/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637936255.jpeg)
ARJENTINA vs GERMANY
ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପର ତୃତୀୟ ଦିନର ଚତୁର୍ଥ ମ୍ୟାଚ ଦୁଇ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା ଓ ଜର୍ମାନୀ ମଧ୍ୟରେ କଡା ଟକ୍କର ହୋଇଥିଲା। ସୁଇମିଙ୍ଗ ପୁଲ ପାର୍ଶ୍ୱ ଗୋଲପୋଷ୍ଟ ପଟୁ ଆରମ୍ଭ କରିଥିଲା ଆର୍ଜେଣ୍ଟିନା ଏବଂ ହକି ଅଭ୍ୟାସ ପଡ଼ିଆ ପାର୍ଶ୍ୱ ଗୋଲ ପୋଷ୍ଟ ପଟୁ ରହିଥିଲା ଜର୍ମାନୀ। ଜର୍ମାନୀ ତାର ପ୍ରଥମ ଲିଗ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୫-୨ଗୋଲରେ ଜିତିଥିଲା ଏବଂ ଆର୍ଜେଣ୍ଟିନା ତାର ପ୍ରଥମ ଲିଗ ମ୍ୟାଚରେ ଇଜିପ୍ଟକୁ ୧୪-୦ ଗୋଲରେ ହରାଇଥିଲା। ଉଭୟ ଦଳଙ୍କ ପାଇଁ ଆଜି ଦ୍ୱିତୀୟ ମ୍ୟାଚ ଥିଲା।
ଆରମ୍ଭରୁ ହିଁ ଦୁଇ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ। ମ୍ୟାଚର ୧୧ମିନିଟରେ ଜର୍ମାନୀ ତାର ଦଳୀୟ ପ୍ରଥମ ଗୋଲ ଦେଇଥିଲା। ଦଳ ପକ୍ଷରୁ ପୋଲଜାରିକ ମାଟେଓ ଆର୍ଜେଣ୍ଟିନା ଡିଫେନଣ୍ଡରଙ୍କୁ ଚକମା ଦେଇ ଗୋଲଟି କରିଥିଲେ। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଜର୍ମାନୀ ୧-୦ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଜୋରଦାର ଟକ୍କର ହୋଇଥିଲା। ଆର୍ଜେଣ୍ଟିନାକୁ ଅନେକ ପେନାଲିଟି କର୍ଣ୍ଣର ସୁଯୋଗ ମିଳିଥିଲେ ସୁଦ୍ଧା ଗୋଲ କରିବାକୁ ସକ୍ଷମ ହୋଇ ନଥିଲା। ଫଳରେ ହାଫ ଟାଇମ ଶେଷ ସୁଦ୍ଧା ଜର୍ମାନୀ ସେହି ୧-୦ଗୋଲରେ ଆଗୁଆ ରହିଥିଲା।
ତୃତୀୟ କ୍ୱାର୍ଟରରେ ମଧ୍ୟ କଡା ଟକ୍କର ହୋଇଥିଲା। ଆର୍ଜେଣ୍ଟିନା ଗୋଟିଏ ଗୋଲ ସ୍କୋର କରିଥିବା ବେଳେ ଜର୍ମାନୀ କରିଥିଲା ୨ଟି ଗୋଲ। ଜର୍ମାନୀ ୩୨ମିନିଟରେ ଆଉ ଏକ ଗୋଲ ଦେବାକୁ ପେନାଲିଟି କର୍ଣ୍ଣର ସହାୟତାରେ ତାର ଦଳୀୟ ଦ୍ୱିତୀୟ ଗୋଲ କରିଥିଲା। ଡ୍ରାଗଫ୍ଲିକର ତଥା କ୍ୟାପେଟେନ ସ୍ୱର୍ଝାପଟ ବେନେଡିକିଟ ଗୋଲ ଦେଇଥିଲେ। ୪୪ମିନିଟରେ ମୁଲ୍ଲେର ହାନେସ ଆଉ ଏକ ପେନାଲିଟି କର୍ଣ୍ଣର ଗୋଲା ଦେଇ ଦଳକୁ ଆଗୁଆ କରିଥିଲେ। ଆର୍ଜେଣ୍ଟିନା ମ୍ୟାଚର ୩୮ମିନିଟରେ ଷ୍ଟେଲାଟୋ ବୃନୋ ସ୍କୋର କରି ଦଳୀୟ ଗୋଲର ଖାତା ଖୋଲିଥିଲେ।
ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ୩-୧ ଗୋଲରେ ଆଗୁଆ ରହିଥିଲା ଜର୍ମାନୀ। ଚତୁର୍ଥ ବା ଶେଷ କ୍ୱାର୍ଟର ବା ମ୍ୟାଚର ୫୪ମିନିଟରେ ଆର୍ଜେଣ୍ଟିନା କମବ୍ୟାକ କରିଥିଲା। ଆର୍ଜେଣ୍ଟିନା ପାଇଁ ଦଳୀୟ ଦ୍ୱିତୀୟ ଗୋଲ ଦେଇଥିଲେ ଅଗସ୍ତିନ ଫ୍ରାଙ୍କ। ଶେଷ ପର୍ଯ୍ୟନ୍ତ ଲଢେଇ କରି ପରାଜୟ ସ୍ୱୀକାର କରିଛି ଆର୍ଜେଣ୍ଟିନା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)