Advertisment

ଭୁବନେଶ୍ୱରରେ ମୋଦି; କରିବେ ବିଶାଳ ରୋଡ ଶୋ’

ରାଜ୍ୟ ବିଜେପି ଅଫିସରୁ ବାଣୀବିହାର ଛକ ଯାଏଁ ବିଶାଳ ରୋଡ୍ ସୋ କରିବେ ମୋଦି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇସାରିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
PM Modi

PM Modi

ଅପେକ୍ଷାର ଅନ୍ତ ଘଟିଲା। ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରର ଦେଖିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ସୋ। ରାଜ୍ୟ ବିଜେପି ଅଫିସରୁ ବାଣୀବିହାର ଛକ ଯାଏଁ ବିଶାଳ ରୋଡ୍ ସୋ କରିବେ ମୋଦି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇସାରିଛି। ଯେଉଁ କାରରେ ମୋଦି ରୋଡ୍ ସୋ କରିବେ, ସେହି କାରକୁ ବି ଫୁଲରେ ଅତି ଆକର୍ଷଣୀୟ ଭାବେ ସଜାଯାଇଛି।

Advertisment

ମିଶନ ଭୁବନେଶ୍ୱର ସାଙ୍ଗକୁ ମିଶନ ଓଡ଼ିଶା ଲକ୍ଷ୍ୟରେ ରୋଡ୍ ସୋ ବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ବିଜେପିର ଏହି ଟପ୍ ହେଭିୱେଟ୍ ଲିଡର୍। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ରେ ସାମିଲ ହେବେ ବିଜେପିର ପ୍ରାୟ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା। ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାରୁ କଡ଼ା ସୁରକ୍ଷା ବଳୟରେ ଆସି ରାଜ୍ୟ ବିଜେପି ଅଫିସରୁ ବାଣୀବିହାର ଛକ ଅଢ଼େଇ କିଲୋମିଟର ଯାଏଁ ହେବାକୁ ଥିବା ରୋଡ୍ ସୋରେ ସାମିଲ ହେବେ ମୋଦି। ଏଥିପାଇଁ ସମ୍ପୂର୍ଣ୍ଣ ସଜେଇ ହୋଇଛି ଭୁବନେଶ୍ୱର ଜନପଥ।

ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୋଲିସ ଯାଞ୍ଚ ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ SPG କମାଣ୍ଡୋ। ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପୁରା ରୋଡ୍ କଡରେ ଥିବା ପବ୍ଲିକ, ମିଡିଆ ଷ୍ଟେଜ୍, କନେକ୍ଟିଂ ରୋଡ୍, ଟ୍ରାଫିକ୍, ରାସ୍ତାର ଉଭୟ ପାଖରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ସବୁଠି ଟିକନିକ ଯାଞ୍ଚ କରିଛନ୍ତି SPG।

Advertisment

ପ୍ରଧାନମନ୍ତ୍ରୀଙ୍କ ଏହି ଅଢେଇ କିଲୋମିଟରର ରୋଡ୍ ଶୋ ଭିତରେ ଝଲସିବ ଓଡିଶା କଳା ଓ ସଂସ୍କୃତି। କୋଣାର୍କ ଚକ୍ର ଓ ଖଣ୍ଡିଗିରି ଐତିହ୍ୟ ପରି ଓଡିଶା କଳା ପରମ୍ପରାରେ ୧୦ ଆଇକନ ୧୦ଟି ସ୍ଥାନରେ ସ୍ଥାନିତ ହେବ। ସ୍ଥାନେ ସ୍ଥାନେ ଓଡ଼ିଶାର ବିଭିନ୍ନ ଲୋକକଳା ମାଧ୍ୟମରେ ମୋଦିଙ୍କୁ ସ୍ୱାଗତ କରାଯିବ। ରୋଡ ଶୋ ପରେ ରାଜଭବନରେ ରାତ୍ରୀ ରହଣି କରି ଆସନ୍ତାକାଲି ୩ଟି ସ୍ଥାନରେ ସମାବେଶ କରିବେ ପିଏମ ମୋଦି।

PM Modi BJP Odisha Politics General Elections 2024
Advertisment
Advertisment