/odishatv-khabar/media/post_attachments/uploadimage/library/16_9/16_9_0/____1672731649.jpg)
Girl Student Stabbed To Death In College Premises
କଲେଜ ପରିସରରେ ଖେଳିଲେ ରକ୍ତର ହୋଲି। ଗୋଡ଼ାଇ ଗୋଡ଼ାଇ ଛାତ୍ରୀଙ୍କୁ ହାଣିଲେ ଆଉ ଜଣେ ଛାତ୍ର। କର୍ଣ୍ଣାଟକର ବେଙ୍ଗାଲୁରୁରେ ୧୯ ବର୍ଷୀୟ ଛାତ୍ରୀଙ୍କୁ କଲେଜ ପରିସରରେ ଅନ୍ୟ ଜଣେ ଛାତ୍ର ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ପ୍ରେସିଡେନ୍ସି କଲେଜ ପରିସରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଛାତ୍ରୀଙ୍କ ନାଁ ଲେସ୍ମିଥା। ସେ ବି.ଟେକ୍ ପଢ଼ୁଥିଲେ।
ପୋଲିସ୍ ସୂଚନା ଅନୁସାରେ, ଆକ୍ରମଣକାରୀ ଛାତ୍ର ପବନ କଲ୍ୟାଣ ଅନେକ ଥର ଲେସ୍ମିଥାଙ୍କ ଉପରକୁ ଆକ୍ରମଣ କରିଥିଲେ। ଛାତ୍ରୀଙ୍କ ଉପରକୁ ପବନ କଲ୍ୟାଣ ବାରମ୍ବାର ଛୁରୀରେ ଆକ୍ରମଣ କରିବା ପରେ ନିଜ ଉପରେ ମଧ୍ୟ ଆକ୍ରମଣ କରିବା ପାଇଁ ପଛାଇ ନଥିଲେ। ଗୁରୁତର ଅବସ୍ଥାରେ କଲେଜ କର୍ମଚାରୀ ଓ ତାଙ୍କ ସାଙ୍ଗମାନେ ଲେସ୍ମିଥାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ମହିଳାଙ୍କୁ ୪ କିମି ଘୋଷାଡ଼ି ନେଲା ଚଳନ୍ତା କାର
ଗୁରୁତର ଅବସ୍ଥାରେ ପବନ କଲ୍ୟାଣଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅନ୍ୟ ଏକ କଲେଜରେ ସେ ବିସିଏ ପଢ଼ୁଥିଲେ। ଅଭିଯୁକ୍ତ ପବନ କଲ୍ୟାଣ ଓ ଲେସ୍ମିଥା ପରସ୍ପରଙ୍କୁ ଜାଣିଥିଲେ। ଉଭୟଙ୍କର ଘର କର୍ଣ୍ଣାଟକର କୋଲାର ଜିଲ୍ଲାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)