Advertisment

Pakistan Secret Nuclear Storage: କିରାନା ହିଲ୍ସରେ ପାକିସ୍ତାନ ଲୁଚାଇଛି କି ପରମାଣୁ ଅସ୍ତ୍ର ଭଣ୍ଡାର ?

କଡ଼ା ସୁରକ୍ଷା ବଳୟରେ କଳା ପାହାଡ଼...ତଳୁ ଉପର ଯାଏଁ ଲମ୍ବିଛି ଗୋଟିଏ ମାତ୍ର ଅଙ୍କାବଙ୍କା ରାସ୍ତା...ଆଉ ପାହାଡ଼ର ସବା ଉପରେ ବିରାଟ ସାମରିକ ପ୍ରତିଷ୍ଠାନ। ହେଲେ ଏ ରହସ୍ୟମୟ ପାହାଡ଼ ଭିତରେ କଣ ଅଛି ?

author-image
Sujit kumar Swain
ଅଦ୍ୟତନ ହୋଇଛି
କିରାନା ହିଲ୍ସରେ ପାକିସ୍ତାନ ପରମାଣୁ ଅସ୍ତ୍ର

କିରାନା ହିଲ୍ସରେ ପାକିସ୍ତାନ ପରମାଣୁ ଅସ୍ତ୍ର

କିରାନା ହିଲ୍ସରେ ପାକିସ୍ତାନ ଲୁଚାଇଛି କି ପରମାଣୁ ଅସ୍ତ୍ର ଭଣ୍ଡାର ? ଏଠାରେ ବିରାଟ ବିରାଟ ସୁଡ଼ଙ୍ଗ କରି ତା ଭିତରେ ପାକିସ୍ତାନ ପରମାଣୁ ବୋମା ଲୁଚାଇଥିବା କୁହାଯାଉଛି। ଚର୍ଚ୍ଚା ହେଉଛି, ଏହି ପାହାଡ଼ଠୁ ମାତ୍ର ୨୦ କିଲୋମିଟର ଦୂରରେ ଥିବା ମୁସାଫ୍ ବାୟୁସେନା ଘାଟିରେ ଭାରତ ଏୟାରଷ୍ଟ୍ରାଇକ୍ କରିବା ପରେ, କାଳେ ଆଗକୁ ପରମାଣୁ ଘାଟି ବି ଉଡ଼ାଇ ଦିଆଯିବ, ସେଇ ଡରରେ ପାକିସ୍ତାନ ଛାନିଆ ହୋଇ ଭାରତ ଆଗରେ ଅସ୍ତ୍ରବିରତିର ଭିକ ମାଗିଥିଲା। ତେବେ କଣ ଏହି କିରାନା ହିଲ୍ସ ବା ସରଗୋଧାର କାଲୀ ପାହାଡ଼୍, ଆସନ୍ତୁ ଜାଣିବା |

Advertisment

କଡ଼ା ସୁରକ୍ଷା ବଳୟରେ କଳା ପାହାଡ଼ ତଳୁ ଉପର ଯାଏଁ ଲମ୍ବିଛି ଗୋଟିଏ ମାତ୍ର ଅଙ୍କାବଙ୍କା ରାସ୍ତା ଆଉ ପାହାଡ଼ର ସବା ଉପରେ ବିରାଟ ସାମରିକ ପ୍ରତିଷ୍ଠାନ। ହେଲେ ଏ ରହସ୍ୟମୟ ପାହାଡ଼ ଭିତରେ କଣ ଅଛି ? ପାହାଡ଼ ପେଟରେ ଲୁଚିଛି କି ପାକିସ୍ତାନର ପ୍ରାଣପକ୍ଷୀ ? ସୁଡ଼ଙ୍ଗ କରି ପରମାଣୁ ହତିଆର ଲୁଚାଇଛି କି ପାକିସ୍ତାନ ? ସରଗୋଧାର ସେଇ କିରାନା ହିଲ୍ସ, ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି କଳ୍ପନାଜଳ୍ପନା। ଭାରତ ଟାର୍ଗେଟରେ ଥିଲା କି କିରାନା ହିଲ୍ସ. ପାକିସ୍ତାନର ପରମାଣୁ ଭିତ୍ତିଭୂମି ଉଡ଼ାଇ ଦେବାକୁ ଭାରତ ଦେଇଥିଲା କି ଖୋଲା ଚେତାବନୀ। କାରଣ ପାକିସ୍ତାନ ପଞ୍ଜାବ ପ୍ରଦେଶର ସରଗୋଧା ଜିଲ୍ଲାରେ ଥିବା ମୁସାଫ୍ ବାୟୁସେନା ଘାଟିରେ ଥିବା ରନୱେ ଗୁଡ଼ିକୁ ଭାରତ କରିଥିଲା ପିନ୍ ପଏଣ୍ଟ୍ ଏୟାର ଷ୍ଟ୍ରାଇକ୍। ସାଟେଲାଇଟ୍ ଚିତ୍ର ସ୍ପଷ୍ଟ କରିଥିଲା, ଏକାଧିକ ସ୍ଥାନରେ ହୋଇଛି ଭୀଷଣ କ୍ଷୟକ୍ଷତି। ଆଉ ଜାଣିବା କଥା ହେଉଛି- ମୁସାଫ୍ ବାୟୁସେନା ଘାଟି ଅଧୀନରେ ହିଁ ଆସୁଥିବା କିରାନା ହିଲ୍ସ ଠାରୁ, କ୍ଷତିଗ୍ରସ୍ତ ରନୱେର ଦୂରତା ମାତ୍ର ୨୦ କିଲୋମିଟର। ତେଣୁ ଭାରତ ପାକିସ୍ତାନକୁ ଖୋଲା ଧମକ ଦେଲା କି, ଯଦି ଆମେ ମୁସାଫ୍ ଏୟାରବେସର ରନୱେକୁ ଟାର୍ଗେଟ୍ କରିପାରୁଛୁ, କିରାନା ହିଲ୍ସ ବି ଅପହଞ୍ଚ ନୁହେଁ। ହୁଏତ ସେଇଥିପାଇଁ ଗତକାଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ-ପାକିସ୍ତାନ ଲଢ଼େଇରେ ନ୍ୟୁକ୍ଲିଅର୍ ୱାର୍ ଆଶଙ୍କା ପ୍ରସଙ୍ଗ ଉଠାଇବା ପରେ, ପ୍ରଧାନମନ୍ତ୍ରୀ ମୋଦି କେବଳ ପାକିସ୍ତାନ ନୁହେଁ, ଆମେରିକା ସମେତ ସାରା ବିଶ୍ବକୁ ଦେଇଛନ୍ତି ସ୍ପଷ୍ଟ ସନ୍ଦେଶ। କହିଛନ୍ତି ଭାରତ ସହିବନି କୌଣସି ବି ନ୍ୟୁକ୍ଲିଅର୍ ବ୍ଲାକମେଲ।

୬୮ ବର୍ଗ କିଲୋମିଟର ଅଞ୍ଚଳ ଓ ୩୯ କିଲୋମିଟର ପରିଧିର କିରାନା ହିଲ୍ସ, ୧୯୭୦ରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ରହିଛି। ଏହାକୁ କାଲୀ ପାହାଡ଼୍ ବା ବ୍ଲାକ୍ ମାଉଣ୍ଟେନ୍ ବି କୁହାଯାଏ। ୧୯୯୫ରୁ ମୁସାଫ୍ ଏୟାରବେସର ଏହା ଗୋଟିଏ ଅଂଶ। ପାହାଡ଼ ଉପରେ ରାଡାର୍ ଷ୍ଟେସନ ଥିବା ବେଳେ, ଚାରିପଟେ ରହିଛି ବିଭିନ୍ନ ରହସ୍ୟଜନକ ସାମରିକ ଭିତ୍ତିଭୂମି। ତେବେ ଆହୁରି ରହସ୍ୟର କଥା ହେଉଛି ଯେ, ଏ ପାହାଡ଼ ଭିତରେ ୧୦ରୁ ଅଧିକ ସୁଡ଼ଙ୍ଗ ଥିବା କୁହାଯାଉଛି । ସୁଡ଼ଙ୍ଗରେ ରି-ଇନଫୋର୍ସଡ ସିମେଣ୍ଟ କଂକ୍ରିଟରେ ଅତି ମୋଟା ଓ ମଜବୁତ୍ କାନ୍ଥ ତିଆରି କରାଯାଇଛି। ଏଭଳି ନିର୍ମାଣ କେବଳ ପରମାଣୁ ଯୁଦ୍ଧାସ୍ତ୍ର ରଖିବା ପାଇଁ ତିଆରି କରାଯାଏ। ତେଣୁ ଏସବୁ ସାଧାରଣ ସୁଡ଼ଙ୍ଗ ନୁହେଁ, ଅଣ୍ଡରଗ୍ରାଉଣ୍ଡ୍ ନ୍ୟୁକ୍ଲିଅର୍ ୱାରହେଡ୍ ଷ୍ଟୋରେଜ୍ ଫ୍ୟାସିଲିଟି ବୋଲି ଦାବି ହେଉଛି। କିରାନା ହିଲ୍ସ ପାକିସ୍ତାନର ପ୍ରମୁଖ ଖୁଶାବ୍ ନ୍ୟୁକ୍ଲିଅର୍ କଂପ୍ଲେକ୍ସ ଠାରୁ ମାତ୍ର ୭୫ କିଲୋମିଟର ଦୂର। ୨୦୨୩ରେ ପ୍ରକାଶିତ ଆଟମିକ୍ ସାଇଣ୍ଟିଷ୍ଟର ରିପୋର୍ଟ ଅନୁସାରେ, ୧୯୮୩ରୁ ୧୯୯୦ ଭିତରେ ନ୍ୟୁକ୍ଲିଅର ଟେଷ୍ଟ ସାଇଟ୍ ଭାବେ ଏହାକୁ ବ୍ୟବହାର କରିଥିଲା ପାକିସ୍ତାନ। ଏଠାରେ ଚାଇନା ମେଡ୍ M-11 ସମେତ ଅନ୍ୟ ଯୁଦ୍ଧାସ୍ତ୍ର ଥିବା ବି ଅନୁମାନ କରାଯାଉଛି।

Advertisment

ସୋସିଆଲ ମିଡିଆରେ କିଛି ବିଶେଷଜ୍ଞ ଏହା ମଧ୍ୟ ଦାବି କରୁଛନ୍ତି ଯେ, ଭାରତର ଏୟାରଷ୍ଟ୍ରାଇକରେ ହୁଏତ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ପାକିସ୍ତାନର ନ୍ୟୁକ୍ଲିଅର୍ ଷ୍ଟୋରେଜ ଫ୍ୟାସିଲିଟି ବା ପରମାଣୁ ଅସ୍ତ୍ର ଭଣ୍ଡାର ଭିତ୍ତିଭୂମି। ଇସଲାମାବାଦର ଗୋଟିଏ ଏୟାରପୋର୍ଟରୁ ବାରମ୍ବାର ଗୋଟିଏ ଆମେରିକୀୟ ବିମାନ ଉଡ଼ାଣ ଭରି ସେଠାରେ ହିଁ ଓହ୍ଲାଇବା ଏହି ସନ୍ଦେହକୁ ଘନୀଭୂତ କରିଛି । ଅନୁମାନ କରାଯାଉଛି, ଭୂମିରୁ ନିର୍ଗତ ନିୟୁକ୍ଲିଅର୍ ରେଡିଏସନ୍ ବା କ୍ଷତିକାରକ ବିକିରଣ ଚିହ୍ନଟ କରୁଛି ଏହି ବିମାନ। ତେବେ ଗତକାଲି ଭାରତର ଡିଜି ଏୟାର୍ ଅପରେସନ୍ ଜଣେ ସାମ୍ବାଦିକଙ୍କ ପ୍ରଶ୍ନରେ, କିରାନା ହିଲ୍ସ ଆକ୍ରମଣକୁ ଖଣ୍ଡନ କରିଥିଲେ ବି, ତାଙ୍କର ଏ ରହସ୍ୟମୟ ହସକୁ ନେଇ ଚର୍ଚ୍ଚା ବଢ଼ିଛି।

ଅଧିକ ପଢ଼ନ୍ତୁଏୟାରବେସରେ ସେନା ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଢାଇଲେ ମନୋବଳ

ସେପଟେ ପାକିସ୍ତାନ ରାଜଧାନୀ ଇସଲାମାବାଦ ଓ ସେନା ମୁଖ୍ୟାଳୟ ରାୱଲପିଣ୍ଡି ନିକଟରେ, ଭାରତୀୟ ଏୟାର ଷ୍ଟ୍ରାଇକର ଶିକାର ହୋଇଥିବା ନୂର୍ ଖାନ୍ ଏୟାରବେସ୍ ବି ପାକିସ୍ତାନର ମୁଖ୍ୟ ନ୍ୟୁକ୍ଲିଅର କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ୍ ଫ୍ୟାସିଲିଟିର ଅତି ପାଖରେ ରହିଛି । ଭାରତ, ଦୁଇ ଦୁଇଟି ପରମାଣୁ ଭିତ୍ତିଭୂମି ପାଖରେ ନିଶାନା ସାଧିବା ପରେ, ପାକିସ୍ତାନର ପିଳେହି ପାଣି ହୋଇଥିବା ଓ ଶେଷରେ ଅସ୍ତ୍ରବିରତି ପାଇଁ ଭିକ ମାଗିଥିବା ଚର୍ଚ୍ଚା ହେଉଛି।

Pakistan
Advertisment
Related Articles
Advertisment