• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

odisha
ଡୋପ୍‌ ଟେଷ୍ଟ୍‌ରେ ଧରା ପଡ଼ିଲେ ଭାରୋତ୍ତୋଳକ ରବି କୁମାର, ୪ ବର୍ଷ ବାସନ୍ଦ

ଭୁବନେଶ୍ୱର: ଓଡ଼ିଆ ଭାରୋତ୍ତୋଳକ କେ. ରବି କୁମାର ଡୋପ୍‌ ଟେଷ୍ଟ୍‌ରେ ଧରାପଡ଼ିଛନ୍ତି। ଏନେଇ ୪ ବର୍ଷ ପାଇଁ ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି ବା ନାଡା ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଛି। ନାଡା ପକ୍ଷରୁ ଏହି ସୂଚନା ଦିଆଯାଇଛି। ରବି କୁମାରଙ୍କ ସହ ଅନ୍ୟ ୪ ଖେଳାଳିଙ୍କୁ ମଧ୍ୟ ବାସନ୍ଦ କରାଯାଇଛି। ସେମାନେ ହେଲେ ପୂର୍ଣ୍ଣିମା ପାଣ୍ଡେ, ଡିସ୍କସ୍ ଥ୍ରୋର ଧରମ୍‌ ରାଜ୍‌ ଯାଦବ, ସ୍ପ୍ରିଣ୍ଟର ସଞ୍ଜିତ ଏବଂ ଭାରୋତ୍ତୋଳକ ଗୁର୍‌ମେଲ୍‌ ସିଂଙ୍କୁ ମଧ୍ୟ ନାଡା ୪ […]

  • Wednesday, 21 July 2021
shakib ..
୨ ବର୍ଷ ପାଇଁ ବାସନ୍ଦ ହେଲେ ସାକିବ୍‌

ଦୁବାଇ: ଦୁର୍ନୀତି ସମ୍ବନ୍ଧିତ ଘଟଣା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ଅବଗତ ନ କରାଇବା ବାଂଲାଦେଶ ଟିମର ଷ୍ଟାର୍ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ମହଙ୍ଗା ପଡ଼ିଛି। ଯେଉଁ କାରଣରୁ ଆଇସିସି ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି। ବାଂଲାଦେଶ ଟିମ୍ ଭାରତ ଗସ୍ତରେ ଆସିବ। ତେବେ ଏହା ପୂର୍ବରୁ ବାଂଲାଦେଶ ପାଇଁ ଏହା ସବୁଠାରୁ ବଡ଼ ଝଟକା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଗସ୍ତରେ ବାଂଲାଦେଶ ୩ଟି ଟି-୨୦ ମ୍ୟାଚ୍ ଏବଂ ୨ଟି […]

  • Wednesday, 21 July 2021
virat
ପତ୍ନୀ ଅନୁଷ୍କାଙ୍କ ସହ ଛୁଟି କଟାଉଛନ୍ତି ବିରାଟ୍‌

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିବା ପରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ୍ କୋହଲି ଏବେ ଛୁଟି ମନାଉଛନ୍ତି। କୋହଲି ଏବେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସମୟ ବିତାଉଛନ୍ତି। କୋହଲି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ଖେଳିବେ ନାହିଁ। ଲଗାତାର କ୍ରିକେଟ୍ ଖେଳି ଆସୁଥିବା କୋହଲି ବିସିସିଆଇକୁ କିଛି ଦିନର ବିଶ୍ରାମ ମାଗିଥିଲେ। କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମା ଟି-୨୦ ସିରିଜରେ ଭାରତର ନେତୃତ୍ୱ ନେବେ। ବ୍ରେକରେ ଯିବା ମାତ୍ରକେ […]

  • Wednesday, 21 July 2021
barabati
ବାରବାଟୀ ଷ୍ଟାଡିୟମର ଫ୍ଲଡ୍‌ଲାଇଟ୍‌ ମରାମତି କାମ ଆରମ୍ଭ

କଟକ: ଆସନ୍ତା ଡିସେମ୍ବରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍ ଉପରୁ ସସପେନ୍ସ ଉଠିଛି। ‘ଫୋନି’ ବାତ୍ୟାରେ ଷ୍ଟାଡିୟମରେ କ୍ଷତି ହୋଇଥିବା ଫ୍ଲଡ୍‌ଲାଇଟ୍‌ର କାମ ଆରମ୍ଭ ହୋଇଛି। ଗତକାଲି କଟକରେ କପିଲ୍ ଦେବଙ୍କ ଡେଭମସ୍କୋ କମ୍ପାନୀ ପହଞ୍ଚି ଫ୍ଲଡ୍‌ଲାଇଟ୍‌ ଗୁଡ଼ିକ ତଦାରଖ କରିଛି। କେଉଁ ଖୁଣ୍ଟରେ କେତେ ବଲ୍‌ର ଆବଶ୍ୟକତା ରହିଛି ଏବଂ କେଉଁଠି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି, ତାହା ଦେଖିଛନ୍ତି କପିଲଙ୍କ ଡେଭମସ୍କୋ କମ୍ପାନୀ। ୧୫ଦିନ ଭିତରେ […]

  • Wednesday, 21 July 2021
rohit
ହେଟମେୟରଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ରାଞ୍ଚି: ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଚମତ୍କାର ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଏହା ରୋହିତଙ୍କ ତୃତୀୟ ଶତକ। ସେହିପରି ତାଙ୍କ ଟେଷ୍ଟ କ୍ୟାରିୟରର ଏହା ୬ଷ୍ଠ ଶତକ। ତେବେ ଆଜିର ଇନିଂସ୍‌ରେ ରୋହିତ ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଥମେ ଗୋଟିଏ ଟେଷ୍ଟ ସିରିଜ୍‌ରେ ସର୍ବାଧିକ ଛକା ମାରିବା ରେକର୍ଡ ରୋହିତ ନିଜ ନାଁରେ କରିଛନ୍ତି। ପୂର୍ବରୁ ୱେଷ୍ଟଇଣ୍ଡିଜର […]

  • Wednesday, 21 July 2021
virat
ରାଞ୍ଚି ଟେଷ୍ଟ: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ରାଞ୍ଚି: ଭାରତ-ଦକ୍ଷିଣ ଆଫ୍ରିକାର ଟେଷ୍ଟ୍‌ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରାଞ୍ଚିରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭାରତ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌ ତା’ର ଚୂଡ଼ାନ୍ତ ୧୧ ଜଣିଆ ଦଳରେ ଗୋଟିଏ ପରିବର୍ତ୍ତନ କରିଛି। ପେସ୍‌ ବୋଲର ଇଶାନ୍ତ ଶର୍ମାଙ୍କ ସ୍ଥାନରେ ବାମହାତୀ ସ୍ପିନର ଶାହବାଜ ନଦୀମଙ୍କୁ ସୁଯୋଗ ଦିଆଯାଇଛି। ନଦୀମଙ୍କର ଏହା ଡେବ୍ୟୁ ଟେଷ୍ଟ୍‌। ନଦୀମ ଘରୋଇ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିବାରୁ […]

  • Wednesday, 21 July 2021
accident
ଦୁର୍ଘଟଣାରେ ୪ ଜାତୀୟ ସ୍ତରୀୟ ହକି ଖେଳାଳିଙ୍କ ମୃତ୍ୟୁ

ଭୋପାଲ: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜାତୀୟ ସ୍ତରର ଚାରି ଜଣ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଇନ୍ଦୋରର ଶାହନବାଜ ଖାନ୍‌, ଇଟାରସୀର ଆଦର୍ଶ ହରଦୁଆ, ଜବଲପୁରର ଆଶିଷ ଲାଲ୍‌ ଓ ଗ୍ୱାଲିୟରର ଅନିକେତ। ସୂଚନା ଅନୁଯାୟୀ, ଏହି ଖେଳାଳିମାନେ ହୋଶଙ୍ଗାବାଦରେ ଏକ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ […]

  • Wednesday, 21 July 2021
nita ambani
ଭାରତରେ କ୍ରୀଡ଼ାର ଅଭିବୃଦ୍ଧିଶୀଳକୁ ବିଶ୍ୱ ଦରବାରରେ ଉପସ୍ଥାପନ କଲେ ନୀତା

ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ଭାରତରେ କ୍ରୀଡ଼ାର ଅସୀମିତ ସୁଯୋଗକୁ ବିଶ୍ୱଦରବାରରେ ଉପସ୍ଥାପିତ କରିଛନ୍ତି। ସେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି)ର ସଦସ୍ୟ ମଧ୍ୟ। ବିଶ୍ୱ କ୍ରୀଡ଼ା ନେତୃତ୍ୱ ସମ୍ମିଳନୀ ଲିଡର‍୍‌ସ ୱିକ୍ ୨୦୧୯ ଲଣ୍ଡନରେ ‘ଶହେ କୋଟି ସ୍ୱପ୍ନକୁ ପ୍ରେରଣା: ଭାରତରେ ସୁଯୋଗ (‘Inspiring A Billion Dreams’) ସମ୍ପର୍କିତ ଭାଷଣ ଦେଇଥିଲେ ନୀତା ଅମ୍ବାନୀ। ଏହି ଅବସରରେ ସେ କ୍ରୀଡ଼ା ଜଗତରେ ଭାରତ କିପରି ବ୍ୟାପକ ପଦକ୍ଷେପ ନେଇଛି […]

  • Wednesday, 21 July 2021
india-win 11
ଭାରତ-ଦକ୍ଷିଣ ଆଫ୍ରିକା ବିଶାଖାପାଟଣା ଟେଷ୍ଟ: ଟିମ୍‌ ଇଣ୍ଡିଆର ମହାବିଜୟ

ଅମରାବତୀ: ସାରା ଦେଶରେ ଆଜି ଦୁର୍ଗା ମହାଷ୍ଟମୀ ଚାଲିଛି। ଏହି ଅବସରରେ ଦେଶବାସୀଙ୍କୁ ବିଜୟ ଭେଟି ଦେଇଛି ଭାରତୀୟ କ୍ରିକେଟ୍ ଟିମ୍। ବିଶାଖାପାଟଣାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ଦିନ ଥିବା ବେଳେ ଭାରତ ଅତିଥି ଦଳକୁ ୨୦୩ ରନ୍‌ରେ ହରାଇଛି। ଭାରତ ଦ୍ୱିତୀୟ ଇନିଂସ ଖେଳି ମୋଟ୍ ୩୯୫ ରନର ଟାର୍ଗେଟ ଦେଇଥିଲା ଦକ୍ଷିଣ ଆଫ୍ରିକାକୁ। ହେଲେ ଦକ୍ଷିଣ ଆଫ୍ରିକା ମୋଟ୍ ୧୯୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଏହି ବିଜୟ […]

  • Wednesday, 21 July 2021
nba
ଭାରତରେ ଏନ୍‌ବିଏକୁ ସ୍ୱାଗତ କଲା ରିଲାଏନ୍ସ ଫାଉଣ୍ଡେସନ

ମୁମ୍ବାଇ: ମୁମ୍ବାଇ ସ୍ଥିତ ନ୍ୟାସନାଲ୍‌ ସ୍ପୋଟର୍ସ କ୍ଲବ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ସିଆଇ) ଡୋମ୍‌ ଠାରେ ୧୦ ରୁ ୧୬ ବର୍ଷ ବୟସର ବାଳକ ବାଳିକାଙ୍କ ଗହଣରେ ନ୍ୟାସନାଲ୍‌ ବାସ୍କେଟ୍‌ବଲ୍‌ ଆସୋସିଏସନ୍‌(ଏନ୍‌ବିଏ)ର ଐତିହାସିକ ମ୍ୟାଚ୍‌ ଆୟୋଜିତ ହୋଇଛି। ଗତ ଶୁକ୍ରବାର ଦିନ ଏହି ମ୍ୟାଚ୍‌ ଆୟୋଜିତ ହୋଇଥିଲା। ଏହି ଅବସରରେ ଆମେରିକାର ହାଇପ୍ରୋଫାଇଲ ବାସ୍କେଟ୍‌ ବଲ୍‌ ଲିଗ୍‌ ଏନ୍‌ବିଏର ଦୁଇ ଦଳ ଇଣ୍ଡିଆନ୍‌ ପେସର୍ସ ଓ ସାକ୍ରାମେଣ୍ଟୋ କିଙ୍ଗ୍ସ ପରସ୍ପରକୁ ଭେଟିଥିଲେ। ୧୦ରୁ ୧୬ ବର୍ଷର ବାଳକ ଓ […]

  • Wednesday, 21 July 2021
virat-1
ଓଡ଼ିଆ ପ୍ରଶଂସକଙ୍କୁ ଭେଟି ଖୁସିରେ କୋଳେଇ ନେଲେ କୋହଲି

ବିଶାଖାପାଟଣା: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କର ସାରା ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି, କିନ୍ତୁ ବିଶାଖାପାଟଣାରେ ତାଙ୍କର ସାକ୍ଷାତ ଏକ ସ୍ୱତନ୍ତ ଫ୍ୟାନଙ୍କ ସହ ହୋଇଛି। ସେହି ପ୍ରଶଂସକ ଜଣକ ଆଉ କେଉଁଠୁ ନୁହେଁ, ବରଂ ଓଡ଼ିଶାରୁ ଆସିଛନ୍ତି। କୋହଲିଙ୍କର ଏହି ବଡ଼ ପ୍ରଶଂସକଙ୍କ ନାଁ ହେଉଛି ପିଣ୍ଟୁ ବେହେରା। ସେ ନିଜକୁ କୋହଲିଙ୍କୁ ସବୁଠାରୁ ବଡ଼ ପ୍ରଶଂସକ ବୋଲି କହୁଛନ୍ତି ଏବଂ ଏହାର କାରଣ ମଧ୍ୟ ରହିଛି। ପିଣ୍ଟୁ ନିଜର ପୂରା ଶରୀରରେ […]

  • Wednesday, 21 July 2021
Hasan Ali
ଭାରତୀୟ ଯୁବତୀଙ୍କୁ ବିବାହ କଲେ ପାକିସ୍ତାନୀ କ୍ରିକେଟର

ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ତେବେ ଏହି ସମୟରେ ପାକିସ୍ତାନର ଜଣେ କ୍ରିକେଟର ଭାରତୀୟ ଯୁବତୀଙ୍କୁ ବିବାହ କରି ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପାକିସ୍ତାନର ଫାଷ୍ଟ୍‌ ବୋଲର୍‌ ହସନ୍ ଅଲୀ ଭାରତୀୟ ନାଗରିକ ଶାମିଆ ଅର୍‌ଜୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମଙ୍ଗଳବାର ଦିନ ଦୁବାଇରେ ଏମାନେ ବିବାହ କରିଛନ୍ତି। ୨୫ ବର୍ଷୀୟ ହସନ ତାଙ୍କ ବିବାହ ଫଟୋ ଓ ମେହେନ୍ଦି […]

  • Wednesday, 21 July 2021
Untitled-design-1_opt
ଆଫଗାନିସ୍ତାନକୁ ୩୧୨ ରନର ଟାର୍ଗେଟ୍ ଦେଲା ୱେଷ୍ଟଇଣ୍ଡିଜ୍

ଲିଡ୍ସ: ଚଳିତ ଆଇସିସି ବିଶ୍ୱକପର ୪୨ତମ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୧ ରନ୍ କରିଛି। ଫଳରେ ଆଫଗାନିସ୍ତାନକୁ ମ୍ୟାଚ୍ ଜିତିବା ପାଇଁ ୩୧୨ ରନ୍ କରିବାକୁ ପଡ଼ିବ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଏଭିନ୍ ଲୁଇସ୍ (୫୮), ଶାଇ ହୋପ୍ (୭୭) ଓ ନିକୋଲାସ ପୁରନ୍ (୫୮) ଅର୍ଦ୍ଧଶତକ ମାରିଛନ୍ତି। ଉଭୟ ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ପାଇଁ ଏହି […]

  • Wednesday, 21 July 2021
_107647569_bairstowroot
ଭାରତକୁ ୩୩୮ ରନର ଟାର୍ଗେଟ୍ ଦେଲା ଇଂଲଣ୍ଡ

ବର୍ମିଂହାମ୍: ଜନ୍ନି ବେୟାରଷ୍ଟୋଙ୍କ ଶତକ ଏବଂ ଜେସନ୍ ରୟ ଓ ବେନ୍ ଷ୍ଟୋକ୍ସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଏଠାରେ ଖେଳାଯାଉଥିବା ଭାରତ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୩୮ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆକୁ ବିଜୟଧାରା ଅବ୍ୟାହତ ରଖିବାକୁ ହେଲେ ୩୩୮ ରନ୍ କରିବାକୁ ପଡ଼ିବ। ଇଂଲଣ୍ଡ ପକ୍ଷରୁ ଦୁଇ ଓପ୍ନର୍ ବେୟାରଷ୍ଟୋ ଓ ରୟ ଶତକୀୟ ଭାଗୀଦାରୀ କରି ଟିମକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। […]

  • Wednesday, 21 July 2021
Untitled-1-11
ଫିଲ୍ଡିଂ କରୁଥିବା ବେଳେ ଆହତ ହେଲେ ରାହୁଲ୍

ବର୍ମିଂହାମ: ରବିବାର ବର୍ମିଂହାମରେ ଚାଲିଥିବା ଭାରତ ଓ ଇଂଲଣ୍ଡ ବିଶ୍ୱକପ୍ ମ୍ୟାଚରେ ଲୋକେଶ ରାହୁଲ୍ ଆହତ ହୋଇଛନ୍ତି। ୧୬ତମ ଓଭର ବୋଲିଂ କରିବାକୁ ଆସିଥିବା ୟୁଜବେନ୍ଦ୍ର ଚହଲଙ୍କ ତୃତୀୟ ବଲରେ ଜନ୍ନି ବେୟାରଷ୍ଟୋ ଲଙ୍ଗ ଅନରେ ଲମ୍ବା ଶଟ୍ ମାରିଥିଲେ। ଏହି ସମୟରେ ବାଉଣ୍ଡ୍ରିରେ ଫିଲ୍ଡିଂ କରୁଥିବା ରାହୁଲ ଏୟାରରେ ଡାଇଭ୍ ମାରି ବଲକୁ ରୋକିବାକୁ ପ୍ରୟାସ କରିଥିଲେ, କିନ୍ତୁ ସେ ବିଫଳ ହୋଇଥିଲେ ଏବଂ ତଳେ ଗଳି ପଡ଼ିଥିଲେ। ତେବେ ରାହୁଲ ଯନ୍ତ୍ରଣା ଅନୁଭୂତ କରିବା […]

  • Wednesday, 21 July 2021
pic10
ବର୍ମିଂହାମରେ ଭାରତକୁ ସମର୍ଥନ କଲେ ପାକ୍ ପ୍ରଶଂସକ

ବର୍ମିଂହାମ: ରବିବାର ଆଇସିସି ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ଏଜବାଷ୍ଟନରେ ଦର୍ଶକଙ୍କ କ୍ଷମତା ୨୫ହଜାର ରହିଛି। ଗ୍ୟାଲେରୀରେ ଇଂଲଣ୍ଡ ଅପେକ୍ଷା ଭାରତୀୟ ପ୍ରଶଂସକଙ୍କୁ ଅଧିକ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ମଧ୍ୟ ଭାରତ ମ୍ୟାଚ୍ ଗୁଡ଼ିକରେ ପ୍ରଶଂସକଙ୍କ ଜୋରଦାର ଭିଡ଼ ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ଏଜବାଷ୍ଟନରେ କିଛି ଗ୍ରୀନ୍ ଜର୍ସି ପିନ୍ଧିଥିବା ପାକିସ୍ତାନୀ ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ଏମାନେ ଭାରତୀୟ ଟିମକୁ ସମର୍ଥନ କରିବାକୁ ଏଠାକୁ ଆସିଛନ୍ତି। […]

  • Wednesday, 21 July 2021
dd-1
ଇଂଲଣ୍ଡ ବିପକ୍ଷରେ ଧୋନି କରିଦେଲେ ଏହି ବଡ଼ ଭୁଲ୍

ବର୍ମିଂହାମ୍: ଡିଆରଏସ୍ ନିଷ୍ପତ୍ତି ନେବାର ସର୍ବଦା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ, କାରଣ ଏହା ଯଦି ସପକ୍ଷରେ ଗଲା, ତାହେଲେ ଏହାକୁ ପୁଣିଥରେ ବ୍ୟବହାର କରାଯାଇପାରିବ। ନହେଲେ ଫଳାଫଳ ପଲଟିବା ପରେ ଟିମ୍ ପୁନର୍ବାର ଡିଆରଏସ୍ ନେବାର ସୁଯୋଗ ହରାଇଥାଏ। କିଛି କ୍ରିକେଟ୍ ବିଶେଷଜ୍ଞ ଡିଆରଏସ୍ ନାମ ଡିଜିଜନ୍ ରିଭ୍ୟୁ ସିଷ୍ଟନ୍ ବଦଳରେ “ଧୋନି ରିଭ୍ୟୁ ସିଷ୍ଟମ’ ରଖିଛନ୍ତି। ଏଭଳି ସ୍ଥିତିରେ ଡିଆରଏସ୍ ନେବା ମାମଲାରେ ଧୋନି କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସବୁଠାରୁ ବଡ଼ ଅସ୍ତ୍ର। ଧୋନି ଡିଆରଏସ୍ ନେବାରେ […]

  • Wednesday, 21 July 2021
bair
ବେୟାରଷ୍ଟୋ ୧୧୧ ରନ୍ କରି ଆଉଟ୍, ଇଂଲଣ୍ଡ ସ୍କୋର ୨୦୦ ପାର୍

ବର୍ମିଂହାମ: ଚଳିତ ବିଶ୍ୱକପରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆୟୋଜକ ଟିମ୍ ମଜଭୁତ୍ ସ୍ଥିତିରେ ରହିଛି । ଟିମକୁ ଦୁଇ ଓପ୍ନର ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋ ଦମଦାର ଆରମ୍ଭ ଦେଇଛନ୍ତି । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୬୦ ରନ୍ ଯୋଡ଼ିଛନ୍ତି । ରୟ ୫୭ ବଲରେ ୭ ଚୌକା ଓ ୨ ଛକା ସହ ୬୬ ରନ୍ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ୍ ହୋଇଛନ୍ତି । ତେବେ […]

  • Wednesday, 21 July 2021
pant_4215790_835x547-m
ନୂଆ ଜର୍ସି ପିନ୍ଧି ଆଜି ପ୍ରଥମ ବୋଲିଂ କରିବ ଭାରତ

ଲଣ୍ଡନ: ଇଂଲଣ୍ଡକୁ ହରାଇ ସେମି ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଥିବା ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବ। ଇଂଲଣ୍ଡ ପାଇଁ ଏହା କର ବା ମର ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଇଂଲିଶ ଟିମ୍‌ ଅଧିନାୟକ ଇଆନ ମୋର୍ଗାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଆଜି ଉଭୟ ଦଳରେ ଏକାଧିକ ପରିବର୍ତ୍ତନ ହୋଇଛି। ଟିମ୍‌ ଇଣ୍ଡିଆ ୪ ନଂରେ ବ୍ୟାଟିଂ କରୁଥିବା ବିଜୟ ଶଙ୍କରଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦେଇଛି। […]

  • Wednesday, 21 July 2021
tendulkar-driving-advice-shahrukh-khan-trending-today-DKODING
ଶାହରୁଖ୍‌ଙ୍କୁ ପାଠ ପଢ଼ାଇଲେ ସଚିନ୍‌ ତେନ୍ଦୁଲକର

ମୁମ୍ୱାଇ: ବଲିଉଡର ବାଦଶାହଙ୍କୁ ପାଠ ପଢାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ହେଲେ କ’ଣ ପାଇଁ ଜାଣିଛନ୍ତି। ବାଇକ୍‌ ଚଳାଇବା ବେଳେ ଶାହାରୁଖ ହେଲମେଟ ପିନ୍ଧି ନ ଥିବାରୁ ଏହା ଦେଖି ଉପଦେଶ ଦେବାକୁ ଭୁଲି ନାହାନ୍ତି ଏହି କ୍ରିକେଟ ସୁପରଷ୍ଟାର। ଆଉ ମଜାଳିଆ ଢଙ୍ଗରେ ଏହାର ଉତ୍ତର ରଖିଛନ୍ତି ବାଜିଗର। ବଲିଉଡର ବାଦଶାହ ଶାହାରୁଖ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୭ ବର୍ଷ ପୂରା କରି ସାରିଲେଣି। ୧୯୯୨ ମସିହାରେ ଆସିଥିବା ଫିଲ୍ମ ‘ଦିବାନା’ରୁ ନିଜ ଫିଲ୍ମି […]

  • Wednesday, 21 July 2021
Dhoni-and-Kohli-take-a-run-ICC
ଟିମ୍ ଇଣ୍ଡିଆକୁ ୨୬୮ ରନ୍‌ରେ ରୋକିଲା ୱେଷ୍ଟଇଣ୍ଡିଜ୍

ମ୍ୟାଞ୍ଚେଷ୍ଟର୍: ଟିମ୍ ଇଣ୍ଡିଆର ମଧ୍ୟକ୍ରମ ପୁଣିଥରେ ସମସ୍ୟା ହୋଇ ଦେଖା ଦେଇଛି। ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ଭେଟିଛି। ଏହି ମୁକାବିଲାରେ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୮ ରନ୍ କରିଛି। ଫଳରେ ୱେଷ୍ଟଇଣ୍ଡିଜକୁ ଏହି ମୁକାବିଲା ଜିତିବା ପାଇଁ ନିର୍ଦ୍ଧାରିତ ଓଭରରେ ୨୬୯ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଓପନିଂ ଯୋଡ଼ି ପୁଣି […]

  • Wednesday, 21 July 2021
rohit
ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା, ରୋହିତ୍ ଆଉଟ୍

ମ୍ୟାଞ୍ଚେଷ୍ଟର: ଚଳିତ ବିଶ୍ୱକପର ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟିମର ଷ୍ଟାର୍ ଓପ୍ନର ରୋହିତ୍ ଶର୍ମା ମାତ୍ର ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ଭାରତ ଷଷ୍ଠ ଓଭରର ଅନ୍ତିମ ଭଲରେ ଇଣ୍ଡିଜ୍ ପେସର କେମାର ରୋଚଙ୍କ ଇନସୁଇଙ୍ଗ୍ ବଲକୁ ରୋହିତ୍ ହିଟ୍ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ବଲଟି ରୋହିତଙ୍କ ବ୍ୟାଟରେ ଇନସାଇଡ୍ ଏଜ୍ ନେଇ ସିଧା ୱିକେଟକିପର ଶାଇ ହୋପଙ୍କୁ ହାତକୁ […]

  • Wednesday, 21 July 2021
Z6k8qJP3TN
ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଟିମ୍‌ ଇଣ୍ଡିଆ

ମ୍ୟାଞ୍ଚେଷ୍ଟର: ବିଶ୍ୱକପରେ ୫ମ ବିଜୟ ସହ ସେମି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଥିବା ଟିମ୍ ଇଣ୍ଡିଆ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆ ଗତ ଶନିବାର ଲୋ-ସ୍କୋରିଂ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ମାତ ଦେଇଥିଲେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଲଢ଼େଇ କରି ନ୍ୟୁଜିଲ୍ୟାଣ୍ଡ ଠାରୁ ୫ ରନରେ ପରାସ୍ତ ହୋଇଥିଲା। ବିଶ୍ୱକପ ସେମି ଫାଇନାଲ୍‌ ରେସରୁ ୱେଷ୍ଟଇଣ୍ଡିଜ୍ ବାଦ୍ ପଡ଼ିଛି। ତଥାପି ଭାରତକୁ ହରାଇବା ପାଇଁ ଜେସନ […]

  • Wednesday, 21 July 2021
Haris-Sohail-Pakistan-team
୧୯୯୨ ବିଶ୍ୱକପ୍‌ର ପୁନରାବୃତ୍ତି କରିବ କି ପାକିସ୍ତାନ !

ଲଣ୍ଡନ: ବିଶ୍ୱକପ୍‌ କ୍ରିକେଟ୍‌ ୨୦୧୯ରେ ଟ୍ରଫି ପାଇଁ ଲଢ଼େଇ ଯେତିକି ପାଖେଇ ଆସୁଛି, ପଏଣ୍ଟ ଟେବୁଲରେ ଓଲଟପାଲଟ ମଧ୍ୟ ସେତିକି ହେଉଛି। ତେବେ ସମଗ୍ର ବିଶ୍ୱରେ ୧୯୯୨ ବିଶ୍ୱକପ ଭଳି ୨୦୧୯ରେ ସ୍ଥିତି ସୃଷ୍ଟି ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପଛରେ ପାକିସ୍ତାନ ହିଁ ରହିଛି। କାରଣ ୧୯୯୨ ବିଶ୍ୱକପ୍‌ରେ ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ବିଶ୍ୱ ବିଜେତା ହୋଇଥିଲା। ୧୯୯୨ ପରି ୨୦୧୯ ବିଶ୍ୱକପ୍‌ ରାଉଣ୍ଡ ରବିନ୍‌ ଫର୍ମାଟରେ ଖେଳା ଯାଉଛି। ଅର୍ଥାତ ପ୍ରତ୍ୟେକ […]

  • Wednesday, 21 July 2021
lara
ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ବ୍ରାଏନ୍ ଲାରା

ମୁମ୍ବାଇ: ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଛାତିରେ ଯନ୍ତ୍ରଣା କାରଣରୁ ମଙ୍ଗଳବାର ମୁମ୍ବାଇସ୍ଥିତ ପରେଲର ଗ୍ଲୋବାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ଲାରା ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭୂତ କରିଥିଲେ, ଯେଉଁ କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା। ଲାରାଙ୍କ ସ୍ୱାସ୍ଥାବସ୍ଥା ଦେଇ ଡାକ୍ତର କୌଣସି ସୂଚନା ଦେବାକୁ ମନା କରିଛନ୍ତି। ତେବେ ସେ ଡାକ୍ତରଙ୍କ ମୁତାକବ ଲାରା ବର୍ତ୍ତମାନ ସୁସ୍ଥ ଅଛନ୍ତି। ହସ୍ପିଟାଲରେ ତାଙ୍କର ଏଞ୍ଜିଓଗ୍ରାଫି ହୋଇସାରିଛି। ଲାରା ଦିନକ ପାଇଁ ଡାକ୍ତରଙ୍କ ଅବଜରଭେସନରେ […]

  • Wednesday, 21 July 2021