Advertisment

କ୍ରିକେଟ ଜଗତରୁ ସନ୍ୟାସ ନେଲେ ମିଷ୍ଟର ୩୬୦

କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି ଦକ୍ଷିଣ ଆଫ୍ରିକାର ସୁପରଷ୍ଟାର ଏବି ଡି ଭିଲିୟର୍ସ । ଆଇପିଏଲରେ ଆଉ ନଜର ଆସିବେନି ମିଷ୍ଟର ୩୬୦। ୩୭ ବର୍ଷ ବୟସ୍କ ଏବି ଡି ଭିଲିୟର୍ସ ଟ୍ୱିଟ ମାଧ୍ୟମରେ ଏହି ଘୋଷଣା କରିଛନ୍ତି ।

author-image
Otv Khabar Bureau
Ab De villiers Retirement

Ab De villiers Retirement

ନୂଆଦିଲ୍ଲୀ: କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି ଦକ୍ଷିଣ ଆଫ୍ରିକାର ସୁପରଷ୍ଟାର ଏବି ଡି ଭିଲିୟର୍ସ । ୩୭ ବର୍ଷ ବୟସ୍କ ଏବି ଡି ଭିଲିୟର୍ସ ଟ୍ୱିଟ ମାଧ୍ୟମରେ ଏହି ଘୋଷଣା କରିଛନ୍ତି । ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ଆଇପିଏଲ ଭଳି କିଛି ଘରୋଇ ଟୁର୍ନାମେଣ୍ଟ ଖେଳୁଥିଲେ । ୨୦୧୮ ଏପ୍ରିଲରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଓ ଫେବୃଆରୀରେ ଭାରତ ବିପକ୍ଷରେ ତାଙ୍କର ଶେଷ ଏକଦିବସୀୟ ମ୍ୟାଚ୍ ଖେଳିଥିଲେ ।

Advertisment

ଆଇପିଏଲରେ ଆଉ ନଜର ଆସିବେନି ମିଷ୍ଟର ୩୬୦। ତାଙ୍କ ପିଢିର ଜଣେ ଶେଷ୍ଠ ବ୍ୟାଟ୍ସମ୍ୟାନ ଭାବରେ ସେ ବେଶ ପରିଚିତ । ସେ ଦୀର୍ଘ ୧୭ ବର୍ଷ ହେଲା କ୍ରିକେଟ ଖେଳି ଆସୁଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଏବିଡି ୧୧୪ଟି ଟେଷ୍ଟ, ୨୨୮ ଦିନିକିଆ ଓ ୭୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଅଲବିଦା ସମ୍ପର୍କରେ ଡିଭିଲିୟର୍ସ କହିଛନ୍ତି, “ଏହା ଏକ ଅଭୂତପୂର୍ବ ଯାତ୍ରା ଥିଲା। କିନ୍ତୁ ମୁଁ ସବୁ ପ୍ରକାରର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଏହି ଦୀର୍ଘ ଦିନର ଯାତ୍ରା ମଧ୍ୟରେ ମୋ ସହ ରହିଥିବା ସବୁ ଖେଳାଳି, ସଦସ୍ୟ ଓ କୋଚମାନଙ୍କୁ ଧନ୍ୟବାଦ ଜଣାଉଛି”।

ଡି ଭିଲିୟର୍ସ ଆହୁରି କହିଛନ୍ତି ଯେ "ଏହା ହେଉଛି ବାସ୍ତବତା ଯାହା ମୋତେ ଗ୍ରହଣ କରିବାକୁ ପଡିବ । କ୍ରିକେଟ୍ ମୋ ପ୍ରତି ଅତ୍ୟନ୍ତ ମହତପୂର୍ଣ୍ଣ ଥିଲା। ଟାଇଟନ୍ସ, ଦକ୍ଷିଣ ଆଫ୍ରିକା, ଆଇପିଏଲ କିମ୍ବା ବିଶ୍ୱର ଯେକୌଣସି ସ୍ଥାନରେ ମୁଁ ଖେଳିଛି, ସେଥିରୁ ଅଭିଜ୍ଞତା ପାଇଛି। ଏଥିପାଇଁ ମୁଁ ସବୁବେଳେ କୃତଜ୍ଞ ହୋଇ ରହିବି। ସେ କହିଛନ୍ତି ଯେ କ୍ରିକେଟ ସର୍ବଦା ମୋ ସହ ଅଛି ଆଉ ରହିବ । ଆରସିବି ଟିମ୍ ସବୁବେଳେ ମୋର ଓ ମୋ ପରିବାରର ଅତ୍ୟନ୍ତ ଘନିଷ୍ଠ ରହିଛି। ଆରସିବି ସହ ମୋର ଅନେକ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟ ରହିଛି। ଏହି ଟିମକୁ ଆମେ ସବୁବେଳେ ସମର୍ଥନ କରିବୁ। ମୁଁ ସବୁବେଳେ ଆରସିବିଆନ ହୋଇ ରହିବି।

Advertisment

ସେ ନିଜ ଦେଶର ସମସ୍ତ ଖେଳାଳି ସମେତ ବିଶ୍ୱର ଅନ୍ୟ ଟିମ୍ ମାନଙ୍କର ଖେଳାଳି, କୋଚ୍, ଫିଜିଓ ଓ ସପୋର୍ଟ ସ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ “ମୁଁ ବହୁତ କୃତଜ୍ଞ୍ୟ ଯେ ମତେ ସମସ୍ତ ଦେଶରେ ବେଶ ସମ୍ମାନ ଓ ସହଯୋଗ ମିଳିଛି । ମୁଁ କ୍ରିକେଟକୁ ଉପଭୋଗ କରିଥିଲି। କିନ୍ତୁ ଏବେ ୩୭ ବର୍ଷ ବୟସରେ ମୋ ଶରୀରରେ ମୋତେ ସେତେଟା ଭଲ କରିବାକୁ ଅନୁମତି ଦେଉନି। ମୁଁ ଭଲ ଭାବେ ଜାଣିଛି ଯେ ମୋ ପରିବାର, ମୋ ଭାଇ, ମୋ ପତ୍ନୀ ଡାନିଲେ ଓ ମୋ ପିଲାଙ୍କ ତ୍ୟାଗ ବିନା ଏହା କେବେ ହେଲେ ସଫଳ ହୋଇ ନଥାଆନ୍ତା”।

Retirement AB AB De Villiers
Advertisment
Advertisment