• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତ କବଜାରେ ଟି-୨୦ ସିରିଜ୍ । ଦ୍ୱିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । କେ ଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଦମଦାର ଇନିଂସ ବଳରେ ଗୋଟିଏ ମ୍ୟାଚ୍ ବାକିଥାଇ ଦଳ ସିରିଜ୍ ହାତେଇଛି । ପ୍ରଥମେ ବ୍ୟାଟିଂ କରି କିୱି ଦଳ ୧୫୩ ରନ୍ କରିଥିଲା ।

୧୫୪ ରନ୍‌ର ବିଜୟ ଲକ୍ଷ ନେଇ ଭାରତୀୟ ଦଳ ମଇଦାନକୁ ଓହ୍ଲାଇଥିଲା । ଜବାବରେ ଟିମ ଇଣ୍ଡିଆ ମାତ୍ର ୧୭ ଓଭର ୨ଟି ବଲରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛି । କେ ଏଲ୍‌ ରାହୁଲ ୬୫ ରନ୍ ଏବଂ ରୋହିତ ଶର୍ମା ୫୫ ରନ୍ କରିଛନ୍ତି । ୩ ଟିକିଆ ସିରଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଥିଲା ରୋହିତ ବାହିନୀ । ସିରିଜର ଅନ୍ତିମ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ ।

ପ୍ରଥମେ ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ମଇଦାନକୁ ଓହ୍ଲାଇଥିଲା ନ୍ୟୁଜିଲ୍ୟାଣ୍ଡ । ଦୁଇ ଓପ୍‌ନର ମାର୍ଟିନ୍ ଗପ୍ଟିଲ୍ ଓ ଡାରିଏଲ୍ ମିଚେଲ୍ ପ୍ରଥମ ୱିକେଟ ପାଇଁ ୪୮ ରନ୍ ଯୋଡ଼ିଥିଲେ । ଗପ୍ଟିଲ୍‌ ୧୫ ବଲରେ ୩ ଚୌକା ଓ ୨ ଛକା ସହ ୩୧ ରନ୍ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ ।

ଗପ୍ଟିଲ ଆଉଟ୍ ପରେ ଦଳର ରନ୍ ହାର ହ୍ରାସ ପାଇଥିଲା । ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ମାର୍କ ଚାପମ୍ୟାନ୍ ମାତ୍ର ୨୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ସେଟ୍ ବ୍ୟାଟ୍ସମ୍ୟାନ୍ ମିଚେଲଙ୍କୁ ଆଉଟ୍ କରି ଡେବ୍ୟୁଟାଣ୍ଟ ହର୍ଷଲ ପଟେଲ ନିଜର ପ୍ରଥମ ଶିକାର ହାସଲ କରିଥିଲେ। ମିଚେଲୋ ୨୮ ବଲରେ ୩ ଚୌକା ସହ ୩୧ ରନ୍ କରିଥିଲେ। ମିଡଲ୍ ଅର୍ଡରରେ ଗ୍ଲେନ୍ ଫିଲିପ୍ସଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ସ୍କୋର କରିପାରି ନଥିଲେ।