• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "150" result for "ହୋଲି" in https://otvkhabar.in

EID UPATAJYA
ଇଦ୍-ଉଲ୍-ଜୁହାରେ କାଶ୍ମୀରରେ ରକ୍ତର ହୋଲି

ଶ୍ରୀନଗର: ସାରାଦେଶରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି ବଳିଦାନର ପର୍ବ ଇଦ୍-ଉଲ୍-ଜୁହା। ତେବେ ଏଭଳି ଏକ ପବିତ୍ର ଦିନରେ ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଘଟାଇଛନ୍ତି ଅାତଙ୍କବାଦୀ। ଜଣେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିଛନ୍ତି ମୃତ୍ୟୁର ଏହି ସୌଦାଗରମାନେ। ଜାମ୍ମୁ ଓ କାଶ୍ମୀର ପୋଲିସର କନେଷ୍ଟବଳ ଫୟଜ ଅହମ୍ମଦ ଶାହ ନମାଜ ସାରି ଘରକୁ ଫେରୁଥିବା ବେଳେ ଅାତଙ୍କବାଦୀ ତାଙ୍କୁ ଟାର୍ଗେଟ କରିଥିଲେ। ଏପଟେ ପୁଲୱାମା ଜିଲ୍ଲା ବିଜେପି ସଭାପତି ସବିର ଅହମ୍ମଦ ଭଟ୍ଟଙ୍କୁ ମଧ୍ୟ […]

drowning
ହୋଲି ଖେଳି ଗାଧୋଇବାକୁ ଯାଇ ବୁଡ଼ିଗଲେ ବାପା ଓ ପୁଅଝିଅ

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁର ଠେଲକୁଲିରେ ନଦୀରେ ବୁଡ଼ିଯାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜୁ ପାଶ୍ୱାନ, ୮ ବର୍ଷର ପୁଅ ବାଦଲ ଓ ୭ ବର୍ଷର ଝିଅ ଶୁଭା ପାଶ୍ୱାନ। ରାଜୁଙ୍କ ଘର ବିହାରର ବନାହି ଗାଁରେ। ଗତକାଲି ରାଜୁ ଓ ତାଙ୍କ ପୁଅ ଝିଅ ହୋଲି ଖେଳି ସାରିବା ପରେ ଖେରୁଆଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ସନ୍ଧ୍ୟା ଯାଏ ନଫେରିବାରୁ ପରିବାର ଲୋକେ ଠେଲକୁଲି ଥାନାରେ ଅଭିଯୋଗ କରିଥିଲେ। […]

student
ହୋଲି ଖେଳି ଗାଧୋଇବାକୁ ଯାଇଥିଲେ ବୁଡ଼ିଗଲେ

କଟକ (ପ୍ରଭାତ ବିଷୋୟୀ): ହୋଲି ଖେଳ ବେଳେ କଟକ ଜିଲ୍ଲାରେ ଏକ ଅଘଟଣ ଘଟି ଯାଇଛି। ସାଙ୍ଗମାନଙ୍କ ସହ ହୋଲି ଖେଳିବା ପରେ ଗୋପାଳପୁର କାଠଯୋଡ଼ି ଘାଟକୁ ଗାଧୋଇବାକୁ ଯାଇ ଜଣେ ୧୫ ବର୍ଷ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସତୀଶ ସାହୁ। ଚଳିତବର୍ଷ ସତୀଶ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।    

holi
ହୋଲି ରଙ୍ଗରେ ରଙ୍ଗୀନ ହେଲେ ରାଜନେତା

ଭୁବନେଶ୍ୱର: ଆଜି ସାରାଦେଶରେ ଧୁମ୍‌ଧାମ୍‌ରେ ପାଳନ ହେଉଛି ହୋଲି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତା ସମସ୍ତେ ହୋଲି ରଙ୍ଗରେ ରଙ୍ଗୀନ ହୋଇଥିଲେ। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ହୋଲି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବିଜେଡି ନେତା ତଥା ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ହୋଲି ଉତ୍ସବ ପାଳନ କରିଛନ୍ତି। ଜୟପୁର ସହର ତାରାପ୍ରସାଦ ବାହିନୀପତି ମଧ୍ୟ ସମର୍ଥକଙ୍କ ସହ ହୋଲି ପାଳିଛନ୍ତି।

suresh
ହୋଲିରେ ଲାଗିଲା ନିର୍ବାଚନୀର ରଙ୍ଗ

ଭୁବନେଶ୍ୱର : ପ୍ରତି ବର୍ଷ ତ ହୋଲି ଆସେ, ତେବେ ଏଥରର ହୋଲି ଟିକେ ନିଆରା। କାରଣ ଏଥର ହୋଲିରେ ଲାଗିଛି ନିର୍ବାଚନୀ ରଙ୍ଗ। ରଙ୍ଗ ଓ ଅବିର ଖେଳ ସହିତ ନିର୍ବାଚନୀ ଉଷ୍ମତା ମାପିଛନ୍ତି ରାଜନୈତିକ ନେତା। ଘର ସଜଡା ପ୍ରୟାସ ଭିତରେ ବଢିଛି କଂଗ୍ରେସ କର୍ମୀଙ୍କ ଉତ୍ସାହ। ରାଜ୍ୟ କାର୍ଯ୍ୟାଳୟରେ ଆଜି ପାଳିତ ହୋଲି ଉତ୍ସବରୁ ଏହା ସ୍ପଷ୍ଟ ବାରି ହୋଇପଡୁଥିଲା। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୋଧୁରୀଙ୍କ ନେତୃତ୍ୱରେ ଦଳୀୟ କର୍ମୀ […]

jaypur
ହୋଲି ଖେଳରୁ ମହାଭାରତ, ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଜୟପୁର (ଟି.ଗୌରୀ ଶଙ୍କର) : ଜୟପୁରରେ ହୋଲି ଖେଳରୁ ମହାଭାରତ। ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଏକାଧିକ ଆହତ ହୋଇଥିବା କୁହାଯାଉଛି।  ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି, ପଥର ମାଡ଼ ଓ ଭଙ୍ଗାରୁଜା ହୋଇଥିବା ମଧ୍ୟ କୁହାଯାଉଛି। ଗଣ୍ଡଗୋଳ ଆୟତ୍ତ କରିବାକୁ ପୁଲିସ୍‌ ବ୍ଲାଙ୍କ୍‌ ଫାୟାରିଂ କରିଥିବା ସୂଚନା ମିଳିଛି।  ବ୍ଲାଙ୍କ୍‌ ଫାୟାରିଂ ପରେ ପରିସ୍ଥିତି ଅଣାୟତ୍ତ ରହିଛି। ତେବେ କେଉଁ କାରଣରୁ ଗୋଷ୍ଠୀ ସଂଘର୍ଷ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି। ପରିସ୍ଥିତିକୁ […]

pcr
ହୋଲି ଖେଳ ବେଳେ ଭୁବନେଶ୍ୱର ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ୱର : ହୋଲି ଖେଳ ବେଳେ ଭୁବନେଶ୍ୱର ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ।  ଏଥିରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉତ୍ତ୍ୟକ୍ତ ଲୋକେ ଏକ ପିସିଆର ଭ୍ୟାନ୍‌ ଭାଙ୍ଗିବା ସହ ଅନ୍ୟ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏକ ହୋଟେଲକୁ ମଧ୍ୟ ଭାଙ୍ଗିଦେଇଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି। ଏବେବି ସେଠାରେ ଚାପା ଉତ୍ତେଜନା ଲାଗି ରହିଛି।

holi3
ଆସୁଛି ରଙ୍ଗର ପର୍ବ ହୋଲି ; ବଜାରରେ ମିଳିଲାଣି ବିଭିନ୍ନ ରଙ୍ଗର ଅବିର

ସମ୍ବଲପୁର (ସଂଜୟ ଜେନା) : ଆସୁଛି ରଙ୍ଗର ପର୍ବ ହୋଲି। ଏଥିପାଇଁ ବଜାରରେ ମିଳିଲାଣି ବିଭିନ୍ନ ରଙ୍ଗର ଅବିର। ସମ୍ବଲପୁର ସହରରେ ବିଶେଷ କରି ଗୋଲବଜାରରେ ବସିଥାଏ ରଙ୍ଗ ବଜାର। ବିଭିନ୍ନ ପ୍ରକାର ରଙ୍ଗ ସହ ପିଚ୍‌କାରି, ଚଷମା, ଟୋପି, ମୁଖା ଇତ୍ୟାଦିରେ ଭରପୁର ବଜାର। ରଙ୍ଗ ପ୍ୟାକେଟ୍‌ର ଦାମ୍‌ ୧୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଫଳରେ ସବୁ ବର୍ଗର ଲୋକେ ରଙ୍ଗ କିଣିପାରୁଥିବା କହିଛନ୍ତି ବ୍ୟବସାୟୀ। ରଙ୍ଗ ବଜାରରେ ସବୁ […]

holika
ରାଉରକେଲାରେ ହୋଲିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା : ହୋଲି ଉତ୍ସବ ପାଳନ ଅବସରରେ ଗତକାଲି ରାଉରକେଲାରେ ହୋଲିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ଦୋଳପୂର୍ଣ୍ଣିମାରେ ମାରବାଡି ସମାଜ ପକ୍ଷରୁ ଏହି ଉତ୍ସବ ପାଳନ କରାଯାଇଥାଏ। ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ସ୍ୱରୁପ ଏହି ଉତ୍ସବରେ ହୋଲିକାକୁ ଦହନ କରାଯାଇଥାଏ। ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ଦିଲୀପ ରାୟ ଯୋଗ ଦେଇଥିଲେ। ଏହି ଅବସରରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

holi
ଆଜି ରଙ୍ଗର ପର୍ବ ହୋଲି : ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ

ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି।  ଏଥିପାଇଁ  ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ।  ପରସ୍ପରକୁ ରଙ୍ଗ ଲଗାଇ ହୋଲିର ମଜା ନେଉଛନ୍ତି ସମସ୍ତେ।  ଭାଇଚାରାର  ସହର କଟକରେ ମଧ୍ୟ ହୋଲି ଖେଳକୁ ନେଇ ବେଶ ଉତ୍ସାହ ଦେଖାଦେଇଛି। ଚଳିତ ବର୍ଷ ଫ୍ୟାନ୍ସିଂ ଓ ହରବାଲ ରଙ୍ଗରେ ଲୋକେ ହୋଲି ଖେଳୁଥିବା ଦେଖିବାକୁ ମିଳୁଛି। ରାଜଧାନୀରେ ମଧ୍ୟ ହୋଲିକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖାଦେଇଛି। ସେପଟେ ହୋଲିରେ ସହରରେ କିଭଳି ଆଇନ […]

CM Naveen Patnaik
ଚଳିତବର୍ଷ ହୋଲି ଖେଳିବେ ନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାତ୍ର ଚଳିତବର୍ଷ ସେ ହୋଲି ଖେଳିବେ ନାହିଁ ବୋଲି କହିଛନ୍ତି। ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସଭିଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ। pic.twitter.com/D7g126bPqG — Naveen Patnaik (@Naveen_Odisha) March 1, 2018 ତାଙ୍କୁ ଥଣ୍ଡା ହୋଇଥିବାରୁ ହୋଲି ଖେଳିବେ ନାହିଁ ବୋଲି ସେ କହିଛନ୍ତି। […]

holi herbal
ମାର୍ଚ୍ଚ ୨୦ ତାରିଖରେ ସ୍ୱପ୍ନା ପତି ଫାଉଣ୍ଡେସେନ ପାଳନ କରିବ ହର୍ବାଲ ହୋଲି

ଭୁବନେଶ୍ୱର : ମାର୍ଚ୍ଚ ୨୦ ତାରିଖରେ ସ୍ୱପ୍ନା ପତି ଫାଉଣ୍ଡେସେନ ପାଳନ କରିବ ହର୍ବାଲ ହୋଲି। ରାଜଧାନୀର ଏକ ତାରକା ହୋଟଲରେ ସଂଧ୍ୟା ୬ଟାରୁ ୧୧ ମଧ୍ୟରେ ହୋଲି ପାଳନ କରାଯିବ। ହଳଦୀ, ଟମାଟୋ, ବିଟ୍ ଏବଂ ବିଭିନ୍ନ ଫୁଲରେ ତିଆରି ରଙ୍ଗରେ ହୋଲି ଖେଳାଯିବ। ଚଳିତ ବର୍ଷ ଓଲିଉଡ୍‌ ତାରକା ସବ୍ୟସାଚୀ ହର୍ବାଲ ହୋଲିର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ସୂଚନା ସୂଚନା ଦିଆଯାଇଛି। କେମିକାଲ ରଙ୍ଗ […]

c1
ସୁରକ୍ଷିତ ହୋଲି ପାଇଁ କମିଶନରେଟ ପୁଲିସ୍‌ର ଆଡଭାଇଜରି

ଭୁବନେଶ୍ୱର: ସୁରକ୍ଷିତ ହୋଲି ପାଇଁ କମିଶନରେଟ ପୁଲିସ୍‌ ଆଡ୍‌ଭାଇଜରି ଜାରି କରିଛି। ଏହା ସହିତ ରଙ୍ଗ ନାଁରେ କେମିକାଲ୍‌ ବିକ୍ରିକୁ ନେଇ ଜୋର୍‌ଦାର୍‌ ଚଢ଼ଉ କରାଯିବ କୁହାଯାଇଛି। ବଜାରରେ ମିଳୁଥିବା ରଙ୍ଗ ଅପମିଶ୍ରିତ ନା ନାହିଁ ତାର ଯାଞ୍ଚ ପାଇଁ ପଲ୍ୟୁସନ୍‌ କଣ୍ଟ୍ରୋଲ ବୋର୍ଡକୁ ସ୍କାଡ୍‌ ଦେବା ପାଇଁ ମଧ୍ୟ କୁହାଯାଇଛି। ସ୍ପିଡ୍‌ ବାଇକିଂ ଓ ଦୃତ ହର୍ଣ୍ଣ ବଜାଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ପଦକ୍ଷେପ ନିଆଯିବ ବୋଲି ପୁଲିସ୍‌ କମିଶନର […]

a1
ସାରା ଦେଶରେ ହୋଲିକା ଦହନ ଉତ୍ସବ ପାଳିତ

ନୂଆଦିଲ୍ଲୀ: ହୋଲିକା ଦହନ ସହ ସାରା ଦେଶରେ ଗତକାଲିଠାରୁ ଆରମ୍ଭ ହୋଇଛି ରଙ୍ଗର ପାରମ୍ପରିକ ପର୍ବ ହୋଲି। ବିଭିନ୍ନ ସ୍ଥାନରେ ହୋଲିକାର ପୂଜା ସହ ପରଷ୍ପରକୁ ରଙ୍ଗ ବୋଳି ହୋଲି ଖେଳିଥିଲେ। ପଂଜାବ ଅମୃତସରରେ ବିଏସ୍ଏଫ୍ କ୍ୟାମ୍ପରେ ମଧ୍ୟ ଯବାନମାନେ ହୋଲିକା ଦହନ ପର୍ବ ପାଳନ କରିଥିଲେ। ରାତିରେ ଯବାନମାନେ ସ୍ୱତନ୍ତ୍ର ପୂଜା ପାଠ ସହ ନିଆଁ ଲଗାଇଥିଲେ। ଏହାପରେ ପରଷ୍ପରକୁ ରଙ୍ଗ ଲଗାଇ ନାଚି ଗାଇ ହୋଲି ଉତ୍ସବ ପାଳନ କରିଥିଲେ।

d2
ଦୋଳପୂର୍ଣ୍ଣିମା ଓ ହୋଲି ପର୍ବ ଅବସରରେ ବାଲୁକା କଳା

ପୁରୀ(ମଧୁସୂଦନ ମିଶ୍ର): ଦୋଳପୂର୍ଣ୍ଣିମା ଓ ହୋଲି ପର୍ବ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ନିର୍ମାଣ କରି ଭାରତବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଦେଇଛନ୍ତି। ଶ୍ରୀକ୍ଷେତ୍ରରେ ଦୋଳପୂର୍ଣ୍ଣିମା ଅବସରରେ ଭଗବାନ ଦୋଳଗୋବିନ୍ଦ, ଲକ୍ଷ୍ମୀ ସରସ୍ୱତୀ ଭକ୍ତଙ୍କ ସହ ରଙ୍ଗ ଖେଳିବାକୁ ଥିବା ବେଳେ ଭଗବାନ ଓ ଭକ୍ତଙ୍କ ଭିତରେ ଅପୂର୍ବ ମିଳନ ଘଟିବ। ଆଉ ସେହି ଅପୂର୍ବ ମିଳନ ଅବସରରେ ମାନସ ବାଲିରେ ରାଧାକୃଷ୍ଣଙ୍କ ମୂର୍ତ୍ତି ନିର୍ମାଣ […]

holy
ମଥୁରାର ବରସାନାରେ ଲାଠମାର ହୋଲି ପାଳନ

ନୂଆଦିଲ୍ଲୀ: ଆଗକୁ ଆସୁଛି ହୋଲି ପର୍ବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ଉତ୍ତରପ୍ରଦେଶର ମଥୁରାରେ ହୋଲି ପର୍ବ ବେଶ୍ ଧୁମ୍‌ଧାମ୍‌ରେ ପାଳନ ଆରମ୍ଭ ହୋଇଛି। ଶ୍ରୀ ରାଧାରାଣୀ ମନ୍ଦିରରେ ହୋଲି ପାଳନ ହୋଇଥିବାବେଳେ ବିଭିନ୍ନ ମଠ, ଆଶ୍ରମ ଓ ମନ୍ଦିରରେ ମଧ୍ୟ ଏହି ପର୍ବ ପାଳନ ହେଉଛି। ପରସ୍ପରକୁ ରଙ୍ଗ ଓ ଅବିର ବୋଳି ଲୋକେ ହୋଲି ମନାଉଛନ୍ତି। ଲୋକକଥା ଅନୁଯାୟୀ, ରାଧା ଗୋରା ଆଉ ଭଗବାନ କୃଷ୍ଣ କଳା। ସେଥିପାଇଁ ପ୍ରଭୁ ଶ୍ରୀକୃଷ୍ଣ ନିଜ ରଙ୍ଗକୁ ନେଇ […]

holi
ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା

ଭୁବନେଶ୍ୱର: ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ଏକାଠି ହୋଇ ଦୋଳଯାତ୍ରା ପାଳନକୁ ଅନୁମତି ଦିଆଯିବନି। କୋଭିଡ୍ ନିୟମ ମାନି ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ। ଯଥା ରୀତିରେ ମନ୍ଦିରରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ହେବ। ସ୍ଥାନୀୟ ପ୍ରଶାସନ ଚାହିଁଲେ ମନ୍ଦିର ପ୍ରବେଶ ନେଇ କଟକଣା ଲଗାଇ ପାରିବେ। ରାଜ୍ୟରେ ବଢ଼ୁଥିବା କରୋନା […]

radha-gobinda
ରାତି ପାହିଲେ ହୋଲି: କରୋନା ପାଇଁ ଫିକା ପଡିବ ରଙ୍ଗଖେଳ

ରାତି ପାହିଲେ ହୋଲି ଉତ୍ସବ। କରୋନା ସଂକ୍ରମଣ ସାଙ୍ଗକୁ ପ୍ରଶାସନର କଟକଣା ଭିତରେ ଫିକା ପଡ଼ିବ ରଙ୍ଗର ପର୍ବ ହୋଲି। ତେବେ ଆଜି ଦୋଳ ପୂର୍ଣ୍ଣମୀରେ ଶ୍ରୀକ୍ଷେତ୍ରରେ ଦୋଳ ବେଦୀରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଦୋଳ ଗୋବିନ୍ଦ

holi
କରୋନା ମାଡ଼ରେ ଏଥର ଦୋଳ ମେଳଣ ହୋଲି ରଙ୍ଗ ପଡ଼ିବ ଫିକା

ଏଥର ବି କରୋନା ମାଡ଼ରେ ଫିକା ହେବ ଦୋଳ ମେଳଣ ଓ ହୋଲି ମଉଜ। ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ମନା ହୋଇଥିବା ବେଳେ, ଦୋଳଯାତ୍ରା ଓ ମେଳଣ ପାଇଁ ଗାଇଡଲାଇନ ଜାରି ହୋଇଛି। ସେପଟେ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବି ସ୍ଥଗିତ ରହିପାରେ ବୋଲି ସୂଚନା ମିଳିଛି

OTV-Portal-HOLI
କରୋନା ପାଇଁ ହୋଲି ଖେଳରେ ଲାଗିଲା କଟକଣା

କରୋନା ପାଇଁ ହୋଲି ଖେଳ ଉପରେ ଲାଗିଲା କଟକଣା। ଭୁବନେଶ୍ୱର ମହାନଗର ଅଞ୍ଚଳରେ ଦୋଳ, ହୋଲି ପାଇଁ କଟକଣା ଲଗାଯାଇଥିବା ନେଇ ସୂଚନା ମିଳିଛି।  ତେବେ କଟକଣା ସଂପର୍କରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ବିସୃତ ସୂଚନା ଦେଇଛନ୍ତି

death-drown
କାଳ ସାଜିଲା ହୋଲି ଖେଳ, ଚାଲିଗଲା ୧୦ ଜୀବନ

ଭୁବନେଶ୍ୱର: ହୋଲି ପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇଥିବାବେଳେ ବିଭିନ୍ନ ସ୍ଥାନରୁ ଆସିଛି ଦୁଃଖଦ ଖବର। ହୋଲି ଖେଳ ହିଁ କାଳ ସାଜିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ଜନିତ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ନିଖୋଜ ଅଛନ୍ତି। ହୋଲି ଖେଳି କେନ୍ଦୁଗୁଡା ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ୩ ଯୁବକଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଂଚଳର ୩ ଜଣ ଯୁବକ ହୋଲି ଖେଳିବା ପରେ କେନ୍ଦୁଗୁଡା ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ। ଡ୍ୟାମରେ ଗାଧୋଇବା ବେଳେ […]

holi
କରୋନା ଭୟ: ଏଥର କେମିତି ହେବ ହୋଲି ଖେଳ ? ଚାଇନା ରଙ୍ଗକୁ...

ଭୁବନେଶ୍ୱର: ଆଉ ଦୁଇଟା ଦିନ ପରେ ରଙ୍ଗର ପର୍ବ ହୋଲି। ହେଲେ ଏବର୍ଷ ରଙ୍ଗର ପର୍ବ ସେତେଟା ରଙ୍ଗୀନ ହୋଇନପାରେ।  ଫିକା ପଡ଼ିପାରେ ଉତ୍ସାହ। ଯାହାର ପୂର୍ବାଭାସ ଦେଖିବାକୁ ମିଳିଛି ହୋଲି ବଜାରରେ। କରୋନାରୁ ବର୍ତ୍ତିବାକୁ ବହୁ ଲୋକ ଘର ଭିତରେ ରହି ହୋଲି ପାଳିବାକୁ ନିଷ୍ପତ୍ତି ନେଇଥିବାରୁ, ରଙ୍ଗ ବେପାର ଏଯାଏଁ ଆରମ୍ଭ ହୋଇନି କହିଲେ ଚଳେ। ସେପଟେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ପରେ ମୁଖ୍ୟମନ୍ତ୍ରୀ ବି ହୋଲି ମିଳନରୁ ବିରତ ରହିବେ ବୋଲି ସୂଚନା ମିଳିଛି। […]