/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747150751.jpg)
ଆତଙ୍କୀଙ୍କୁ ମାର ନହଲେ ନିଜେ ମରିବ
ଆତଙ୍କବାଦୀଙ୍କ ମୂଳକୁ ମାରିବ, ନହେଲେ ନିଜେ ମରିବ । ଗତକାଲି ଏଇ ମର୍ମରେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ଚେତାବନୀ ସହ ପରାମର୍ଶକୁ ନେଇ ଚର୍ଚ୍ଚା । କାରଣ ଦଶନ୍ଧି ଦଶନ୍ଧି ଧରି ଆତଙ୍କୀଙ୍କୁ ଜନ୍ମ ଦେଇ, ପାଳିପୋଷି ବଢ଼େଇ ଚାଲିଥିବା ପାକିସ୍ତାନ-ଗରିବୀ, ଭୋକ ଓ ଦାରିଦ୍ର୍ୟରେ କେମିତି ସଢୁଛି, ସେ ଦିଗକୁ ପୁଣି ଉଜାଗର କରିଛି ମୋଦିଙ୍କ ଏହି ଚେତାବନୀ ।
ନିଜ ମାଟିରୁ ଆତଙ୍କବାଦୀଙ୍କୁ ସଫା ନକଲେ.. ନିଜେ ସଫା ହୋଇଯିବ ପାକିସ୍ତାନ ! ପାକିସ୍ତାନକୁ ବଞ୍ଚିବାକୁ ହେଲେ ତାକୁ ତା' ମାଟିରୁ ଆତଙ୍କୀ ଭିତ୍ତିଭୂମିକୁ ଧ୍ବଂସ କରିବାକୁ ହିଁ ହେବ । ଅପରେସନ୍ ସିନ୍ଦୂର ପରେ ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ ବେଳେ ଆତଙ୍କୀ ରାଷ୍ଟ୍ର ପାକିସ୍ତାନକୁ ଏଇ ମର୍ମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ଚେତାବନୀ ।
ଅଧିକ ପଢ଼ନ୍ତୁ: ମିଛୁଆ ପାକିସ୍ତାନ ଗାଲରେ ଶକ୍ତ ଚାପୁଡ଼ା; ପାକ୍ ଗାଲୁ ଗପ ଉପରୁ ପରଦା ହଟାଇଲେ ଖୋଦ୍ ପ୍ରଧାନମନ୍ତ୍ରୀ...
ଭାରତର ଆତଙ୍କବାଦୀଙ୍କ ବିରୋଧୀ ଲଢ଼େଇକୁ ପାକିସ୍ତାନ କେମିତି ଆତଙ୍କୀଙ୍କ ସପକ୍ଷରେ ନିଜ ଲଢ଼େଇ ବନେଇଛି ଫଟୋ, ଭିଡିଓ ସହ ଭାରତୀୟ ସେନା ତା’ର ତଥ୍ୟ ପ୍ରମାଣ ରଖିବା ପରେ କାଲି ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କ ଏ ଚେତାବନୀ ପାକିସ୍ତାନର ଦୟନୀୟ ସ୍ଥିତିକୁ ବିଶ୍ବ ସାମ୍ନାରେ ଉଜାଗର କରିଛି ।
ଆପଣ ବି ନଜର ପକାନ୍ତୁ ଦୀର୍ଘ ସମୟ ଧରି ଆତଙ୍କବାଦୀ ଓ ଆତଙ୍କବାଦକୁ ପାଳି ପୋଷି ବଢ଼ାଇ ଚାଲି ଆସିଥିବା ପାକିସ୍ତାନର ଦୟନୀୟ ଆର୍ଥିକ ଚେହେରା ଉପରେ । ଋଣଭାରରେ ବୁଡ଼ିଥିବା ପାକିସ୍ତାନର ବୈଦେଶିକ ଋଣ ପରିମାଣ ପ୍ରାୟ ୧୩୦ ବିଲିୟନ୍ ଡଲାର ଯାହାକି ଏହାର ଜିଡିପିର ପ୍ରାୟ ୮୦ ପ୍ରତିଶତ । ଚୀନ୍, ଆଇଏମଏଫ ଏବଂ ସାଉଦି ଆରବ ଭଳି ଦେଶମାନଙ୍କ ଠାରୁ ନେଇଥିବା ଋଣ ବାବଦକୁ ସୁଧ ଓ ମୂଳଧନ ପରିଶୋଧ କରି କରି ଦେଶର ଏବେ କାଙ୍ଗାଳ ସ୍ଥିତି । ଏମିତିକି ନିକଟରେ ଭାରତ ସହ ଯୁଦ୍ଧ ଲଢିବାକୁ ଅର୍ଥ ଓ ଶସ୍ତ୍ରବଳ ଜୁଟାଇବା ଲାଗି ଆନ୍ତର୍ଜାତିକ ଶକ୍ତି ଆଗରେ ଖୋଦ୍ ପାକିସ୍ତାନ ସରକାରଙ୍କ ଅର୍ଥନୈତିକ ବିଭାଗ ହାତ ପତାଉଥିବା ନେଇ ସୋସିଆଲ୍ ମିଡିଆର ଏକ ପୋଷ୍ଟ ବେଶ୍ ଭାଇରାଲ୍ ହୋଇଥିଲା ।
କୁହାଯାଉଛି ନିକଟରେ ଆଇଏମ୍ଏଫରୁ ଯଦି ୨.୪ ବିଲିୟନ ଡଲାରର ବେଲଆଉଟ୍ ପ୍ୟାକେଜ ମିଳି ନଥାନ୍ତା, ତାହେଲେ ଖାଇବାକୁ ପାଇ ନଥାନ୍ତା ପାକିସ୍ତାନ । ସେହିପରି ଦରଦାମ ଏତେ ବଢ଼ିଚାଲିଛି ଯେ ଲୋକେ ଖାଦ୍ୟ ଓ ଇନ୍ଧନ ଭଳି ନିତିଦିନିଆ ସାମଗ୍ରୀ କିଣିବାକୁ ବି ୫ ଥର ଭାବୁଛନ୍ତି । କାରଣ ବାର୍ଷିକ ମୁଦ୍ରାସ୍ଫୀତି ପ୍ରାୟତଃ ୧୨ ପ୍ରତିଶତ । ବୈଦେଶିକ ମୁଦ୍ରାଭଣ୍ଡାର ବି ଖାଲି । ଏକ ତଥ୍ୟ ଅନୁଯାୟୀ ୨୦୨୫ ଆରମ୍ଭରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ମାତ୍ର ୮-୧୦ ବିଲିୟନ ଡଲାର ଥିଲା, ଯାହା ପାକିସ୍ତାନୀଙ୍କ ୨ ମାସର ଆମଦାନୀ ଖର୍ଚ୍ଚ ଉଠାଇବାକୁ ବି ଅସମର୍ଥ । ଦାରିଦ୍ର୍ୟ ସାଙ୍ଗକୁ ବେକାରୀ ବି ହୁ ହୁ ବଢୁଛି । ଦାରିଦ୍ର୍ୟ ସୀମାରେଖ ତଳେ ଶଢୁଥିବା ୪୦ ପ୍ରତିଶତ ଲୋକ ଏବେ ବି ଦିନକୁ ଦି ଓଳି ଭଲରେ ଖାଇବାକୁ ପାଉନାହାନ୍ତି । ତେଣୁ ଆତଙ୍କବାଦୀଙ୍କ ଚେର କାଟି ନ ସୁଧୁରିଲେ ପାକିସ୍ତାନ ପାଖେ ଆଉ ବଞ୍ଚିବାର ବାଟ ନାହିଁ ।
ପହଲଗାମ୍ ଆତଙ୍କୀ ହମଲା ପରବର୍ତ୍ତୀ ସ୍ଥିତିରେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ ସହିତ ୱାଟରଠୁ ନେଇ ଟ୍ରେଡ୍ ପର୍ଯ୍ୟନ୍ତ ସବୁ ସ୍ତରରେ କଟକଣା ଲଗାଇ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରହାର ପରେ ପ୍ରହାର ଭିତରେ ମୋଦି ବି ସ୍ପଷ୍ଟ କରିଛନ୍ତି, ଏକାଠି ଚାଲିପାରିବନି ଟେରର, ଟକ୍ ଓ ଟ୍ରେଡ୍ । ଏକାଠି ବହିପାରିବନି ରକ୍ତ ଓ ପାଣି । ଏଭଳି ସ୍ଥିତିରେ ପାକିସ୍ତାନ ପାଖରେ ଏବେ କେବଳ ଗୋଟିଏ ରାସ୍ତା, ଆତଙ୍କବାଦୀଙ୍କ ମୂଳକୁ ମାରିବ ନହେଲେ ନିଜେ ମରିବ ।
ଅଧିକ ପଢ଼ନ୍ତୁ: କୁନିଝିଅକୁ ସାଙ୍ଗରେ ଧରି ଡେଲିଭରୀ କରୁଥିଲେ ଏଜେଣ୍ଟ, ଆଉ ତା'ପରେ...
Baijayant flies indegenous helicopter: ଲଢୁଆ ହେଲିକପ୍ଟରରେ ଉଡାଣ ଭରିଲେ ବୈଜୟନ୍ତ

Single Father Delivery Person: କୁନିଝିଅକୁ ସାଙ୍ଗରେ ଧରି ଡେଲିଭରୀ କରୁଥିଲେ ଏଜେଣ୍ଟ, ଆଉ ତା'ପରେ...

India-Pakistan Relations Tense: ‘ପାକିସ୍ତାନକୁ ଗୁଳିର ଜବାବ, ଗୁଳିରେ ଦିଆଯିବ’

India's Response to Pakistan's Claims: ମିଛୁଆ ପାକିସ୍ତାନ ଗାଲରେ ଶକ୍ତ ଚାପୁଡ଼ା; ପାକ୍ ଗାଲୁ ଗପ ଉପରୁ ପରଦା ହଟାଇଲେ ଖୋଦ୍ ପ୍ରଧାନମନ୍ତ୍ରୀ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)