
ଦିନକ ପରେ ରଙ୍ଗର ପର୍ବ ହୋଲି। ଏଥିପାଇଁ କଟକ ସହରର ହୋଲସେଲ ଓ ଖୁଚୁରା ବଜାରରେ ଲାଗିଛି ଭଳି କି ଭଳି ହୋଲି ସାମଗ୍ରୀର ପସରା। ପିଚକାରୀ, ବେଲୁନ, ମୁଖା, ଚୁଟି ଆହୁରି କେତେକଣ। ଆଉ ଏହାକୁ କିଣି ନେଉଛନ୍ତି ଲୋକେ।
ହୋଲିରେ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ୨୦୨୪ ମାର୍ଚ୍ଚ ୨୫ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି । ଦୋଳ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ଲାଗୁଛି ।
ସୀମାରେ ଯବାନଙ୍କ ସହ ହୋଲି ଖେଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲେହ ମିଲିଟାରୀ କ୍ୟାମ୍ପ ଯାଇ ସେଠାରେ ଯବାନଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ରଙ୍ଗ ଲଗାଇଥିଲେ।
ରଙ୍ଗର ପର୍ବ ହୋଲିର ଧାର୍ମିକ ମହତ୍ତ୍ୱ କଥା ଉଠିଲେ ସର୍ବପ୍ରଥମେ ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପିଉସୀ ହୋଲିକାଙ୍କ କଥା ମନକୁ ଆସେ। କିନ୍ତୁ ଆପଣ ଜାଣନ୍ତି କି ଏହି ପର୍ବ ସହିତ ଜଡିତ ଅନ୍ୟାନ୍ୟ ପୌରାଣିକ କାହାଣୀ? ଆପଣ ଜାଣିଛନ୍ତି କି ଦେବଲୋକରେ ପ୍ରଥମ ହୋଲି ଖେଳ ବିଷୟରେ? ଆସନ୍ତୁ ଜାଣିବା…
ହୋଲି ତ ଖେଳିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି, କିନ୍ତୁ ଯେତେବେଳେ ହୋଲିର ରଙ୍ଗ ସଫା କରିବାର ବେଳ ଆସେ ଏହା ଏକ ଦଣ୍ଡ ଭଳି ଅନୁଭବ ହୁଏନି କି ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ରଙ୍ଗରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ କିଛି ସହଜ ଟିପ୍ସ କହୁଛୁ, ଯାହା ଆପଣଙ୍କ ଘରେ ହିଁ ରହିଛି। ଏହାକୁ ଆପଣାନ୍ତୁ ଆଉ ସହଜରେ ରଙ୍ଗ ଛଡାନ୍ତୁ।
ଅନେକ ସମୟରେ, ଅନେକ ଚେଷ୍ଟା ସତ୍ତ୍ୱେ ଜଣେ ଜୀବନରେ ସଫଳତା ପାଏ ନାହିଁ କି ଶୁଭ ମୁହୂର୍ତ୍ତ ଘରକୁ ଆସେ ନାହିଁ। ଏଭଳି ପରିସ୍ଥିତିରେ ହୋଲି ଦିନ କିଛି ଜିନିଷ ଘରକୁ ଆଣି ଜୀବନରୁ ଅନେକ ନକାରାତ୍ମକ ଚିନ୍ତାକୁ ହଟାଯାଇପାରିବ। ତେବେ ଆସନ୍ତୁ ସେହି ଜିନିଷଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଜାଣିବା।
ଦୀର୍ଘ ୪୯୫ ବର୍ଷର ସଂଘର୍ଷ ପରେ ନବନିର୍ମିତ ଭବ୍ୟ ମନ୍ଦିରରେ ପ୍ରଥମ ଥର ପାଇଁ ହୋଲି ଖେଳିବେ ରାମଲାଲା ।
ଦିନରେ ସାମ୍ବାଦିକ ହୋଇ ଖବର ବାଣ୍ଟୁଥିଲେ, ରାତିରେ ଆତଙ୍କବାଦୀ ହୋଇ ଜୀବନ ନେଉଥିଲେ । ପେଶାରେ ଥିଲେ ସାମ୍ୱାଦିକ । ନିଶା କିନ୍ତୁ ଥିଲା ମଣିଷ ମାରିବା ।
ଅନ୍ୟ ପୁରୁଷଙ୍କ ସହ ବୋହୂର ଅନୈତିକ ସମ୍ପର୍କ ଥିବା କଥା ଶାଶୁ ଜାଣିବା ପରେ ସବୁଦିନ ପାଇ ରାସ୍ତାରୁ ହଟାଇବା ପାଇଁ ବୋହୂ ରଚିଲା ମର୍ଡର ପ୍ଲାନ୍। ପୂର୍ବ ଯୋଜନା ମୁତାବକ ଘର ଭିତରେ ଶାଶୁଙ୍କୁ ଗଳାକାଟି ହତ୍ୟା କଲା ବୋହୂ।
ଅପମାନର ରକ୍ତାକ୍ତ ପ୍ରତିଶୋଧ । ସବୁବେଳେ ଅପମାନିତ କରୁଥିବାରୁ ସ୍ତ୍ରୀକୁ ଗୁଳି ମାରି ହତ୍ୟା କଲା ସ୍ୱାମୀ ।
ଦୁଇ ବର୍ଷ ପରେ ନକ୍ସଲମାନେ ଛତିଶଗଡ଼ରେ ପୁଣି ରକ୍ତର ହୋଲି ଖେଳିଛନ୍ତି। IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ। ଘଟଣା ପରେ ଛତିଶଗଡ ସୀମାନ୍ତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି।
ପ୍ରଧାନମନ୍ତ୍ରୀ ମୋଦି ନକ୍ସଲ ହମଲାକୁ ଦୃଢ ଭାବେ ନିନ୍ଦା କରିବା ସହ ସହିଦ ଯବାନଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି କହିଛନ୍ତି ।
IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ । ନକ୍ସଲଙ୍କ ଆମ୍ବୁସରେ ୧୦ ଜଣ DRG ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଘଟଣାକୁ ନିନ୍ଦା କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ କଥା ହୋଇ ସବୁ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ସସ୍ପେଣ୍ଡ ହୋଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ଦୁଇ ଜଣ ଏସ୍ଆଇ ଏବଂ ୩ ଜଣ କନଷ୍ଟେବଲ ରହିଛନ୍ତି ।
ମହିଳା ଡାକ୍ତରଙ୍କୁ ତାଙ୍କ ବୟଫ୍ରେଣ୍ଡ୍ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ମିଳିଛି। ପ୍ରେମିକାକୁ ହତ୍ୟା ପରେ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲା।
ସ୍ୱାମୀ ଘର ନିକଟରେ ପଡ଼ିଥିବା ଏକ ବାଡ଼ି ଆଣି ସ୍ତ୍ରୀକୁ ନିର୍ଧୂମ୍ ମାଡ଼ ମାରିଥିଲେ । ଯେଉଁଥିରେ ସ୍ତ୍ରୀ ଜଣକ ଲହୁଲୁହାଣ ହୋଇଥିଲେ । ଖାଲି ସେତିକି ନୁହେଁ ସ୍ୱାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ମୁଣ୍ଡ ଫାଟିବା ସହ ଗୋଟିଏ ହାତ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି ।
ଦେହରୁ ଛାଡ଼ିନି ହୋଲି ରଙ୍ଗ, ହେଲେ ତା’ପୂର୍ବରୁ ଚାଲିଗଲା ଜୀବନ। ବାଥରୁମ୍ ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ହୋଲି ଖେଳି ଘରକୁ ଆସିବା ପରେ ରହସ୍ୟଜନକ ଭାବେ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି।
ସକାଳର ବୟସ ବଢୁଥିଲା । ତା ସହ ଜମି ଆସୁଥିଲା ଆସର । ସମସ୍ତେ ଏକାକାର, ଭିଜୁଥିଲେ, ମଜୁଥିଲେ, ମାତୁଥିଲେ ରେନ୍ ଡ୍ୟାନସରେ ଆଧୁନିକତା ଭିତରେ ବି ହଜି ଯାଇ ନଥିଲା ପରଂପରା । ନାଚ ଗୀତର ଆସର ଭିତରେ ଗୋବିନ୍ଦାଙ୍କ ହାତରେ ଗୋବିନ୍ଦାଙ୍କ ହାତରେ ଭଙ୍ଗା ହେଉଥିଲା ଦଧିହାଣ୍ଡି ।
ରାଜନୀତିରେ ରଙ୍ଗର ଛିଟା । ବିଜେପି, ବିଜେଡି, କଂଗ୍ରସ । ହୋଲିର ସାତ ରଙ୍ଗରେ ରଙ୍ଗୀନ ସବୁ ଶିବିର । ଆସନ୍ତାବର୍ଷ ଏତେବେଳକୁ ହୋଲିର ଏ ମଉଜରେ ମିଶି ସାରିଥିବ ୨୪ ମହା ସଂଗ୍ରାମର ରଙ୍ଗ ।
ସକାଳର ବୟସ ବଢୁଥିଲା । ତା ସହ ଜମି ଆସୁଥିଲା ଆସର । ସମସ୍ତେ ଏକାକାର, ଭିଜୁଥିଲେ, ମଜୁଥିଲେ, ମାତୁଥିଲେ ରେନ୍ ଡ୍ୟାନସରେ ଆଧୁନିକତା ଭିତରେ ବି ହଜି ଯାଇ ନଥିଲା ପରଂପରା । ନାଚ ଗୀତର ଆସର ଭିତରେ ଗୋବିନ୍ଦାଙ୍କ ହାତରେ ଗୋବିନ୍ଦାଙ୍କ ହାତରେ ଭଙ୍ଗା ହେଉଥିଲା ଦଧିହାଣ୍ଡି ।
ରାଜନୀତିରେ ରଙ୍ଗର ଛିଟା । ବିଜେପି, ବିଜେଡି, କଂଗ୍ରସ । ହୋଲିର ସାତ ରଙ୍ଗରେ ରଙ୍ଗୀନ ସବୁ ଶିବିର । ଆସନ୍ତାବର୍ଷ ଏତେବେଳକୁ ହୋଲିର ଏ ମଉଜରେ ମିଶି ସାରିଥିବ ୨୪ ମହା ସଂଗ୍ରାମର ରଙ୍ଗ ।
ବିସିସିଆଇ ଟ୍ୱିଟ୍ କରିଥିବା ଭିଡିଓରେ କ୍ୟାପଟେନ ରୋହିତ ଶର୍ମା ସପୋର୍ଟ ଷ୍ଟାଫ୍ ସଦସ୍ୟମାନଙ୍କ ଦେହରେ ରଙ୍ଗ ଲଗାଇଛନ୍ତି । ଏହା ପରେ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମେତ ଦଳର ସମସ୍ତ ଖେଳାଳି ରଙ୍ଗ ଲଗାଇ ହୋଲି ମନାଇଛନ୍ତି ।
ହୋଲି ଖେଳ ସାରି ଗାଧୋଇବା ବେଳେ ଭାସି ଯାଇ ୨ ଭାଇ ମୃତ
ଆଜି ରଙ୍ଗର ପର୍ବ ହୋଲି । ଏହି ଅବସରରେ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହୋଲି ଉତ୍ସବ ପାଳିତ ହୋଇଛି । ରଙ୍ଗର ପର୍ବ ହୋଲିକୁ ଧୁମଧାମରେ ପାଳନ କରିଛନ୍ତି ସ୍ୱପ୍ନା ଫାଉଣ୍ଡେସନ ସଦସ୍ୟ । ଏହି ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ଅମ୍ରିତା ରାଓ ସାମିଲ ହୋଇଥିଲେ ।
ରଙ୍ଗ ବଦଳରେ ବୋହିଲା ରକ୍ତ ନଦୀ। ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି।