IFS ଅଧିକାରୀ ନିଧି ତିୱାରୀ ୨୦୨୨ରୁ ପିଏମଓରେ ଡେପୁଟି ସେକ୍ରେଟାରୀ ରହିଥିଲେ । ଏବେ ତାଙ୍କୁ ମିଳିଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ସେ ପ୍ରଧାନମନ୍ତ୍ରୀଙ୍କର ପ୍ରଶାସନିକ ଓ ରାଜନୈତିକ କାର୍ଯ୍ୟରେ ସହଯୋଗ କରିବେ ।
ପୁଟିନଙ୍କ ଏହି ଗସ୍ତ ବିଭନ୍ନ କ୍ଷେତ୍ର ପାଇଁ ରହିଥିବା କୁହାଯାଉଛି । ମୋଦୀଙ୍କ ସହ ସାମରିକ, ଶକ୍ତି, ବାଣିଜ୍ୟ କ୍ଷେତ୍ରରେ ଦ୍ବିପାକ୍ଷିକ ଆଲୋଚନା କରିବେ ପୁଟିନ୍ । ଖାଲି ଏତିକି ନୁହେଁ, ୨୦୩୦କୁ ଦୃଷ୍ଟିରେ ରଖି ନୂଆ ଅର୍ଥନୈତିକ ରୋଡମ୍ୟାପ ପ୍ରସ୍ତୁତ କରିବେ ଏହି ଦୁଇ ଦେଶର ମୁଖିଆ ।
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଦୀର୍ଘ ୯ ମାସ କଳ୍ପନାଜଳ୍ପନାର ଅନ୍ତଘଟାଇ ପୃଥିବୀ ପୃଷ୍ଠକୁ ଛୁଇଁବେ ସୁନୀତା ୱିଲିୟମ୍ସ। ଆଜି ଦିନ ୧୦ଟା ୩୫ରେ କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ସୁନୀତାଙ୍କ ସମେତ ୪ ମହାକାଶଚାରୀଙ୍କୁ ଧରି ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ, ଭାରତୀୟ ସମୟ ଭୋର୍ ୩ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ହେବ ଅବତରଣ।
ଆସନ୍ତାକାଲି ମରିସସ୍ ଜାତୀୟ ଦିବସରେ ମୋଦି ଦ୍ୱିତୀୟ ଥର ପାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହା ପୂର୍ବରୁ ଗତକାଲି ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯେଉଁମାନେ ମହାକୁମ୍ଭଙ୍କୁ ଯାଇ ପାରିନାହାନ୍ତି, ସେମାନଙ୍କ ପାଇଁ ସଙ୍ଗମ ଜଳ ଆଣିଛି ।
ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଏକ ବିରାଟ ଫୁଲମାଳ ପିନ୍ଧାଇ ସ୍ବାଗତ କରିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମନଗରରେ ବନ୍ତାରା ପଶୁ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ରର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ତିନି ଦିନିଆ ଗୁଜରାଟ ଗସ୍ତରେ ଥିଲେ। ବନ୍ତାରା ୨,୦୦୦ରୁ ଅଧିକ ପ୍ରଜାତି ଏବଂ ୧.୫ ଲକ୍ଷରୁ ଅଧିକ ପ୍ରାଣୀ ଉଦ୍ଧାର ହୋଇଥିବା, ଲୁପ୍ତପ୍ରାୟ ଏବଂ ବିପଦପୂର୍ଣ୍ଣ ପ୍ରାଣୀଙ୍କ ବାସଗୃହ। ପ୍ରଧାନମନ୍ତ୍ରୀ ଏଠାରେ ପୁନଃଥଇଥାନ ହୋଇଥିବା ବିଭିନ୍ନ ପ୍ରଜାତିର ପ୍ରାଣୀମାନଙ୍କ ସହିତ ମିଶିଥିଲେ।
ଚାଷୀଙ୍କ ପାଇଁ ଖୁସି ଖବର। ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା। ବିହାରରୁ ପ୍ରଧାନମନ୍ତ୍ରୀ ମୋଦି ୯.୮ କୋଟି ଚାଷୀଙ୍କ ଖାତାକୁ ପଠାଇବେ ଯୋଜନାର ୧୯ତମ କିସ୍ତି। ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ପ୍ରାୟ ୨୨ ହଜାର କୋଟି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ।
ପୂର୍ବରୁ ଓଡ଼ିଆ ଆଇଏଏସ୍ ଅଫିସର ପି.କେ.ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ହେଲେ ଏବେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶରେ ବଢୁଥିବା ମୋଟାପଣ ସମସ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିପରି ମୋଟାପଣରୁ ମୁକ୍ତି ପାଇବେ, ସେନେଇ ମଧ୍ୟ ବତାଇଲେ ଟିପ୍ସ । ପଢନ୍ତୁ ପୂରା ଖବର
ହ୍ବାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ହୋଇଛି ଦ୍ୱିପାକ୍ଷିକ ଆଲୋଚନା।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହି ଉପହାର କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲେଖିଲେ, ମିଷ୍ଟର ପ୍ରାଇମ ମିନିଷ୍ଟର ୟୁ ଆର୍ ଗ୍ରେଟ୍
ଦୁଇ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ ।
ଦୁଇଦିନିଆ ପ୍ୟାରିସ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ଆଜି ରାତିରେ ଆମେରିକା ଅଭିମୁଖେ ଯାତ୍ରା କରିବେ । ସେଠାରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ । ୨୦୨୪ ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଓ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ ଭେଟଘାଟ୍ ।
ଏହି ଶିଖର ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଭାରତ-ଫ୍ରାନ୍ସ ସିଇଓ ଫୋରମକୁ ମଧ୍ୟ ସମ୍ବୋଧିତ କରିବେ।
ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଟିପ୍ସ । ଏଗଜାମକୁ ଏକ୍ସଟ୍ରା ଭାବେ ନିଅନି, ଗୋଲ୍ ଉପରେ ଧ୍ୟାନ ଦିଅ । ସମୟକୁ ନିଜ ଗୁରୁ କର, ଟାଇମ୍ ମ୍ୟାନେଜମେଣ୍ଟ ଶିଖ । ସମସ୍ତଙ୍କ ସହ ମିଶି ଘରେ କର ଲାଫ୍ଟର ଥେରାପି ।
ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଟିପ୍ସ । ଏଗଜାମକୁ ଏକ୍ସଟ୍ରା ଭାବେ ନିଅନି, ଗୋଲ୍ ଉପରେ ଧ୍ୟାନ ଦିଅ । ସମୟକୁ ନିଜ ଗୁରୁ କର, ଟାଇମ୍ ମ୍ୟାନେଜମେଣ୍ଟ ଶିଖ । ସମସ୍ତଙ୍କ ସହ ମିଶି ଘରେ କର ଲାଫ୍ଟର ଥେରାପି ।
ପିପିସିର ପ୍ରତ୍ୟେକ ସଂସ୍କରଣରେ ପରୀକ୍ଷା ସମ୍ବନ୍ଧୀୟ ଚିନ୍ତାର ମୁକାବିଲା ପାଇଁ ଅଭିନବ ପଦ୍ଧତି ଉପରେ ଆଲୋକପାତ କରାଯାଇଥାଏ । ଯାହା ଶିକ୍ଷଣ ଏବଂ ଜୀବନ ପ୍ରତି ଏକ ଆନନ୍ଦର ମନୋଭାବକୁ ପ୍ରୋତ୍ସାହିତ କରେ ।
ମା‘ ଯମୁନା ଆମ ଆସ୍ଥାର କେନ୍ଦ୍ର, କିନ୍ତୁ ଯମୁନା ଅସ୍ଥିତ୍ବ ଆଜି ବିପଦରେ । ଲୋକଙ୍କ ଆସ୍ଥା ସହ ଖେଳିଛି ଆପ୍ଦା ସରକାର । ହରିୟାଣା ଲୋକଙ୍କ ଉପରେ ଏତେ ବଡ଼ ମିଛ ଅଭିଯୋଗ ଆଣିଲେ । ଯମୁନାର ସେବା ପାଇଁ ପୂରା ଶକ୍ତିର ସହ ଲାଗିପଡ଼ିବୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି ମୋଦି । ମନ୍ତ୍ର ଉଚ୍ଚାରଣରେ ସଙ୍ଗମ ଘାଟ ପ୍ରକମ୍ପିତ ହୋଇଛି । ପ୍ରୟାଗରାଜରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ବୋଟରେ ଯାତ୍ରା କରିଥିଲେ ।
ମୋଦି ପକାଇଲେ ଆସ୍ଥା ଓ ବିଶ୍ୱାସର ବୁଡ଼। ମହାକୁମ୍ଭ ୧୩ ଜାନୁଆରୀରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଭକ୍ତମାନେ ସଙ୍ଗମରେ ସ୍ନାନ କରିପାରିବେ। ଏଥର ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି। ତଥାପି ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭ ଆୟୋଜନ କରାଯାଏ।
ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବ୍ରୁଆରୀ ୨୬ ମହାଶିବରାତ୍ରୀ ଯାଏଁ ଚାଲିବ। ମହାକୁମ୍ଭରେ ୩ଟି ଯାକ ଅମୃତ ସ୍ନାନ ସରିଥିବା ବେଳେ, ଏଯାବତ୍ ୩୮ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଲେଣି । ମହାକୁମ୍ଭରେ ଦଳାଚକଟା ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସସପେନ୍ସ ଲାଗି ରହିଥିଲା।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସୋନିଆଙ୍କ ଅପମାନସୂଚକ ଶବ୍ଦ ପ୍ରୟୋଗକୁ ନେଇ ବର୍ଷିଛନ୍ତି ମୋଦି। କହିଛନ୍ତି, ଜଣେ ମହିଳା ରାଷ୍ଟ୍ରପତି ଅପମାନିତ ହେଉଛନ୍ତି। ମୁଁ ରାଜନୈତିକ ନିରାଶା ବୁଝିପାରୁଛି। କିନ୍ତୁ ରାଷ୍ଟ୍ରପତିଙ୍କୁ ଅପମାନ କାହିଁକି ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ଅବସରରେ ଆମେରିକାରେ ଟ୍ରମ୍ପ୍ ନୈଶ୍ୟଭୋଜିର ମଧ୍ୟ ଆୟୋଜନ କରିପାରନ୍ତି ବୋଲି କୁହାଯାଉଛି ।
ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ସହ କଥା ହେବା ଛଳରେ ଦିଲ୍ଲୀ ସରକାରର ଶିକ୍ଷା ମଡେଲର କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି, ନିଜ ଛବି ବଞ୍ଚାଇବାକୁ ଦଶମରେ ପାସ୍ ପ୍ରତିଶତ କମିଯିବା ଡରରେ କମ୍ ମାର୍କ ଆଣୁଥିବା ପିଲାଙ୍କୁ ଦଶମ ଶ୍ରେଣୀକୁ ଯିବାକୁ ଦେଉନି ଦିଲ୍ଲୀ ସରକାର।
ଆଜି ଶେଷ ଦିନରେ ଜୋରଦାର ପ୍ରଚାର କରିବେ ସବୁ ଦଳ। ସକାଳୁ ସନ୍ଧ୍ୟା ଯାଏ ଜନସଭା, ରାଲି, ରୋଡ ଶୋ, ପଦଯାତ୍ରା, ଜନସଂପର୍କ ଯାତ୍ରାରେ ପ୍ରଚାର ରାଜନୀତି ସରଗରମ ରହିବ।