21 July 2021
rishabh pant
ଏହି ଅଭିନେତ୍ରୀଙ୍କୁ ହ୍ୱାଟ୍ସଆପ୍‌ରୁ ବ୍ଲକ୍‌ କଲେ କ୍ରିକେଟର ରିଷଭ ପନ୍ତ

ମୁମ୍ବାଇ: ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ଭାରତୀୟ କ୍ରିକେଟର ରିଷଭ ପନ୍ତ ତାଙ୍କ ହ୍ୱାଟ୍ସଆପ୍‌ରୁ ବ୍ଲକ୍‌ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଏହି ଅଭିନେତ୍ରୀଙ୍କ ସହ ଡେଟ୍‌ କରୁଥିବା ନେଇ ମଧ୍ୟ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। କଥାଟା ହେଲା ଫିଲ୍ମ ଅପେକ୍ଷା ଆଫାୟାର୍ସଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ବଶୀ ରୌଟେଲାଙ୍କୁ କ୍ରିକେଟର ରିଷଭ ପନ୍ତ ତାଙ୍କ ହ୍ୱାଟ୍ସଆପ୍‌ ବ୍ଲକ୍ କରି ଦେଇଥିବା କୁହାଯାଉଛି। ପ୍ରଥମେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ […]

  • Wednesday, 21 July 2021
cricket
ବାରବାଟୀରେ ମହା ମୁକାବିଲା: ଟସ୍‌ ଜିତିଲା ଭାରତ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ଆଜି ହେବ ଭାରତ-ୱେଷ୍ଟଇଣ୍ଡିଜ୍‌ ନିର୍ଣ୍ଣାୟକ ମୁକାବିଲା। ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି। ତେବେ ଚୂଡ଼ାନ୍ତ ଖେଳାଳିଙ୍କ ସ୍ଥାନରେ ଭାରତ ଗୋଟିଏ ପରିବର୍ତ୍ତନ କରିଛି। ଦୀପକ ଚହରଙ୍କ ସ୍ଥାନରେ ନବଦୀପ ସୈନିଙ୍କୁ ସାମିଲ କରାଯାଇଛି। ତିନିମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜ୍ ୧-୧ରେ ବରାବର ଥିବାରୁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚର ବିଜେତା ହିଁ ସିରିଜ୍ ହାତେଇବ। […]

  • Wednesday, 21 July 2021
kohli-holder
ସୁପର ସଣ୍ଡେରେ ସୁପର ଶୋ’: ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ୱେଷ୍ଟଇଣ୍ଡିଜ୍

କଟକ: ସୁପର ସଣ୍ଡେରେ ସୁପର ଶୋ’। ଆଜି ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ୱେଷ୍ଟଇଣ୍ଡିଜ୍। ସିରିଜିର୍ ଏହା ନିର୍ଣ୍ଣାୟକ ମ୍ୟାଚ୍‌ ହୋଇଥିବାରୁ ଜିତିବା ଲକ୍ଷ୍ୟରେ ଉଭୟ ଦଳ। ତେବେ ମ୍ୟାଚ୍‌ ପୂର୍ବରୁ ଗତକାଲି ଉଭୟ ଦଳ ନେଟ୍‌ ପ୍ରାକ୍ଟିସ୍‌ କରିଛନ୍ତି। ବିଶାଖାପାଟନମରେ ବିଜୟ ହାସଲ କରିଥିବା ଟିମ୍‌ ଇଣ୍ଡିଆ ବାରବାଟୀରେ ଧମାକାଦାର ପ୍ରଦର୍ଶନ ସହ ସିରିଜ୍‌ କବଜା ଲକ୍ଷ୍ୟରେ ରହିଛି। ସେହିପରି ଟି-ଟ୍ୱେଣ୍ଟି ଓ ଓ୍ୱାନ୍‌ଡେ ସିରିଜ୍‌ରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଥିବା ୱେଷ୍ଟଇଣ୍ଡିଜ୍ ଟିମ୍ ବାରବାଟୀ […]

  • Wednesday, 21 July 2021
sourav ganguly
ବାରବାଟୀ ଆସିବେ ସୌରଭ ଗାଙ୍ଗୁଲି !

କଟକ: ଆସନ୍ତାକାଲି ବାରବାଟୀରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ନବନିର୍ବାଚିତ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ବାରବାଟୀରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ୍ ଖେଳାଯିବ ଏବଂ ଏହି ମ୍ୟାଚର ବିଜେତା ହିଁ ସିରିଜ୍ ହାତେଇବ। ତେଣୁ ଗାଙ୍ଗୁଲି ମୁଖ୍ୟ ଅତିଥି ଭାବେ […]

  • Wednesday, 21 July 2021
odisha
ମ୍ୟାଚ୍‌ ପାଇଁ ଆଡ୍‌ଭାଇଜରୀ ଜାରି

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତାକାଲି ହେବାକୁ ଥିବା ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ଦିନିକିଆ ମ୍ୟାଚ୍‌ ପାଇଁ ବାରବାଟୀରେ ଟିମ୍‌ ଇଣ୍ଡିଆ ପହଞ୍ଚିଛନ୍ତି। ନେଟ୍‌ ପ୍ରାକ୍ଟିସ୍‌ ପାଇଁ ଟିମ୍‌ ଇଣ୍ଡିଆ ଏଠାରେ ପହଞ୍ଚିଛନ୍ତି। ଅପରାହ୍ଣରେ ୱେଷ୍ଟ୍‌ଇଣ୍ଡିଜ୍‌ ଟିମ୍‌ ନେଟ୍‌ ପ୍ରାକ୍ଟିସ୍ କରିବେ। ଅନ୍ୟପକ୍ଷରେ ମ୍ୟାଚ୍‌ ପାଇଁ ଟ୍ୱିନ୍‌ସିଟି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଡ୍‌ଭାଇଜରୀ ଜାରି କରିଛନ୍ତି। ଗ୍ୟାଲେରୀ ନମ୍ବର ସହ ଗେଟ୍ ନମ୍ବର ସମ୍ପର୍କରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର। ନୂଆ ଓ ପୁରୁଣା ପାଭିଲିୟନ୍ […]

  • Wednesday, 21 July 2021
pat cummins
ଆଇପିଏଲ୍‌-୨୦୨୦: କମିନ୍ସ ସବୁଠୁ ଦାମୀ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲର ତ୍ରୟୋଦଶ ସଂସ୍କରଣରେ ଅଷ୍ଟ୍ରେଲିଆର ଫାଷ୍ଟ୍‌ ବୋଲର୍‌ ବୋଲର ପ୍ୟାଟ୍ କମିନ୍ସ ଇତିହାସ ରଚିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ କମିନ୍ସଙ୍କୁ ୧୫.୫୦ କୋଟି ଟଙ୍କାରେ କିଣିଛି। ଆଇପିଏଲ୍ ଇତିହାସରେ କମିନ୍ସ ଦ୍ୱିତୀୟ ଦାମୀ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ଯୁବରାଜ ସିଂହଙ୍କୁ ୨୦୧୫ରେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) ୧୬ କୋଟି ଟଙ୍କାରେ କିଣିଥିଲା। କମିନ୍ସଙ୍କ ପାଖରେ ଯୁବିଙ୍କୁ ପଛରେ ପକାଇବାର ଭଲ ସୁଯୋଗ ଥିଲା, କିନ୍ତୁ ସେ ଅଳ୍ପକେ ଏଥିରୁ ବଞ୍ଚିତ ହୋଇଛନ୍ତି। […]

  • Wednesday, 21 July 2021
virat
ଭୁବନେଶ୍ୱରରେ ଡାଲ୍‌ମା, ଶାଗ, ଛତୁ ଖାଇବେ ବିରାଟ !

ଭୁବନେଶ୍ୱର: ଆସନ୍ତା ୨୨ରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ମ୍ୟାଚ୍‌ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉଭୟ ଦଳର ଟିମ୍‌। ଉଭୟ ଦଳର ଖେଳାଳି ଭୁବନେଶ୍ୱର ସ୍ଥିତ Mayfair Lagoonରେ ରହିଛନ୍ତି। ଖେଳାଳିଙ୍କୁ ସେମାନଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପରଷା ଯିବାପାଇଁ ହୋଟେଲ୍‌ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।  ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ କୋହଲିଙ୍କୁ ତାଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପରଷିବା ପାଇଁ ହୋଟେଲ୍‌ର ସେଫ୍‌ମାନେ ମଧ୍ୟ ପୂରାପୂରି […]

  • Wednesday, 21 July 2021
urbasi
ଏହି କ୍ରିକେଟରଙ୍କ ସହ ଡେଟ୍‌ କରୁଛନ୍ତି ଉର୍ବଶୀ !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌଟେଲା ଫିଲ୍ମ ଅପେକ୍ଷା ଆଫାୟାର୍ସଙ୍କୁ ନେଇ ସବୁବବେଳେ ଚର୍ଚ୍ଚାରେ ଥାଆନ୍ତି। ପୂର୍ବରୁ ତାଙ୍କ ନାଁକୁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଯୋଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ଉର୍ବଶୀ ଓ ହାର୍ଦ୍ଦିକଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ଆଉ ଜଣେ କ୍ରିକେଟରଙ୍କ ସହ ଉର୍ବଶୀଙ୍କ ନାଁ ଯୋଡ଼ା ହୋଇଛି। ତେବେ ଏହି କ୍ରିକେଟର ଆଉ କେହି ନୁହଁନ୍ତି ବରଂ ସେ ରିଷଭ ପନ୍ତ ବୋଲି […]

  • Wednesday, 21 July 2021
hockey
ତ୍ରିରାଷ୍ଟ୍ରୀୟ ମହିଳା ଜୁନିୟର ହକି ଟୁର୍ଣ୍ଣାମେଣ୍ଟ ଜିତିଲା ଭାରତ

କ୍ୟାନବେରା (ଅଷ୍ଟ୍ରେଲିଆ): ଭାରତୀୟ ଜୁନିୟର ମହିଳା ହକି ଟିମ୍ ରବିବାର ଏଠାରେ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୧-୨ରେ ପରାସ୍ତ ହୋଇଛି। ପରାଜୟ ସତ୍ତ୍ୱେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହି ଭାରତ ଏହି ତିନି ଦେଶକୁ ନେଇ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଜିତି ନେଇଛି। ଭାରତ ଚାରୋଟି ମ୍ୟାଚରୁ ୭ ପଏଣ୍ଟ ହାସଲ କରିଛି। ଆୟୋଜକ ଅଷ୍ଟ୍ରେଲିଆ ମଧ୍ୟ ୪ଟି ମ୍ୟାଚରୁ ୭ ପଏଣ୍ଟ ହାସଲ କରିଛି, କିନ୍ତୁ ଭାରତ ଉନ୍ନତ ଗୋଲ୍ ବ୍ୟବଧାନ କାରଣରୁ ଶୀର୍ଷ […]

  • Wednesday, 21 July 2021