ଯେଉଁ କଂଗ୍ରେସ ଦଶନ୍ଧୀ ଦଶନ୍ଧୀ ଧରି ଓଡ଼ିଶାର କ୍ଷମତା ରଜ୍ଜୁ ନିଜ ହାତରେ ରଖିଥିଲା, ଆଜି ଅସ୍ଥିତ୍ୱ ହରାଇବା ସ୍ଥିତିକୁ ଆସିଗଲାଣି ଯାହାର ସଦ୍ୟ ପ୍ରମାଣ ମିଳିଛି ପଦ୍ମପୁର ଉପନିର୍ବାଚନ ଫଳାଫଳରୁ ।
ଦଳର ସୋ କଲ୍ଡ ସିନିୟର ନେତା ଏବେ ଦଳର ଆସେଟ୍ ନୁହଁନ୍ତି । ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍
ଧାମନଗର ଓ ପଦ୍ମପୁରରେ ଅମାନତ ଗଲା। ଏବେ ସମୟ ଆସିଛି ତର୍ଜମା କରିବାକୁ ହେବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।
ଯଦି ଆମେ ପ୍ରାରମ୍ଭିକ ଟ୍ରେଣ୍ଡ୍କୁ ଦେଖିବା, ତା’ହେଲେ ଗୁଜରାଟରେ ବିଜେପି ଏହାର ଶାସନ ବଜାୟ ରଖିବାକୁ ଯାଉଛି। କାରଣ ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ବିଜେପିକୁ ଅନ୍ୟ ଦଳ ଠାରୁ ଅଧିକ ଭୋଟ୍ ମିଳିଥିବା ଦେଖିବାକୁ ମିଳିଛି।
ବିଜେଡି ନା ବିଜେପି, କାହାକୁ ମିଳିବ ଫାଇଦା? ନିଜ ପଟକୁ ନେବା ଲାଗି ଉଭୟ ଦଳର ସ୍ୱତନ୍ତ୍ର ଷ୍ଟ୍ରାଟେଜି
ବିଜେଡି ନା ବିଜେପି, କାହାକୁ ମିଳିବ ଫାଇଦା? ନିଜ ପଟକୁ ନେବା ଲାଗି ଉଭୟ ଦଳର ସ୍ୱତନ୍ତ୍ର ଷ୍ଟ୍ରାଟେଜି
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ନବୀନଙ୍କ ପ୍ରତିଶ୍ରୁତି । ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଘୋଷଣା ପାଇଁ ନିଷ୍ପତ୍ତି ।
ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହାଙ୍କ ନାଁକୁ ନେଇ ପ୍ରଥମରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କ ଦୁଇ ଝିଅଙ୍କ ନାଁ ସାମ୍ନାକୁୁ ଆସିଛି ।
ଗୁଜରାଟରେ କ୍ଷମତାସୀନ ବିଜେପି ସରକାର ଦୁର୍ନୀତିରେ ଲିପ୍ତ ଥିବା ଶ୍ରୀ ଗେହଲଟ ଅଭିଯୋଗ କରିଛନ୍ତି।
AICC ପକ୍ଷରୁ ପ୍ରେସ ରିଲିଜ ଯୋଗେ ପ୍ରାର୍ଥୀ ଘୋଷଣା କରାଯାଇଛି।
ପଦ୍ମପୁର ଉପନିର୍ବାଚନ ଲାଗି ସବୁ ଦଳର ପାଗ ଭିଡ଼ା। ଧାମନଗର ବିପର୍ଯ୍ୟୟ ପରେ ବିଜେଡି ଏଥର ଢିଲା ଦେବା ମୁଡ୍ରେ ନାହିଁ। ନିଜ ଗଡ଼କୁ ବଞ୍ଚାଇବାକୁ ନେତା, ମନ୍ତ୍ରୀ, ବିଧାୟକ ଆଜିଠାରୁ ପଦ୍ମପୁରରେ ଡେରା ପକାଇ ପ୍ରସ୍ତୁତ କଲେଣି ରଣନୀତି।
ବିଜେପିର ଅଭିଯୋଗ- କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ତୃତୀୟ ମହଲାକୁ ଡାକି କଥା ହୋଇଛି ଶାସକ ଦଳ।
ପଦ୍ମପୁରରେ କଂଗ୍ରେସର ଭଲ ପ୍ରାର୍ଥୀ ଅଛନ୍ତି ବୋଲି ସେ କହିଛନ୍ତି । ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ଏଥର ହିମାଚଳପ୍ରଦେଶ ନିର୍ବାଚନ ଅତ୍ୟନ୍ତ ସ୍ପେଶାଲ ହେବାକୁ ଯାଉଛି।
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ଘଟଣା । ବିଜେଡି ସରକାରକୁ ଟାର୍ଗେଟ କଲେ ପିସିସି ସଭାପତି ।
କିଛି ସମୟ ପାଇଁ ଫରେଷ୍ଟ ପାର୍କ ଅଞ୍ଚଳ ପାଲଟି ଯାଇଥିଲା ରଣକ୍ଷେତ୍ର।
ପ୍ରଥମେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରି ନବୀନ ନିବାସ ଘେରାଉ କରିବାକୁ ବାହାରିଥିଲେ ଛାତ୍ର କଂଗ୍ରେସ କର୍ମୀ । କିନ୍ତୁ ଫରେଷ୍ଟ ପାର୍କ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା ।
୨ଟି ମାମଲା ରୁଜୁ କରାଯାଇଥିବା କହିଲେ ସିଇଓ ସୁଶିଲ ଲୋହାନି । ୨ ଜଣ ମହିଳାଙ୍କ ମଧ୍ୟରେ ଟଙ୍କା ଦିଆନିଆ ଅଭିଯୋଗ ପାଇଥିଲୁ କହିଲେ ।
ସବୁବେଳେ ନିଜ ଟୁଇଟକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଶଶି ଥରୁର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ରିଷି ସୁନକଙ୍କୁ ଶୁଭେଚ୍ଛା ଜଣାଇ କରିଛନ୍ତି ଏକ ଟୁଇଟ। ଟୁଇଟଟି ଯେତିକି ମନଛୁଆ ସେତିକି ସୁଚିନ୍ତିତ ଆଉ କିଛିଟା ତେର୍ଛା ବି। ବୁଝିବା ଲୋକଙ୍କ ପାଇଁ ଅଳ୍ପରେ କହେ ଅନେକ କଥା।
ଦଳୀୟ ନେତା ଓ କର୍ମୀଙ୍କ ଦୁର୍ବଳ ମନୋବଳ, ବରିଷ୍ଠ ନେତାଙ୍କ ଦଳତ୍ୟାଗ, ଉଗ୍ର ଗୋଷ୍ଠୀ ବିବାଦ, ବଢ଼ୁଥିବା ଦଳୀୟ ଫାଟ । ଚ୍ୟାଲେଞ୍ଜର ଚକ୍ରବ୍ୟୁହରେ କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡଗେ ।
ଖଡଗେ ସଭାପତି ହେବା ପରେ ତାଙ୍କ ଆଗରେ ଉଭୟ ସାଂଗଠନିକ ଓ ରାଜନୈତିକ ସ୍ତରରେ ଅନେକ ଚ୍ୟାଲେଞ୍ଜ୍ କୁହାଯାଉଛି, ସଭାପତି ହେବା ସତ୍ତ୍ୱେ ଗାନ୍ଧୀ ପରିବାର ଛାଇରୁ ବାହାରି ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ ତ ଖଡଗେ?
ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ର ନୂତନ ସଭାପତି ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ସୋନିଆଙ୍କ ପରେ ସେ ଏଆଇସିସିର ନୂଆ ମଙ୍ଗୁଆଳ ହୋଇଛନ୍ତି । ଏ ନେଇ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ଭୋଟ୍ ଗଣତି । ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀଙ୍କ ଉପରେ କଂଗ୍ରେସ କମାଣ ଦିଆଯାଇଛି । ତେବେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନି । କିନ୍ତୁ ଭୋଟିଂ ଟ୍ରେଣ୍ଡିରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ମଲିକାର୍ଜୁନ ଖଡ଼ଗେ କଂଗ୍ରେସର ସଭାପତି । ୯୩୮୫ ଭୋଟ୍ରୁ ଖଡ଼ଗେଙ୍କୁ ୭୮୯୭ ଭୋଟ୍ ମିଳିଥିବା ସୂଚନା । ୨୪ ବର୍ଷ ପରେ କଂଗ୍ରେସରେ ଅଣଗାନ୍ଧି ସଭାପତି । ଶଶି ଥରୁରଙ୍କୁ ମାତ୍ର ୧୦୭୨ ଭୋଟ୍ ମିଳିଥିବା ସୂଚନା
ଶଶି ଥରୁରଙ୍କୁ ମାତ୍ର ୧୦୭୨ ଭୋଟ୍ ମିଳିଥିବା ସୂଚନା
ଆଜି ହେଉଛି ଏଆଇସିସି ସଭାପତି ପାଇଁ ନିର୍ବାଚନ । ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ହେବ ଟକ୍କର। ୯ ହଜାର ପିସିସି ପ୍ରତିନିଧିଙ୍କ ଦ୍ୱାରା ଗଠିତ ଇଲେକ୍ଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ଜରିଆରେ ସଭାପତିଙ୍କୁ ବାଛିବେ ।