/odishatv-khabar/media/post_attachments/uploadimage/library/16_9/16_9_0/Rain_1678105707.jpg)
Rain
ହୋଲିରେ ଭିଜାଇବ ବର୍ଷା । ବାୟୁମଣ୍ଡଳରେ ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲିଠୁ ଆଭ୍ୟନ୍ତରୀଣ ଓଡ଼ିଶା ର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୮ ତାରିଖରେ ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଆସିପାରେ । ୯ ତାରିଖ ଠାରୁ ଉପକୂଳ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷାର ପ୍ରଭାବ ରହିବ । ୧୦ ତାରିଖରେ ମଧ୍ୟ ଉତ୍ତର ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ରହିବ ।
ଯେହେତୁ ବର୍ଷାର ପ୍ରଭାବ ରହିବ, ଏଣୁ ବିଭିନ୍ନ ସ୍ଥାନରେ ପାଖ ମେଘୁଆ ରହିବ । ଏହାସହ ପାଖାପାଖି ଜିଲ୍ଲାରେ ମେଘୁଆ ପାଗ ରହିବ ଓ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ତେବେ ୧୦ ତାରିଖ ପରେ ପୁଣିଥରେ ପୂର୍ବ ଭଳି ତାତି ଅନୁଭୂତ ହେବ । ତେବେ ବର୍ଷା ଯୋଗୁଁ ଜଙ୍ଗଲ ନିଆଁରୁ ଆଶ୍ୱସ୍ତି ମିଳିବ ବୋଲି କୁହାଯାଇଛି ।
ଏବେ ରାଜ୍ୟର ପ୍ରାୟ ଅଞ୍ଚଳରେ ତାପମାତ୍ରା ୩୭ରୁ ୩୮ ଡିଗ୍ରୀ ରେକର୍ଡ ହେଉଛି । ଅଧିକାଂଶ ଅଞ୍ଚଳରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହୁଛି । ଗତକାଲି ସର୍ବୋଚ୍ଚ ଦିନ ତାପମାତ୍ରା ତାଳଚେର ରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ରେ ୩୮.୪ ଡିଗ୍ରୀ ଥିଲା । ଗତକାଲି ଯାଏଁ ତାପମାତ୍ରା ଉପରେ ସାମୁଦ୍ରିକ ବାୟୁର କୌଣସି ପ୍ରଭାବ ନଥିଲା ।
ଆଜିଠାରୁ ସାମୁଦ୍ରିକ ବାୟୁର ପ୍ରଭାବ ସାମାନ୍ୟ ବୃଦ୍ଧି ହୋଇଛି । ତେଣୁ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ହୋଇଛି । ଏହା ପ୍ରଭାବରେ ସାମାନ୍ୟ ଗୁଳୁଗୁଳି ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)