• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୋଟିଏ ପରିବାରକୁ ଗୋଟିଏ ଟିକଟ । କଂଗ୍ରେସକୁ ପୁନର୍ଜୀବିତ କରିବା ଲାଗି ରାଜସ୍ଥାନ ଉଦୟପୁରରେ ଚାଲିଥିବା ଆତ୍ମଚିନ୍ତନ ଶିବିରରେ ଦଳର ରଣନୀତିରରେ ଏଭଳି ପରିବର୍ତ୍ତନର ବାର୍ତ୍ତା ଦେଇଛନ୍ତି ନେତବୃନ୍ଦ । ଦଳୀୟ ପଦପଦବୀରେ ଯୁବ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦେବା ସହ ପଦାଧିକାରୀଙ୍କ କାର୍ଯ୍ୟକାଳ ୫ ବର୍ଷରେ ସୀମିତ ରଖିବାକୁ ସ୍ଥିର ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବି ଦଳୀୟ ସଂଗଠନକୁ ମଜଭୂତ କରିବା ସହ ବିଜେପିର ମୁକାବିଲା ଲାଗି ରଣନୀତି ପ୍ରସ୍ତୁତି ଉପରେ ବିଚାରବିମର୍ଶ ଚଳାଇଛି ।

କେମିତି ପୂର୍ବଗୌରବ ଫେରି ପାଇବ କଂଗ୍ରେସ? କେମିତି କରିବ ବିଜେପିର ମୁକାବିଲା? ୨୦୨୪ ମହାସମର ଲାଗି ରୋଡମ୍ୟାପ୍ ପ୍ରସ୍ତୁତି ପାଇଁ ରାଜସ୍ଥାନ ଉଦୟପୁରରେ କଂଗ୍ରେସର ମହା ଚିନ୍ତନ ଶିବିର ହୋଇଛି । ସାରା ଦେଶରୁ ଯୋଗ ଦେଇଛନ୍ତି ୪ଶହରୁ ଅଧିକ ବଛାବଛା ନେତା । ଫୋକସରେ ରହିଛି କେମିତି ମଜଭୂତ ହେବ ଦଳ ? ଏଥିପାଇଁ ଦଳରେ ବ୍ୟାପକ ପରିବର୍ତ୍ତନ ଓ ସଂସ୍କାର ଉପରେ ଗୁରୁତ୍ୱ ଦିଆଯାଇଛି ।

ଗୋଟିଏ ପରିବାରରୁ ଜଣଙ୍କୁ ଟିକେଟ୍ ନୀତି ଆପଣାଇବାକୁ ଦଳ ସ୍ଥିର କରିଛି । ତେବେ ଗାନ୍ଧୀ ପରିବାର ଉପରେ ଏହି ନିୟମ ଲାଗୁ ହେବ ନାହିଁ । ପରିବାରର ଅନ୍ୟ କୌଣସି ସଦସ୍ୟ ନିର୍ବାଚନ ଲଢିବାକୁ ଚାହିଁଲେ, ସେ ଦଳ ପାଇଁ ଅତି କମରେ ୫ ବର୍ଷ ପ୍ରତ୍ୟକ୍ଷ କାର୍ଯ୍ୟ କରିଥିବା ଆବଶ୍ୟକ । ସେହିଭଳି ଦଳରେ ସଂଗଠନିକ ପଦପଦବୀରେ ଅଧାରୁ ଅଧିକ ଯୁବାବର୍ଗକୁ ସୁଯୋଗ ଦେବା ଉପରେ ଆଲୋଚନା ହୋଇଛି । ତା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସର୍ବାଧିକ କାର୍ଯ୍ୟକାଳ ୫ ବର୍ଷରେ ସୀମିତ ରଖିବା ଏବଂ ୩ ବର୍ଷରେ ସେମାନଙ୍କ କାର୍ଯ୍ୟଦକ୍ଷତା ଅନୁଶୀଳନ କରାଯିବା ଉପରେ ଚିନ୍ତନ ବୈଠକରେ ମତ ପ୍ରକାଶ ପାଇଛି ।

ଦଳକୁ ପୁନର୍ଜୀବୀତ କରିବା ଓ ଆଗାମୀ ଦିନର ଆହ୍ୱାନର ସାମ୍ନା ଲାଗି ସମ୍ମିଳିତ ଉଦ୍ୟମ ପାଇଁ କର୍ମୀ ଓ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ସୋନିଆ ଗାନ୍ଧି । କାର୍ଯ୍ୟଧାରାରେ ପରିବର୍ତ୍ତନ ହିଁ ସମୟର ଆହ୍ୱାନ ବୋଲି ସେ କହିଛନ୍ତି । ମତାମତ ଦେବାକୁ କାହାରିକୁ ମନା ନାହିଁ, ତେବେ ବାହାରକୁ ଭିନ୍ନ ନୁହେଁ, ଗୋଟିଏ ସ୍ୱର ଶୁଣାଯିବା ଦରକାର ବୋଲି ସେ କହିଛନ୍ତି । ସାଂଗଠନିକ ପୁନର୍ଗଠନ ସହ ଦେଶର ସାଂପ୍ରତିକ ରାଜନୈତିକ ଓ ଆର୍ଥିକ ସ୍ଥିତି ଉପରେ ବି ଚିନ୍ତନ ଶିବିରରେ ବିସ୍ତୃତ ଆଲୋଚନା ହୋଇଛି ।

ବିଜେପି ଓ ଆରଏସଏସ୍ ସାଂପ୍ରଦାୟିକ ଧ୍ରୁବୀକରଣ କରି କ୍ଷମତାରେ ରହିବାକୁ ଚାହୁଁଥିବା କହିଛନ୍ତି ସୋନିଆ । ସଂଖ୍ୟାଲଘୁ ଓ ଦଳିତମାନେ ଭୟ ଭିତରେ ବଞ୍ଚୁଥିବା ସେ ଅଭିଯୋଗ କରିଛନ୍ତି ବିଜେପିର ମୁକାବିଲା ଲାଗି କଂଗ୍ରେସକୁ ମଜଭୂତ କରିବା ଲାଗି ସେ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ସେପଟେ କଂଗ୍ରେସର ଆରୋପ ନେଇ ଜବାବ ରଖିଛି ବିଜେପି ।

ନିକଟରେ ଅନୁଷ୍ଠିତ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ବିପର୍ଯ୍ୟୟ ଏବଂ ୨୦୧୪ ସାଧରାଣ ନିର୍ବାଚନ ଲାଗି ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଫେରାଇ ଆଣିବା ଲାଗି ରାଜସ୍ଥାନରେ ଉଦୟପୁରରେ ଦିନିଆ ଚିନ୍ତନ ଶିବିର ଚାଲିଛି ।ଶେଷ ଦିନରେ ରାହୁଲ ଗାନ୍ଧୀ ବୈଠକକୁ ସମ୍ବୋଧିତ କରିବେ ।