Advertisment

ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ହକି ଟିମ୍

ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍। ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍‌ ସେମି ଫାଇନାଲକୁ ପ୍ରବେଶ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ହକି ଟିମ୍

India women hockey team

ଟୋକିଓ: ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍। ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍‌ ସେମି ଫାଇନାଲକୁ ପ୍ରବେଶ କରିଛି। ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇ ଭାରତୀୟ ମହିଳା ହକି ଟିମ୍‌ ସେମିରେ ପ୍ରବେଶ କରିଛି। ଖେଳର ପ୍ରଥମାର୍ଦ୍ଧରେ କେହି ଗୋଲ୍ ଦେଇନଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଭାରତ ପକ୍ଷରୁ ଗୁରୁଜିତ୍ କୌର ଗୋଲ୍ ସ୍କୋର କରିଥିଲେ। ସୂଚନାଥାଉ କି, ପ୍ରଥମଥର ପାଇଁ ଭାରତୀୟ ମହିଳା ହକି ଟିମ୍‌ ଅଲିମ୍ପିକ୍ସ ସେମିରେ ପ୍ରବେଶ କରିଛି। 

Advertisment

ଅଲିମ୍ପିକ୍ସରେ ସେମିରେ ପ୍ରବେଶ ପରେ ମହିଳା ହକି ଟିମ୍‌କୁ ଶୁଭେଚ୍ଛାର ସୁଅ ଛୁଟିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଅନ୍ୟପକ୍ଷେ, ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ସେମି ଫାଇନାଲରେ ଭାରତ ପହଞ୍ଚିଛି। କ୍ୱାର୍ଟର ଫାଇନାଲରେ ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ୪ ଦଶନ୍ଧି ପରେ ଅଲିମ୍ପିକ୍ସ ସେମିରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍। ଭାରତ ପକ୍ଷରୁ ଦିଲପ୍ରିତ ସିଂ ପ୍ରଥମ ଗୋଲ୍ ସ୍କୋର କରିଥିଲେ।ମ୍ୟାଚ୍‌ର ସେକେଣ୍ଡ କାର୍ଟରରେ ଗୁର୍ଜନ୍ତ ସିଂ ଦ୍ୱିତୀୟ ଗୋଲ୍ କରିଥିଲେ।ଏହାପରେ ବ୍ରିଟେନ୍ ପକ୍ଷରୁ ଆସିଥିଲା ଗୋଲ୍। ତେବେ ଚତୁର୍ଥ କ୍ୱାର୍ଟରରେ ଭାରତ ପାଇଁ ତୃତୀୟ ଗୋଲ ସ୍କୋର କରିଥିଲେ ହାର୍ଦ୍ଦିକ ସିଂ। 

ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତି ଚାନ୍ଦ। ସିଜିନରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ସ୍ପ୍ରିଣ୍ଟର ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ ଯୋଗ୍ୟତା ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବାରେ ବିଫଳ ହୋଇଛନ୍ତି। ଆଜି ଖେଳା ଯାଇଥିବା ୨୦୦ ମିଟର ହିଟ୍‌ରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ୨୦୦ ମିଟରକୁ ସେ ୨୩.୮୫ ସେକେଣ୍ଡରେ ଅତିକ୍ରମ କରି ସପ୍ତମ ସ୍ଥାନରେ ରହିଛନ୍ତି। 

Tokyo Olympics India Women Hockey Team
Advertisment
Advertisment