ଓଡ଼ିଶାରେ ହେବ ଆଉ ଏକ ବିଶ୍ୱକପ୍ । ହକିରେ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଏହି ଷ୍ଟାଡିୟମରେ ଆୟୋଜିତ ହେବ ଜୁନିୟର ହକି ବିଶ୍ୱକପ୍ । ଏଫ୍ଆଇଏଚ୍ ଓ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।
ଆଇପିଏଲ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୮ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି । ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ ପଏଣ୍ଟ ଟେବୁଲର ଶୀର୍ଷରେ ରହି ପ୍ଲେ ଅଫର ନିକଟତର ହୋଇଛି ।
IPLରେ ପୁଣି କରୋନା କାୟା । ମହାମାରୀ କରୋନା ଭୟରେ ଅଧାରୁ ବନ୍ଦ ହୋଇଥିବା IPL ପୁଣି ଥରେ ଆରମ୍ଭ ହେଉ ହେଉ କରୋନା ଜାଲରେ ଫଶିଲାଣି । IPL ୨୦୨୧ରେ ଏବେ ପୁଣି ବାଧକ ସାଜିଛି କରାଳ ରୂପି କରୋନା ମହାମରୀ ।
ଯଶସ୍ୱୀ ଜୈସୱାଲ ଓ ମହିପାଲ୍ ଲୋମରରଙ୍କ ବିସ୍ଫୋରକ ବ୍ୟାଟିଂ । ରାଜସ୍ଥାନ ରୟାଲ୍ସ ଆଇପିଏଲର ୩୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ୨୦ ଓଭରରେ ୧୮୫ ରନ୍ କରି ଅଲଆଉଟ୍ ହୋଇଛି । ପଞ୍ଜାବ ଆଗରେ ଏବେ ୧୮୬ ରନ୍ ଲକ୍ଷ୍ୟ ।
କେବଳ ଏତିକି ନୁହେଁ ଯେଉଁ ଖେଳାଳିମାନେ ୨୦୧୯-୨୦ ଘରୋଇ ସିଜନରେ ଭାଗ ନେଇଥିଲେ, ସେମାନଙ୍କୁ ୫୦ ପ୍ରତିଶତ ଅତିରିକ୍ତ ମ୍ୟାଚ୍ ଫି’ ପ୍ରଦାନ କରାଯିବ। ୨୦୨୦-୨୧ ସିଜନ୍ ବାତିଲ ହେବା କାରଣରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି।
କଟକ ବାରବାଟୀ ଷ୍ଟାଡିୟମ୍ରେ ହେବ ଆର୍ନ୍ତଜାତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ । ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ଦୀର୍ଘ ଦୁଇ ବର୍ଷ ପରେ ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ମ୍ୟାଚ୍ ।
ୟୁଏଇରେ ୧୯ ସେପ୍ଟେମ୍ବରରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ୧୪ ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା ।
କିଛିଦିନ ପୂର୍ବେ ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା କରିଥିବା ବେଳେ ସେପ୍ଟେମ୍ବର ୧୯ ତାରିଖ ରାତିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(Royal Challengers Bangalore) ଟିମ୍ର ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା କରିଛନ୍ତି।
ଆଇପିଏଲ୍ ୨୦୨୧ର ଦ୍ୱିତୀୟ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ବାଜି ମାରିଛି ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍(CSK)। ମୁମ୍ବାଇକୁ ୨୦ ରନରେ ମାତ୍ ଦେଇଛି CSK। ଋତୁରାଜ ଗାଏକ୍ୱାଡଙ୍କ ଦମଦାର ଇନିଂସ୍ ଓ ଡ୍ୱେନ୍ ବ୍ରାଭୋଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା।
ଆଇପିଏଲ୍ ୨୦୨୧ର ଦ୍ୱିତୀୟ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲା ମୁମ୍ବାଇ । ହେଲେ କିଛି ସମୟ ପରେ ଦଳର ସ୍ଥିତି ବିଗିଡ଼ିଗଲା । ସ୍କୋର ଆଖିଦୃଶିଆ ନଥିଲା କି ଅଧିକ ବଲ୍ ନଥିଲା ।
ହଟିବେ କି ରବି ଶାସ୍ତ୍ରୀ ? ଟି ୨୦ ବିଶ୍ୱକପ୍ ପରେ ପୁଣି ଥରେ ଟିମ୍ ଇଣ୍ଡିଆ କୋଚ୍ ଭାବେ ପ୍ରତ୍ୟାବର୍ତ୍ତନ କରିପାରନ୍ତି କୁମ୍ବେଲ । ବିରାଟ କୋହଲି ଟି -୨୦ର ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେବା ପାଇଁ ଆଲୋଚନା ଚାଲିଛି । ଆଉ ଏହାରି ମଧ୍ୟରେ ରବି ଶାସ୍ତ୍ରୀଙ୍କ ପରେ ଅନୀଲ କୁମ୍ବଲେ ଦଳର କୋଚ ହୋଇପାରିବେ ବୋଲି ଖବର ଆସିଛି ।
ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବିରାଟ କୋହଲି। ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବେ। ଆଗାମୀ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି। ଏନେଇ ଟୁଇଟ୍ ଯୋଗେ ବିରାଟ କୋହଲି ସୂଚନା ଦେଇଛନ୍ତି।
ଖେଳ ପଡିଆରେ ଅଣ ଖେଳାଳିଙ୍କ ଅନୁପ୍ରବେଶ ନୂଆ ଘଟଣା ନୁହଁ। ପଡିଆ ଭିତରକୁ ଅନୁପ୍ରବେଶ ନେଇ ଦଣ୍ଡିତ ହେବାର ନଜିର ମଧ୍ୟ ରହିଛି। ହେଲେ ଆୟର୍ଲାଣ୍ଡ କ୍ରିକେଟ ପଡିଆରେ ଅନୁପ୍ରବେଶକାରୀଙ୍କୁ ପୁରସ୍କୃତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ। ତେବେ କିଏ ଏହି ଅନୁପ୍ରବେଶକାରୀ ?
ଆଇପିଏଲ୍ର ଆଗାମୀ ସିଜନ୍ରେ ଦୁଇଟି ନୂଆ ଦଳ ସାମିଲ ହେବାକୁ ଯାଉଛନ୍ତି। ନୂଆ ଦଳ ନିଲାମ ପାଇଁ ବିସିସିଆଇ ପ୍ରସ୍ତୁତି ଚଳାଇଛି। ଏନେଇ ବିସିସିଆଇ ଦ୍ୱାରା ଅକ୍ଟୋବର ୧୭ରେ ନିଲାମ ପ୍ରକ୍ରିୟା ଆୟୋଜନ କରାଯାଇପାରେ। ୨୦୨୨ ରୁ ଆଇପିଏଲ୍ରେ ୮ ଟି ଟିମ୍ ପରିବର୍ତ୍ତେ ୧୦ଟି ଟିମ୍ ପ୍ରବେଶ କରିବେ। ଜାନୁଆରୀରେ ଏନେଇ ଏକ ମେଗା ଅକ୍ସନ୍ କରାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି।
ଟି-20 ବିଶ୍ୱକପ ପରେ ବିରାଟ କୋହଲି ଟିମ ଇଣ୍ଡିଆର କ୍ୟାପଟେନ୍ସିପ୍ରୁ ଇସ୍ତଫା ଦେଇ ପାରନ୍ତି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ୱାନଡେ ଟିମ୍ ଏବଂ ଟି-20 ଦଳର ଦାୟିତ୍ୱ ଦିଆଯାଇପାରେ। ନିଜର ବୋଲିଂ ଉପରେ ଫୋକସ୍ କରିବା ପାଇଁ କୋହଲି ଏପରି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଦଳ ଓ ଟିମ୍ ମ୍ୟାନେଜମେଣ୍ଟ ସହ ମଧ୍ୟ ସେ ଆଲୋଚନା କରିଛନ୍ତି ।
ଚାକିରି ନେଇ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ଭଲ ହେବ କହିଛନ୍ତି ପ୍ରମୋଦ। ସେପଟେ ପ୍ରମୋଦ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରମୋଦଙ୍କୁ ବିମାନ ବନ୍ଦରରୁ ଖୋଲା ଜିପରେ ଶୋଭାଯାତ୍ରା କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।
ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ସୁନା ପୁଅ ପ୍ରମୋଦ ଭଗତ ଓଡ଼ିଶା ଫେରିଛନ୍ତି। ଆଜି ଅପରାହ୍ଣରେ ପ୍ରମୋଦ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ।
ଟି -୨୦ ବିଶ୍ୱକପ୍ ୨୦୨୧ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଭାରତୀୟ ଚୟନକର୍ତ୍ତା ମୁମ୍ବାଇରେ ଟିମ୍ ଘୋଷଣା କରିଛନ୍ତି। ସବୁଠାରୁ ବଡ ଖବର ହେଉଛି ଆର୍ ଅଶ୍ୱିନଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନିଙ୍କୁ ଦଳର ପରାମର୍ଶଦାତା କରାଯାଇଛି। ଦଳରେ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର, ଇଶାନ କିଶନଙ୍କ ଭଳି ଯୁବ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି।
୧୯୯୦ର ପ୍ରତ୍ୟେକ ଭାରତୀୟ କ୍ରିକେଟ୍ ପ୍ରଶଂସକ ପାକିସ୍ତାନର ପେସ୍ ଆକ୍ରମଣ ପ୍ରତି ଈର୍ଷା କରୁଥିଲେ। ୱାସିମ୍ ଆକ୍ରାମ, ୱାକର ୟୁନିସ୍ ଏବଂ ଜଣେ ସ୍ପିନର (ମୁଶତାକ୍ ଅହମ୍ମଦ କିମ୍ବା ସାକ୍ଲେନ୍ ମୁସ୍ତାକ) ଙ୍କ ବିଦେଶରେ ଏକ ମ୍ୟାଚ୍କୁ ଟର୍ଣ୍ଣ କରିବାର କ୍ଷମତା ଆମକୁ ଭୟଭୀତ କରିଥିଲା ଯେହେତୁ ଆମେ ସେହି ବିଜୟକୁ ଅପେକ୍ଷା କରିଥିଲୁ।
ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି। ୬ କୋଟି ଟଙ୍କା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି। ୬ କୋଟି ସହ ଗ୍ରୁପ୍ A ସରକାରୀ ଚାକିରି ଦିଆଯିବା ଘୋଷଣା କରାଯାଇଛି
ଭାରତର ଏହି ବିଜୟର ଦୁଇ ପ୍ରମୁଖ ନାୟକ ହେଲେ ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା। ଉଭୟ ଇଂଲଣ୍ଡର ଦ୍ୱିତୀୟ ଇନିଂସ୍ରେ ଦୁଇଟି ଲେଖାଏଁ ୱିକେଟ ଦଖଲ କରି ରେକର୍ଡ ବୁକ୍ରେ ନିଜ ନାଁ ଲେଖାଇଛନ୍ତି। ବୁମ୍ରା ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ସବୁଠାରୁ କମ ମ୍ୟାଚ୍ରେ ନିଜ ଟେଷ୍ଟ କ୍ୟାରିୟରରେ ୧୦୦ତମ ୱିକେଟ ପୂରଣ କରିଛନ୍ତି।
ରାଜ୍ୟ ସରକାର ଓ ହକି ଓଡ଼ିଶା ମଧ୍ୟରେ ବାଧକ ସାଜିଛି ହକି ଇଣ୍ଡିଆ। ହକି ଇଣ୍ଡିଆ ଚାହୁଁ ନାହିଁ ରାଜ୍ୟ ସରକାରଙ୍କ ସହ ହକି ଓଡ଼ିଶା ସମ୍ପର୍କ ରଖୁ। ଆଉ ଏଥିଲାଗି ରାଜ୍ୟ ସରକାର ହିଁ ଦାୟୀ ବୋଲି ହକି ଓଡ଼ିଶା ଅଭିଯୋଗ ଆଣିଛି।
ଭୁବନେଶ୍ୱରରେ ଥିବା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ‘ଉଡ଼ାନ୍’ ତାର ଏକ କୋର୍ଟଙ୍କୁ ପ୍ରମୋଦ ଭଗତ ନାଁରେ ନାମିତ କରିବ। ଏଥିସହିତ ଏହି କୋର୍ଟକୁ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଉତ୍ସର୍ଗ କରିବ।
ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୦ ରନ୍ କରିଥିଲା। ପୂର୍ବଦିନ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକୀୟ (୫୯) ଭାଗିଦାରୀ କରିଥିଲେ। ଜାଡେଜା ୧୭ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ ପୁଣି ନିରାଶ କରି ଖାତା ଖୋଲିପାରିନଥିଲେ।
ସାନ ଭାଇ ଶେଖରଙ୍କ ସହ ମିଶି ପଙ୍ଖା ସଜାଡ଼ିବାଠୁ ଆରମ୍ଭ କରି ମୋଟର ବାଇଣ୍ଡିଂ କରି ପେଟ ପୋଷୁଥିଲେ। ଏତେ ଆର୍ଥିକ ଅନଟନ ଭିତରେ ଥାଇ ବି ବ୍ୟାଡମିଣ୍ଟନ୍ ମୋହରୁ କିନ୍ତୁ ସେ ମୁକୁଳି ପାରିନଥିଲେ। ପ୍ରମୋଦ ୟା ଭିତରେ ଟୋକିଓରେ ଇତିହାସର ରଚନା କରିଥିଲେ ବି ଏପଟେ ଅତାବିରାରେ ଆଜି ବି ଉଜ୍ଜିବୀତ ରହିଛି ତାଙ୍କ ଜୀବନଜୀବିକାର ପୁରୁଣା ସ୍ମୃତି ଇଲେକ୍ଟ୍ରିକ୍ ମରାମତି ଦୋକାନ।