Advertisment

ପ୍ରସିଦ୍ଧ ହରିରାଜପୁର ମେଲଣ, ଫୁଲର ହୋଲି ଖେଳିଲେ ଠାକୁର

ଶେଷ ହୋଇଛି ଓଡ଼ିଶା ପ୍ରସିଦ୍ଧ ପୁରୀ ହରିରାଜପୁର ମେଲଣ । ଚଳିତ ଥର ଫଗୁ ବଦଳରେ ଫୁଲର ହୋଲି ଖେଳିଲେ ଠାକୁର । ଶେଷ ଦିନରେ ହରିହର ଭେଟ ହେବା ସହ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ ।

author-image
Pallipuspa Samal
'Harirajpur melana' festivals

'Harirajpur melana' festivals

ଗୋଟିଏ ଧାଡ଼ିରେ ରଖାଯାଇଛି ଠାକୁରଙ୍କ ଦୋଳ ବିମାନ । ସୁସଜ୍ଜିତ ବିମାନରେ ବସିଛନ୍ତି ଦେବଦେବ ମହାଦେବ ଭୋଳା ଶଙ୍କର। ରାଜ୍ୟର କୋଣ ଅନୁକୋଣରୁ ୭୬ଟି ଗାଁର ଆରାଧ୍ୟ ଦେବତା ଏକାଠି ହୋଇଛନ୍ତି । ଦୋଳମେଳ ଅବସରରେ ଠାକୁରଙ୍କୁ ଦର୍ଶନ ଦେଉଛନ୍ତି ଭଗବାନ । ଏଭଳି ଦୃଶ୍ୟକୁ ଭକ୍ତ ବି ହାତଛଡ଼ା କରିପରନ୍ତା କିପରି ସେଥିପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

Advertisment

ଠାକୁରଙ୍କ ନିକଟରେ ଫଗୁ ବଦଳରେ ଏଥର ପୁଷ୍ପ ବର୍ଷା କରାଯାଉଛି ଖରାତାତିକୁ ଖାତିର ନକରି ଭଗବାନଙ୍କ ସେବା କରୁଛନ୍ତି ଭକ୍ତ ଶ୍ରଦ୍ଧାଳୁଙ୍କ ଭକ୍ତିଭାବ ଭରା ପୁଷ୍ପର ସ୍ପର୍ଶ ପାଇବାକୁ ଯେପରି ଅପେକ୍ଷା କରି ରହିଥିଲେ ଭଗବାନ ଭକ୍ତ ଓ ଭଗବାନଙ୍କ ଏପରି ଅଭୂତପୂର୍ବ ମିଳନ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ଡ଼େଲାଙ୍ଗ ସ୍ଥିତ ହରିରାଜପୁର ମେଲଣରେ ।

ମେଲଣର ଥାନପତି ମହାପ୍ରଭୁ ପଶ୍ଚିମାଶମ୍ଭୁ ସୋମନାଥ ଦେବ ଠାକୁରଙ୍କର ଏହା ହେଉଛି ସବୁଠାରୁ ବଡ଼ ପର୍ବ ପ୍ରତିବର୍ଷ ୪ଦିନ ଦିନ ଧରି ଏହି ମେଲଣ ଚାଲିଥାଏ ତେବେ ଏବର୍ଷ ୫ ଦିନ ବ୍ୟାପି ଆୟୋଜିତ ହୋଇଥିଲା ଶେଷ ଦିନରେ ଠାକୁରଙ୍କ ନିକଟରେ ହାଣ୍ଡିରେ ଭୋଗ ଲାଗି କରାଯିବା ପରେ ସମସ୍ତ ଠାକୁର ନିଜ ଆସ୍ଥାନକୁ ଫେରିଥିଲେ ।

Advertisment

ଠାକୁରଙ୍କ ଫେରିବା ସମୟରେ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା ପ୍ରତ୍ୟେକ ଠାକୁର ପରସ୍ପର ମଧ୍ୟରେ ହରିହର ଭେଟ ହୋଇଥିଲା ଘଂଟଘଂଟା ସାଙ୍ଗକୁ ବାଡ଼ି ଖେଳରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ ଏହି ଭେଟ ଦର୍ଶନ କରିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ହରିହର ଭେଟ ଦର୍ଶନରେ ମହାପୂଣ୍ୟ ଲାଘବ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସମ୍ପର୍କକୁ ନିବିଡ଼ କରିବା ସହ ଏହି ଉତ୍ସବ ଆମର ସଂସ୍କୃତି ଏବଂ ପରମ୍ପରାକୁ ଆହୁରି ସୁଦୃଢ କରିପାରିଛି ।

'Harirajpur Melana' Festivals
Advertisment
Advertisment