• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  କାର୍ତ୍ତି ଚିଦାମ୍ବରମ୍‌ଙ୍କ ଅଫିସ ଓ ଘରେ CBI ରେଡ୍

କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ ଘରେ ସିବିଆଇ ରେଡ୍ । ବାସଭବନ ଓ ଅଫିସ ସମେତ ୯ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଛି ।

ଦିଲ୍ଲୀ, ତାମିଲନାଡୁ ଓ ମୁମ୍ବାଇ ସମେତ ୯ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଛି । ଓଡ଼ିଶାର ଝାରସୁଗୁଡ଼ାରେ ମଧ୍ୟ ଗୋଟିଏ ସ୍ଥାନରେ ଚଢ଼ଉ ହେଉଥିବା ଜଣାପଡ଼ିଛି । ବିଦେଶୀ କମ୍ପାନୀକୁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଅନୁକମ୍ପା ପାଇଁ ରେଡ୍ ହେଉଥିବା ସୂଚନା ମିଳିଛି ।

୨୦୧୦ରୁ ୨୦୧୪ ମଧ୍ୟରେ ପଞ୍ଜାବରେ ଗୋଟିଏ ଶକ୍ତି ପ୍ରକଳ୍ପ କାର୍ଯ୍ୟ କରିବା ଲାଗି ଆସିବାକୁ ଥିବା ୨୫୦ ଚୀନ୍ ନାଗରିକଙ୍କ ପାଇଁ ଭିସା କରାଇଦେବାକୁ କାର୍ତ୍ତି ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ ଆଧାରରେ ଆଜି ଚଢ଼ଉ କରାଯାଉଥିବା ସୂଚନା ମିଳିଛି ।

ଚେନ୍ନାଇରେ କାର୍ତ୍ତିଙ୍କ ବାପା ପି.ଚିଦାମ୍ବରଙ୍କ ଘରକୁ ମଧ୍ୟ ପୋଲିସ ଘେରାବନ୍ଦୀ କରି ରଖିଛି । ସେପଟେ ଚଢ଼ଉ ପରେ ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି କାର୍ତ୍ତି । ଆଉ କେତେଥର ହେବ ସେ ଗଣିବା ଛାଡ଼ିଦେଲେଣି ବୋଲି କାର୍ତ୍ତି ତାଙ୍କ ଟ୍ୱିଟରେ ଲେଖିଛନ୍ତି ...