ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍ ହୋଇଗଲେଣି । ଯିଏ ଓଡ଼ିଶାକୁ ଜାଣିନି, ତା ହାତକୁ ଓଡ଼ିଶା ଯିବା ଉଚିତ କି ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ କହିଲେ ମୋଦି ।
ସାଢ଼େ ୧୦ଟାରେ ଫୁଲବାଣୀ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ।ଜନସଭା ସାରି ସେଠାରୁ ହେଲିକପଟରରେ ବାହାରିବେ ବଲାଙ୍ଗିର ଅଭିମୁଖେ। ବଲାଙ୍ଗିର ଉପକଣ୍ଠ ପଥରଚେପା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ୧୨ଟାରେ ଯୋଗଦେବେ ମୋଦି।
ଆଉ ରାତି ଠିକ୍ ୮ଟା ୪୦ ମିନିଟରେ ମେଗା ରୋଡ୍ ସୋ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ମାତାର ଜୟଧ୍ୱନି ଦେଇ ଭବ୍ୟ ସ୍ୱାଗତ କରିଥିଲା ଭୁବନେଶ୍ୱର। ମୋଦି ମୋଦି ନାରାରେ ପ୍ରକଂପିତ ହୋଇଥିଲା ପରିବେଶ।
ଜନପଥରୁ ବାଣୀବିହାର ଯାଏଁ ବିଶାଳ ଶୋଭାଯାତ୍ରା। ଜନ ସମୁଦ୍ର ପାଲଟିଲା ଭୁବନେଶ୍ବର । ମୋଦିଙ୍କୁ ଦେଖିବାକୁ ପ୍ରବଳ ଜନ ସମାଗମ..
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ରୋଡ୍ ସୋ’ରେ ସାମିଲ୍ ହୋଇଛନ୍ତି।
ରାଜ୍ୟ ବିଜେପି ଅଫିସରୁ ବାଣୀବିହାର ଛକ ଯାଏଁ ବିଶାଳ ରୋଡ୍ ସୋ କରିବେ ମୋଦି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇସାରିଛି।
ସାଢ଼େ ୧୦ଟାରେ ପହଞ୍ଚି କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା । ଅପରାହ୍ଣ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ । ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯିବ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା କରାଯାଇଛି। ଅପରାହ୍ଣ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯିବ।
ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତର ୩ ଦିନ ପରେ ପୁଣି ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପିଏମ୍ ମୋଦି। ସଂଧ୍ୟାରେ ଭୁବନେଶ୍ୱରରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ।
ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତର ୩ ଦିନ ପରେ ପୁଣି ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପିଏମ୍ ମୋଦି। ସଂଧ୍ୟାରେ ଭୁବନେଶ୍ୱରରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ।
୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ,ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମୋଦି । ବିଜେପି ମହଲରେ ଉତ୍ସାହର ଲହରି ।
ବିଜେପି ହେଭିୱେଟ୍ଙ୍କ ପ୍ରଚାରରେ କମ୍ପୁଛି ମୈଦାନ୍। ଗୋଟିଏ ଦିନରେ ଦୁଇ ଷ୍ଟାର କ୍ୟାଂପେନରଙ୍କ ମାରାଥନ୍ ପ୍ରଚାର।
ମୋଦିଙ୍କ ଏହି ରୋଡ ସୋ'ରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଅଡ଼ିଓ ବାର୍ତ୍ତା ମାଧ୍ୟମରେ ଅପିଲ କରିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ସୁରକ୍ଷା ସମ୍ବନ୍ଧରେ ଚାଲିଛି ବୈଠକ ।
ଫେବ୍ରୁଆରୀ ୨୨ରେ ରାଜନାଥଙ୍କ ଡବଲ ଇଂଜିନ ସରକାର ଗଠନର ଦମ୍ଭୋକ୍ତି। ଗତ ୨୮ରେ ବିଜେଡି ସରକାରକୁ ଜେ.ପି. ନଡ୍ଡାଙ୍କ ସିଧା ନିଶାନା। ଆଉ ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାରେ ସରକାର ବଦଳାଇବାର ହୁଙ୍କାର। ବ୍ରହ୍ମପୁର ମାଟିରୁ ତିନି ତିନି ଜଣ ବିଜେପି ହେଭିୱେଟ୍ଙ୍କ ଆକ୍ରମଣାତ୍ମକ ନିର୍ବାଚନୀ ସଭାକୁ ନେଇ ଚର୍ଚ୍ଚା।
୪ ଜୁନ୍- ବିଜେଡି ସରକାରର ଏକ୍ସପାଏରୀ ଡେଟ୍। ୬ ଜୁନ୍- ବିଜେପିର ମୁଖ୍ୟମନ୍ତ୍ରୀ ଚୟନ। ୧୦ ଜୁନ୍- ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ। ଆଜି ବ୍ରହ୍ମପୁର ସଭାରେ ସମର୍ଥକଙ୍କୁ ଏମିତି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ସ୍ୱାଗତ ପାଇଁ ରୁଣ୍ଡ ହୋଇଛନ୍ତି ହଜାର ହଜାର ଜନସାଧାରଣ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କଲେ ମୋଦି। କହିଲେ କାଲି ମୁଁ ଅଯୋଧ୍ୟାରେ ଥିଲି, ରାମ ଲାଲାଙ୍କୁ ଦର୍ଶନ କଲି । ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି।
ଆଜି ସଭା ସ୍ଥଳରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀଙ୍କୁ ସମାଜସେବୀ କୁମାରୀ ସ୍ୱାଗତ ଜଣାଇଥିଲେ । ମାଳ ପକାଇ ସ୍ୱାଗତ ଜଣାଇବା ବେଳେ ଗୋଡ଼ ଧରି ମୁଣ୍ଡିଆ ମାରିବାକୁ ନଇଁଥିଲେ ।
ସିଧାସଳଖ ନବୀନ- ପାଣ୍ଡିଆନ୍ଙ୍କ ନାଁ ନେଇ ବି ସେ ରାଜ୍ୟ ସରକାରଙ୍କୁ ଖୁବ୍ ସମାଲୋଚନା କରିଛନ୍ତି । ସେ ଏଠାରେ ଅନେକ କଥା ଓଡ଼ିଆରେ ମଧ୍ୟ କହିଛନ୍ତି ।
ଗୋଟିଏ ଯଜ୍ଞ କେନ୍ଦ୍ରରେ ତୃତୀୟବାର ସରକାର ପାଇଁ ହେଉଛି । ଆଉ ଗୋଟିଏ ଓଡ଼ିଶାରେ ବିଜେପି ନେତୃତ୍ୱର ମଜବୁତ ରାଜ୍ୟ ସରକାର ପାଇଁ ହେଉଛି ।
ମୋଦିଙ୍କଠାରୁ ମଧ୍ୟ ଓଡ଼ିଶା ବିଜେପି, ରାଜ୍ୟ ସରକାରଙ୍କ ଉପରେ ଡବଲ ଆଟାକ୍ ଆଶା କରୁଛି । ତେବେ ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ।
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିଛି ସମୟ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ବିମାନ ବନ୍ଦରରୁ ରାଜଭବନକୁ ଯାଇଛନ୍ତି।
ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୨୪ ମହାସମର ଅବସରରେ ଓଡ଼ିଶା ଉପରେ ବିଜେପି ଶୀର୍ଷ ନେତାଙ୍କ ଜବରଦସ୍ତ ଫୋକସ୍ । ପ୍ରଥମେ ଶାହ, ପରେ ମୋଦି, ନଡ୍ଡା ଓ ଜୟଶଙ୍କରଙ୍କ ପରେ ପୁଣି ମୋଦି, ରାଜନାଥଙ୍କ ଆଗାମୀ କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ବିଜେପି ଶିବିର ।