• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ରୌପ୍ୟ ପଦକ ।

  • ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତକୁ ରୌପ୍ୟ ।

  • ୨ଥର ବିଶ୍ୱ ଚାମ୍ପିଅନ୍‌ ରୁଷିଆର ଜଉର୍ ଉଗେଭେଙ୍କଠାରୁ ହାରିଛନ୍ତି ରବି ।

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ରୌପ୍ୟ ପଦକ । ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତକୁ ରୌପ୍ୟ ପଦକ ଉପହାର ଦେଇଛନ୍ତି ରେସଲର ରବି ଦହିୟା । ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିବା ଦହିୟାଙ୍କୁ ରୁଷିଆର ଜଉର୍ ଉଗେଭେଙ୍କଠାରୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ତେବେ ପରଜୟ ସତ୍ତ୍ୱେ ସେ ଦେଶ ପାଇଁ ବଡ଼ ଉପାହାର ଦେଇଛନ୍ତି । ସାରା ଦେଶ ଆଜି ତାଙ୍କ ପାଇଁ ଗର୍ବ ଅନୁଭବ କରୁଛି । ରୁଷିଆର ଜଉର୍ ଉଗେଭେ ହେଉଛନ୍ତି ଦୁଇ ଥର ବିଶ୍ୱ ଚାମ୍ପିଅନ୍‌ ।

ଆନ୍ୟପଟେ ଆଜି ଭାରତ ପାଇଁ ଖୁସିର ଦିବସ । ପ୍ରଥମେ ସକାଳୁ ପୁରୁଷ ହକି ଦଳ ବ୍ରୋଞ୍ଜ ପାଇଁ ଲଢ଼େଇ କରି ବିଜୟ ହାସଲ କରିଥିବା ବେଳେ ଏବେ ଆଉ ଏକ ରୌପ୍ୟ ପଦକ ଉପହାର ଦେଇଛନ୍ତି ରେସଲର ରବି ଦହିୟା । ଦେଶରେ କୁସ୍ତିର ଏନ୍ତୁଡିଶାଳ କୁହାଯାଉଥିବା ହରିୟାଣା ସୋନିପତ ଜିଲ୍ଲାର ରବିଙ୍କ ଗାଁ ନହରିରେ ତ ଆନନ୍ଦର ଲହରୀ ଖେଳିଯାଇଛି । ଖୁସିରେ ଝୁମି ଉଠିଛନ୍ତି ପରିବାର ଓ ସାହି ପଡିଶା ।

ସେହିଭଳି ୪୧ ବର୍ଷ ପରେ ହକିରେ ଇତିହାସ ରଚିଲା ଭାରତ ।  ଟୋକିଓ ଲିମ୍ପିକ୍ସରେ ପୁରୁଷ ହକିର ଐତିହାସିକ ବିଜୟ । ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍‌ ।  ଏଥି ସହିତ ପୁଣି ଏକ ବ୍ରୋଞ୍ଜ ପଦକ ପଡିଛି ଭାରତ ଖାତାରେ । ଆଜି ଭାରତ ପୁରଷ ହକିରେ ଜର୍ମାନକୁ ହରାଇ ଏହି ଗୌରବ ହାସଲ କରିଛି । ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ପାଇଁ ଆଜି ଭାରତ- ଜର୍ମାନ କଡା ମୁକାବିଲା ହୋଇଥିଲା। ହେଲେ ଭାରତ ୫-୪ ଗୋଲରେ ଜର୍ମାନକୁ ହରାଇ ଏହି ପଦକ ଛଡ଼ାଇ ନେଇଛି । 

ପ୍ରଥମ ପର୍ଯ୍ୟାୟରେ ଜର୍ମାନ ଚମତ୍କାର ପ୍ରଦର୍ଶନ କରି ୩-୧ରେ ଆଗୁଆ ଥିଲା । ଭାରତ ସେମି ଫାଇନାଲରୁ ହାରି ସ୍ୱର୍ଣ୍ଣ ପଦକ ଆଶା ହାତଛଡ଼ା କରିଥିଲା । ହେଲେ ଏଥର ଦର୍ଶକଙ୍କୁ ନିରାଶ ନ କରି ଜୀ-ଜାନ ଦେଇ ଖେଳିଥିଲା ଆଉ ଶେଷରେ ୫-୪ରେ ଜର୍ମାନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା ।  ତୃତୀୟ କ୍ୱାର୍ଟର ଆରମ୍ଭରେ ପେନାଲ୍‌ଟି ଷ୍ଟ୍ରୋକକୁ ଗୋଲ୍‌ରେ ବଦଳାଇ ଦେଇ ଜବରଦସ୍ତ ଫର୍ମକୁ ଆସିଥିଲା ଭାରତ ।