• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁଣି ଅଶାନ୍ତ ହୋଇପଡ଼ିଛି କାଶ୍ମୀର । କୁଲଗାମରେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କୁ ହତ୍ୟା ପରେ, ବୁଧଗାମ ଜିଲ୍ଲା ଚାଡୋରାରେ ଜଣେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କୀ । ମୃତ ଶ୍ରମିକ ହେଲେ ବିହାରର ୧୭ ବର୍ଷିୟ ଦିଲଖୁସ କୁମାର । ସେ ଚାଡୋରାର ଏକ ଇଟାଭାଟିରେ କାମ କରୁଥିଲେ । କାମ କରୁଥିବା ବେଳେ ଆତଙ୍କୀ ମାନେ ଗୁଳିମାଡ଼ କରିଥିଲେ । ଫଳରେ ଦିଲଖୁସଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟଜଣେ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗତକାଲି କୁଲଗାମରେ ଆତଙ୍କୀ ଗୁଳିରେ ପ୍ରାଣ ହରାଇଥିଲେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାର । ରାଜସ୍ଥାନରେ ତାଙ୍କ ଘର ହୋଇଥିବା ବେଳେ କିଛି ବର୍ଷ ହେବ କୁଲଗାମରେ ନିଯୁକ୍ତ ଥିଲେ । ଗତ କିଛି ଦିନ ଭିତରେ ଲଗାତାର ଆତଙ୍କୀଙ୍କ ଟାର୍ଗେଟ୍ କିଲିଂ ପରେ ବହୁ ହିନ୍ଦୁ ପରିବାର ଏବେ ଘାଟି ଛାଡ଼ୁଛନ୍ତି ଏବଂ ଆହୁରି ଅନେକେ ନିଜ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଣେ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନ୍ଏସ୍ଏ ଅଜିତ ଡୋଭାଲ୍ଡଙ୍କୁ ଭେଟି ସ୍ଥିତି ସମୀକ୍ଷା କରିଥିବା ବେଳେ, କାଶ୍ମୀର ପ୍ରସଙ୍ଗକୁ ନେଇ ରାଜନୀତି ବି ତେଜିଛି ।

ଲଗାତାର ଟାର୍ଗେଟ୍ କିଲିଂ, ଖାସ୍ କରି ହିନ୍ଦୁଙ୍କୁ ନିଶାନା ପରେ, କାଶ୍ମୀର ଘାଟିରେ ପୁଣି ଫେରିଛି ୯୦ ଦଶକର ଆତଙ୍କ । ସୁରକ୍ଷା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଶହଶହ କାଶ୍ମୀରୀ ପଣ୍ଡିତ । ସୁରକ୍ଷା ସୁନିଶ୍ଚିତ ନକଲେ, ପୁଣି ଏକ ସମୂହ ପଳାୟନ ହେବ ବୋଲି ସେମାନେ ଚେତାବନୀ ଦେଇଥିବା ବେଳେ, ବହୁ ପରିବାର ଭୟଭୀତ ହୋଇ ଘାଟି ଛାଡ଼ୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଶ୍ରୀନଗର ଏୟାର୍ପୋର୍ଟରେ ପ୍ରବଳ ଭିଡ଼ ଜମିଛି ।

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ କରୁଥିବା ଟାର୍ଗେଟ କିଲିଂ ବା ହତ୍ୟାକାଣ୍ଡର ବଦଲା ନେବାକୁ ଆରମ୍ଭ ହେବ ବଡ଼ଧରଣର ଅପରେସନ । ଏଥିପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ। ମେ’ ୧ରୁ ଜୁନ୍‌ ୨ ମଧ୍ୟରେ ଆତଙ୍କବାଦୀମାନେ ୮ ଜଣ ସାଧାରଣ ଲୋକଙ୍କୁ ହତ୍ୟା କାରି ସାରିଲେଣି । ପୂର୍ବରୁ କଶ୍ମୀର ପଣ୍ଡିତମାନେ ସୁରକ୍ଷା ଦାବି କରୁଥିବା ବେଳେ ସରକାରଙ୍କ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ।