/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652602798.jpg)
Rahul Gandhi - Priyanka Gandhi
ରାହୁଲ ଗାନ୍ଧିଙ୍କ ହାତକୁ ପୁଣି ଥରେ ଯିବ କି କଂଗ୍ରେସ କମାଣ୍ଡ ? ୨୦୨୪ରେ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଲଢ଼ିବ କି ନିର୍ବାଚନ ? ଉଦୟପୁରରେ ଚାଲିଥିବା ଚିନ୍ତନ ଶିବିରରେ ଏପ୍ରସଙ୍ଗକୁ ନେଇ ଗୁରୁତ୍ୱର ସହ ଆଲୋଚନା ହୋଇଛି ।
ରାହୁଲ ଗାନ୍ଧିଙ୍କୁ ଦଳର ମଙ୍ଗୁଆଳ କରିବା ନେଇ ଜୋର ଦେଇଛନ୍ତି କିଛି ବରିଷ୍ଠ ନେତା । ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରାହୁଲଙ୍କ ନେତୃତ୍ୱରେ ଦଳକୁ ସଫଳତା ମିଳିଥିଲା । ତେଣୁ ପୁଣି ଥରେ ସାଧାରଣ ନିର୍ବାଚନ ତାଙ୍କ ନେତୃତ୍ୱରେ ଲଢ଼ିବା ନେଇ ମତ ବ୍ୟକ୍ତ କରିଛନ୍ତି ଦଳର ବରିଷ୍ଠ ନେତା ।
ଯଦି ରାହୁଲ ନମାନନ୍ତି ତେବେ ପ୍ରୀୟଙ୍କାଙ୍କୁ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି, ଦଳର ଅସନ୍ତୋଷ ନେତାଙ୍କୁ ବି ଏନେଇ ସହମତି ଦେଇଛନ୍ତି । ଗତକାଲିର ଆଲୋଚନାରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ବେଳେ ଆଗାମୀ ଦୁଇ ମାସ ମଧ୍ୟରେ ଏହାର ରୂପରେଖ ସ୍ପଷ୍ଟ ହେବ । କଂଗ୍ରେସ ସଭାପତି ସମେତ ବିଭିନ୍ନ ରାଜ୍ୟରେ ପିସିସି ବି ପରିବର୍ତ୍ତନ ହେବ । ମୁଖ୍ୟତଃ କଂଗ୍ରେସର ଅସନ୍ତୁଷ୍ଟ ଜି-୨୩ର ସମସ୍ତ ଦାବି ଓ ଅଭିଯୋଗକୁ ଶୁଣାଯାଇଛି । ଆଜି ଚିନ୍ତନ ଶିବିରର ଶେଷ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)