Advertisment

India's Response to Pakistan's Claims: ମିଛୁଆ ପାକିସ୍ତାନ ଗାଲରେ ଶକ୍ତ ଚାପୁଡ଼ା; ପାକ୍ ଗାଲୁ ଗପ ଉପରୁ ପରଦା ହଟାଇଲେ ଖୋଦ୍ ପ୍ରଧାନମନ୍ତ୍ରୀ...

ପୁଣି ପଦାରେ ପଡିଲା ପାକିସ୍ତାନର ଡାହା ମିଛ। ପାକ୍ ଗାଲୁ ଗପ ଉପରୁ ପରଦା ହଟାଇଲେ ଖୋଦ୍ ପ୍ରଧାନମନ୍ତ୍ରୀ। କରିଦେଲେ, ଦୁଧ୍ କା ଦୁଧ୍-ପାନି କା ପାନି।

author-image
Sujit kumar Swain
undefined

India's Response to Pakistan's Claims

ପାକିସ୍ତାନ ଗାଲରେ ଶକ୍ତ ଚାପୁଡା। ମିଛ କାହାଣୀର ପୋଲ୍ ଖୋଲ କରିବା ସହ ଆଦମପୁର ଏୟାରବେସ୍‌ରୁ ହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତର ସଶକ୍ତ ଏୟାର ଡିଫେନ୍ସ ସିଷ୍ଟମ S-400 ଆଗରେ ଫଟୋ ପୋଜ୍ ଦେଇ ସାରା ବିଶ୍ବ ଆଗରେ ରଖିଛନ୍ତି ପାକିସ୍ତାନର ମିଛ ଗପ। ଅପରେସନ୍ ସିନ୍ଦୂରର ସଫଳତା ପାଇଁ ବାୟୁବୀରଙ୍କୁ ଭେଟି ମନୋବଳ ବଢାଇଛନ୍ତି, ସାଲ୍ୟୁଟ୍ କରିଛନ୍ତି। ଏଥିସହ ସଫା ସଫା କହିଛନ୍ତି, ଆଗକୁ ଆତଙ୍କୀ ଆକ୍ରମଣ ହେଲେ ଭାରତ ନିଜ ତରିକାରେ ଓ ନିଜ ଟାଇମରେ ଜବାବ ଦେବ। 

Advertisment

ପୁଣି ପଦାରେ ପଡିଲା ପାକିସ୍ତାନର ଡାହା ମିଛ। ପାକ୍ ଗାଲୁ ଗପ ଉପରୁ ପରଦା ହଟାଇଲେ ଖୋଦ୍ ପ୍ରଧାନମନ୍ତ୍ରୀ। କରିଦେଲେ, ଦୁଧ୍ କା ଦୁଧ୍-ପାନି କା ପାନି। ପହଲଗାମ୍ ଆତଙ୍କୀ ଆକ୍ରମଣର ବଡ଼ ପ୍ରତିଶୋଧ ପରେ ପଞ୍ଜାବ ଆଦମପୁର ଏୟାରବେସରେ ପ୍ରଧାନମନ୍ତ୍ରୀ ମୋଦି। ବ୍ୟାକଗ୍ରାଉଣ୍ଡରେ ଭାରତର ସଶକ୍ତ ଏୟାର ଡିଫେନ୍ସ ସିଷ୍ଟମ S-400 ସୁଦର୍ଶନ ଚକ୍ର। ପାଖରେ ଫାଇଟର ଜେଟ୍ ମିଗ୍-29। ଏତିକି ଥିଲା ହିଁ ଯଥେଷ୍ଟ, ମିଛୁଆ ପାକିସ୍ତାନର ପୋଲ୍ ଖୋଲ୍ କରିବାକୁ। ପାକିସ୍ତାନ ଦାବି କରିଥିଲା ଯେ, ଆଦମପୁର ଏୟାରବେସରେ ଥିବା S-400କୁ ଧ୍ବଂସ କରିଦେଇଥିଲା ତାର ହାଇପରସୋନିକ ମିସାଇଲ। ଫେକ୍ ଭିଡିଓ ବି ଜାରି କରିଥିଲା। ପାକିସ୍ତାନୀଙ୍କୁ ଭଣ୍ଡେଇ ଦେଇଥିଲେ ଡିଜି ISPR। ହେଲେ ଏବେ ଧରାପଡି ଯାଇଛି ପାକିସ୍ତାନର ମିଛୁଆ ରାଧୁଆ ଗପ। କେବଳ S-400 ନୁହେଁ, ଆଦମପୁର ଏୟାରବେସ୍ ରନୱେ ବି ପୁରା ପରଫେକ୍ଟ, ସେକଥା ବି ସ୍ପଷ୍ଟ ହୋଇଯାଇଛି। କାରଣ, ଆଜି ମୋଦି ଆଦମପୁର ଏୟାରବେସରେ ବାୟୁସେନାର ବିରାଟ ବିମାନ ଗ୍ଲୋବମାଷ୍ଟରରେ ଓହ୍ଲାଇଥିଲେ । 

ଆଦମପୁର ଏୟାରବେସ୍, ଯେଉଁଠୁ ପାକିସ୍ତାନର ଛାତି ଉପରେ ମିସାଇଲ ମାଡ କରିଥିଲା ଭାରତ। ସେହି ଏୟାରବେସ୍ ଯେଉଁଠି ପାକିସ୍ତାନର ଆଟାକକୁ ନିଷ୍ଫଳ କରିଦେଇଥିଲା ଭାରତର ଏୟାର ଡିଫେନ୍ସ ସିଷ୍ଟମ। ସେଥିପାଇଁ ଆଦମପୁର ଏୟାରବେସରେ ପହଁଚି ବୀର ଯବାନଙ୍କ ମନୋବଳ ବଢାଇଥିଲେ ମୋଦି। ଯବାନଙ୍କ ସହ ପାଖାପାଖି ୫୦ ମିନିଟ ଧରି କରିଥିଲେ ଆଲୋଚନା। ବାୟୁବୀରଙ୍କ ସାହସକୁ ସାଲ୍ୟୁଟ୍ କରିଥିଲେ, ସଫଳ ଅପରେସନ୍ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଭାରତ ମାତା କି ଜୟ... ବନ୍ଦେ ମାତରଂ ଧ୍ବନିରେ କମ୍ପିଥିଲା ପୁରା ଏୟାରବେସ୍। 

Advertisment

୨୦/୨୫ ମିନିଟରେ ପିନ୍ ପଏଣ୍ଟ ଟାଗେର୍ଟ। ମାଟିରେ ମିଶିଛି ୯ଟି ଆତଙ୍କୀ ଠିକଣା। ଶହେରୁ ଅଧିକ ଆତଙ୍କୀ ଢେର୍। ଭାରତ କେବଳ ସୈନ୍ୟ ଆକ୍ସନ ରୋକିଛି, ପାକିସ୍ତାନ ଯଦି ପୁଣି ଆତଙ୍କୀ ଗତିବିଧି କରେ, ତେବେ ନିଜ ତରିକାରେ ଓ ନିଜ ସମୟରେ ଭାରତ ତାର ଜବାବ ଦେବ ବୋଲି ସଫା ସଫା ଶୁଣାଇଦେଇଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, ୩ଟି ପଏଣ୍ଟ ଉପରେ ନିଷ୍ପତ୍ତି ହୋଇସାରିଛି। ଆତଙ୍କବାଦୀ ଆକ୍ରମଣ ହେଲେ, ଆମେ ଆମ ଉପାୟରେ କାର୍ଯ୍ୟ କରିବୁ। କୌଣସି ପରମାଣୁ ବ୍ଲାକମେଲ୍ ସହ୍ୟ କରିବୁନି। ଆତଙ୍କବାଦକୁ ସମର୍ଥନ କରୁଥିବା ସରକାର ଏବଂ ମାଷ୍ଟରମାଇଣ୍ଡମାନଙ୍କୁ ପୃଥକ ସଂସ୍ଥା ଭାବରେ ଦେଖିବୁ ନାହିଁ। ଅପରେସନ ସିନ୍ଦୂରରେ ପାରମ୍ପରିକ ଏୟାର ଡିଫେନ୍ସ ପ୍ରଣାଳୀ ଭାରତର ଦୃଢ଼ ପ୍ରତିରକ୍ଷା କଭର୍ ପରିଚୟ ପାଲଟିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 

Narendra Modi PM Narendra Modi
Advertisment
Related Articles
Advertisment