/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652096887.jpg)
Brajarajnagar
ବିଜେଡି ପରେ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ । ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଥମେ ଆଜି ବିଜେଡି ପକ୍ଷରୁ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଘଷଣା କରାଯାଇଥିଲା । ପରେ କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରାର୍ଥୀ ଘୋଷଣା କରାଯାଇଛି । ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି କକିଶୋର ପଟେଲଙ୍କୁ କଂଗ୍ରେସ ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଘୋଷଣା କରିଛି ।
ତେବେ କିଶୋର ପଟେଲ ଉଭୟ ବିଜେଡି ଓ ବିଜେପିକୁ ଭଲ ଟକ୍କର ଦେଇପାରିବେ ବୋଲି ଦଳ ଆଶା ରଖିଛି । କିଶୋର ପଟେଲ ଜଣେ ପୁରୁଖା ନେତା । ତାଙ୍କର ରାଜନୀତିରେ ଭଲ ଅଭିଜ୍ଞତା ରହିଛି । ସେ ବିଜେଡିର ନବାଗତ ଅଳକା ମହାନ୍ତିଙ୍କୁ ଟକ୍କର ଦେବା ସହ ବିଜେପି ପ୍ରାର୍ଥୀଙ୍କୁ ମଧ୍ୟ ମାତ୍ ଦେବାର କ୍ଷମତା ରଖୁଥିବା କଂଗ୍ରେସ ଆଶା ରଖିଛି ।
ସୂଚନାଯୋଗ୍ୟ, ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରଥମ ଥର ପାଇଁ ବ୍ରଜରାଜନଗରରେ ବିଜୟ ହାସଲ କରିଥିଲା । ସ୍ୱର୍ଗତ କିଶୋର ମହାନ୍ତି ବ୍ରଜରାଜନଗରରେ ବିଜେଡିର ପ୍ରଥମ ବିଧାୟକ ହୋଇଥିଲେ । ତାଙ୍କ ବିୟୋଗ ପରେ ଏବେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି ।
ବ୍ରଜରାଜନଗର ଇତିହାସ ଦେଖିଲେ, ଏହା କମ୍ୟୁନିଷ୍ଟର ଗଡ଼ ରହି ଆସିଛି । କମ୍ୟୁନିଷ୍ଟ ନେତା ପ୍ରସନ୍ନ ପଣ୍ଡା ଏଠାରେ ୫ ଥର ବିଧାୟକ ହୋଇଛନ୍ତି । ଏହାପରେ କଂଗ୍ରେସ ଦଳ ମଧ୍ୟ ଏଠାରେ ଦୀର୍ଘ ଦିନ ଧରି ରାଜ କରି ଆସୁଥିଲା । କଂଗ୍ରେସ ପକ୍ଷରୁ ଅନୁପ ସାଏ ଏଠାରେ ୩ ଥର ବିଧାୟକ ହୋଇଛନ୍ତି । ସେ ୨୦୦୦, ୨୦୦୪ ଏବଂ ୨୦୦୯ରେ ବିଧାନସଭା ଜିତିଥିଲେ । ପରେ ୨୦୧୪ରେ ବିଜେପିର ରାଧାରାଣୀ ପଣ୍ଡା ଏଠାରେ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ରେ ରାଧାରାଣୀ ପଣ୍ଡାଙ୍କୁ ହରାଇ କିଶୋର ମହାନ୍ତି ବିଜେଡିର ବିଧାୟକ ହୋଇଥିଲେ ।
ଅନ୍ୟପଟେ ବିଜେପି ପକ୍ଷରୁ ପୁଣି ଥରେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ତେବେ ବ୍ରଜରାଜନଗରରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ଦେଖିଲେ ଲାଗୁଛି, ଏଥର ଉପନିର୍ବାଚନରେ ଘମାଘୋଟ ଲଢ଼େଇ ହେବ । ତ୍ରୀମୁଖୀ ଲଢ଼େଇ ହେବା ନେଇ ରାଜନୈତିକ ମହଲରେ ଆଶା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)