
ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ଓ ପରିବେଶ ଅନୁକୂଳ ରଙ୍ଗ ବ୍ୟବହାର କରନ୍ତୁ। ରଙ୍ଗରେ ବେଳେବେଳେ କାଚ ଗୁଣ୍ଡ ବା ଆଜ୍ବେଷ୍ଟସ୍ ଗୁଣ୍ଡ ପରି ବିପଜ୍ଜନକ ଉପାଦାନ ମଧ୍ୟ ମିଶାଯାଇଥାଏ। ଏହା କିଡନୀ, ଲିଭର୍, ହାଡ, ଆଖିକୁ କ୍ଷତି ପହଞ୍ଚାଇବା ସହ ଆଜ୍ମା ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ।
ରଙ୍ଗ ଲଗାଇବା ପାଇଁ ମଜା ତ ଲାଗେ କିନ୍ତୁ ଶରୀରରୁ ରଙ୍ଗ ଛଡ଼ାଇବା କଷ୍ଟ। ତେବେ ରଙ୍ଗ ଖେଳିବା ପୂର୍ବରୁ ପ୍ରଥମେ ନିଜ ଶରୀରରେ ସୋରିଷ ତେଲ, ନଡ଼ିଆ ତେଲ କିମ୍ୱା କୌଣସି ମଶ୍ଚରାଇଜର କ୍ରିମ୍କୁ ଭଲଭାବରେ ମାଲିସ କରନ୍ତୁ।
ଅଧିକାଂଶ ଲୋକଙ୍କୁ ତ ହୋଲି ଖେଳିବାକୁ ଭଲ ଲାଗେ। କିନ୍ତୁ ଯେତେବେଳେ ହୋଲିର ରଙ୍ଗ ସଫା କରିବାର ବେଳ ଆସେ ଏହା ଏକ ଦଣ୍ଡ ଭଳି ଲାଗେ। କିଛି ରଙ୍ଗ ଏମିତି ହୋଇଥାଏ ଯେ ସେଗୁଡିକ ସହଜରେ ଛାଡି ନଥାଏ। ବ୍ୟସ୍ତ ହୁଅନ୍ତୁ ନାହିଁ, ରଙ୍ଗରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ ସହଜ ଉପାୟ।
ଯେତେବେଳେ ବି ରଙ୍ଗର ପର୍ବ ହୋଲିର ଧାର୍ମିକ ମହତ୍ତ୍ୱ କଥା ଉଠେ ସେତେବେଳେ ସର୍ବପ୍ରଥମେ ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପିଉସୀ ହୋଲିକାଙ୍କ କଥା ମନକୁ ଆସେ। କିନ୍ତୁ ଆପଣ ଜାଣନ୍ତି କି ଏହି ପର୍ବ ସହିତ ଜଡିତ ଅନ୍ୟାନ୍ୟ ପୌରାଣୀକ କାହାଣୀ? ଆପଣ ଜାଣିଛନ୍ତି କି ଦେବଲୋକରେ ପ୍ରଥମ ହୋଲି ଖେଳ ବିଷୟରେ? ଆସନ୍ତୁ ଜାଣିବା…
ଆଜିଠୁ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ଯୋଗୁଁ ସାମାନ୍ୟ ଗୁଳୁଗୁଳି ହେବ
ପତ୍ନୀଙ୍କ ରାଗକୁ ଶାନ୍ତ କରିବା ପାଇଁ ଛୁଟି ପାଇଁ ପୋଲିସ୍ ବାବୁଙ୍କ ଏଭଳି ନିଆରା ଚିଠିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଉତ୍ତରପ୍ରଦେଶର ଫରୁଖାବାଦ ଜିଲ୍ଲାର ଜଣେ ପୋଲିସ୍ ଇନ୍ସପେକ୍ଟର ଏହି ଛୁଟି ଆବେଦନ କରିଛନ୍ତି।
ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA) ବୃଦ୍ଧି ନେଇ ଆଶା କରାଯାଉଛି।
ଗୋଡ଼ାଇ ଗୋଡ଼ାଇ ଛାତ୍ରୀଙ୍କୁ ହାଣିଲେ ଆଉ ଜଣେ ଛାତ୍ର। ୧୯ ବର୍ଷୀୟ ଛାତ୍ରୀଙ୍କୁ କଲେଜ ପରିସରରେ ଅନ୍ୟ ଜଣେ ଛାତ୍ର ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଇଣ୍ଡୋନେସିଆରେ ଫୁଟ୍ବଲ୍ ମ୍ୟାଚ୍ ପରେ ବଡ଼ ଧରଣର ହିଂସାକାଣ୍ଡ ଘଟିଛି। ଏଥିରେ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି।
ପୁଣିଥରେ ଅଶାନ୍ତ ହୋଇ ଉଠିଛି ଜମ୍ମୁ-କଶ୍ମୀର। ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ଯୋଗୁ ପୂରା ଉପତ୍ୟକାରେ ସୃଷ୍ଟି ହୋଇଛି ଭୟର ବାତାବରଣ। ବିଶେଷ କରି କୁଲଗାମରେ ଜଣଙ୍କ ପରେ ଜଣେ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ।
ଜମ୍ମୁ କାଶ୍ମୀରରେ ଥମୁନି ଟାର୍ଗେଟ କିଲିଂ । ଜଣକ ପରେ ଜଣଙ୍କ ଜୀବନ ନେଉଛନ୍ତି ଆତଙ୍କୀ ।
କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁର ବୀଭତ୍ସ କାଣ୍ଡକୁ ନେଇ ସାରା ରାଜ୍ୟ ସ୍ତବ୍ଧ। ଭାଇରୁ ଭଗାରୀ ହୋଇ ଜଲ୍ହାଦ ସାଜି ରକ୍ତର ହୋଲି ଖେଳିଥିବା ହତ୍ୟାକାରୀ ଶିବ ସାହୁକୁ ଆଜି ସାଲେପୁର ଜେଏମ୍ଏଫ୍ସି କୋର୍ଟରେ ପୋଲିସ୍ ହାଜର କରିପାରେ।
ଶେଷ ହୋଇଛି ଓଡ଼ିଶା ପ୍ରସିଦ୍ଧ ପୁରୀ ହରିରାଜପୁର ମେଲଣ । ଚଳିତ ଥର ଫଗୁ ବଦଳରେ ଫୁଲର ହୋଲି ଖେଳିଲେ ଠାକୁର । ଶେଷ ଦିନରେ ହରିହର ଭେଟ ହେବା ସହ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ ।
ହୋଲି ଖେଳ ହେଉଛି ମାନେ ଟିକେ ସୁରାପାନ ନହେଲେ କଣ ହେବ। ଆଉ ସୁରାପାନ ପରେ କିଏ ଚାଲୁଚାଲୁ ଗଳି ପଡ଼ୁଛି ତ କିଏ ତଳେ ମାରୁଛି ଦିଗଡା। ନିଶାରେ ପୁରା ଚୁର୍ ହୋଇ ନାଳରେ ପଡ଼ି ନଙ୍ଘା ଗଡୁଛି।
ହୋଲି...ଆଜି ମୋ ଚିକିଣି ଗାଡ଼ି ନେଇ ଆସିଲେ ତୁମେ ରଖିବ ତ? ପୂରା ଧଳା ଗାଡ଼ିକୁ ନାଲି କରିଦେବ...ମୋର ଏସନ ଏଇ ଗାଡ଼ି ଚଢିବି। ତୁମେ ମାନେ ଯେତେ ହୋଲି ମାରିଲେ ବି ଫରକ ପଡ଼ିବନି...ଦେଖନ୍ତୁ ସୁର ଭାଇଙ୍କ ନୂଆ ଗାଡ଼ି
କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ଦିନ ଯୁବକ ଜଣ ସାଙ୍ଗମାନଙ୍କ ସହ ହୋଲି ଖେଳିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ।
ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ବୋମାମାଡ଼ ଓ ଗୁଳି ଚାଳନା ପରେ ସ୍ଥିତି ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି। ଗାଁରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇପଡ଼ିଛି।
ଗୋଟିଏ ଗୋଷ୍ଠୀର ଲୋକେ ଏକାଠି ହୋଇ ରଙ୍ଗ ଖେଳୁଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ସେମାନଙ୍କ ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି ।
ଦିଲ୍ଲୀରୁ ମୁମ୍ବାଇ, ଗୁଜରାଟରୁ କୋଲକାତା, ଆଉ ତା ସହ ମଥୁରା ବୃନ୍ଦାବନ... ଗଗନ ପବନ, ଖାଲି ରଙ୍ଗ ଆଉ ରଙ୍ଗ । ନାଚଗୀତ ସହ ଫୁଲ୍ ଜୋଶରେ ହୋଲି ଖେଳ । ରଙ୍ଗର ପର୍ବ ପାଳିବାକୁ ସାରା ଦେଶରେ ଉତ୍ସାହ ।
ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ । ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିର ସହ ଅନ୍ୟ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ
ବଜାରରେ ମିଳୁଥିବା କେମିକାଲ ଯୁକ୍ତ ଫଗୁ ଅପେକ୍ଷା ଏହି ଫଗୁ ସୁରକ୍ଷିତ ଓ ଶସ୍ତା ହୋଇଥିବା ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଏହାପ୍ରତି ଆଗ୍ରହ ବଢ଼ିଥିବା ବ୍ୟବସାୟୀ ଜଣାଇଛନ୍ତି ।
ହୋଲି ଖେଳିଲାବେଳେ କେଶ ଉପରେ କ୍ୟାମିକଲ୍ ରଙ୍ଗର ପ୍ରଭାବ ପଡ଼ିଥାଏ। କେଶ ଖରାପ ହେବାର ଆଶଙ୍କା ମଧ୍ୟ ଥାଏ। ତେଣୁ ରଙ୍ଗ ଖେଳିବା ପୂର୍ବରୁ କେଶରେ ସୋରିଷ ତେଲ ଲଗାନ୍ତୁ। ଫଳରେ ସାମ୍ପୁକଲେ କେଶରୁ ସବୁ ରଙ୍ଗ ସହଜରେ ବାହାରିଯିବ
ରଙ୍ଗମୟ ବସନ୍ତରେ ପଲ୍ଲବିତ ପୁରପଲ୍ଲୀ, ଭକ୍ତିମୟ ପରିବେଶରେ ଫଗୁର ଫୁଆର । ଦୋଳ ବେଦିରେ ବିରାଜିତ ଦୋଳ ଗୋବିନ୍ଦ ଗାଁକୁ ଗାଁ ,ସାହିକୁ ସାହି ବିମାନରେ ବସି ବିହାର କରୁଛନ୍ତି ରାଧାକୃଷ୍ଣ ।
ଦୋଳଗୋବିନ୍ଦ ବିମାନରେ ବିରାଜିତ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଭକ୍ତ ମାତିଛନ୍ତି ଫଗୁ ଅବିରର ଖେଳରେ । ସେପଟେ ଦୋଳ ପୂର୍ଣ୍ଣିମା ଅବସରରେ ରତ୍ନ ସିଂହାସନରେ ମହାପ୍ରଭୁ ରାଜାଧିରାଜ ତଥା ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଦର୍ଶନ ଦେଇଛନ୍ତି ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଜାରି ରହିଛି।