Advertisment

ଆଜି ମୋଦିଙ୍କ ମେଗା ରୋଡ୍ ଶୋ'; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା କରାଯାଇଛି। ଅପରାହ୍ଣ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯିବ।

author-image
Sonali Ojha
ଅଦ୍ୟତନ ହୋଇଛି
pm Modi to hold Roadshow in bhubaneswar

Modi Roadshow

ଆଜି ପୁଣି ଓଡ଼ିଶାଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାଜଧାନୀରେ ମେଗା ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ହେବ ବିଶାଳ ରାଲି। ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା। ପ୍ରଧାନମନ୍ତ୍ରୀ ଆଜି ରାତି ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜେପି ପାର୍ଟି ଅଫିସ ଠାରୁ ବାଣୀବିହାର ଯାଏଁ ରୋଡ ଶୋ କରି ପ୍ରଚାର କରିବେ। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି।

Advertisment

ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୋଲିସ ଯାଞ୍ଚ ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ SPG କମାଣ୍ଡୋ। ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପୁରା ରୋଡ୍ କଡରେ ଥିବା ପବ୍ଲିକ, ମିଡିଆ ଷ୍ଟେଜ୍, କନେକ୍ଟିଂ ରୋଡ୍, ଟ୍ରାଫିକ୍, ରାସ୍ତାର ଉଭୟ ପାଖରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ସବୁଠି ଟିକନିକ ଯାଞ୍ଚ କରିଛନ୍ତି SPG।

ଅଧିକ ପଢ଼ନ୍ତୁ: ଓଡ଼ିଶା ନିର୍ବାଚନ ୨୦୨୪: ଆପଣ ଜଣେ ଭୋଟର୍ କି ? ଜାଣନ୍ତୁ କେବେ ଦେବେ ଭୋଟ୍...

Advertisment

ପ୍ରଧାନମନ୍ତ୍ରୀଙ୍କ ଏହି ଅଢେଇ କିଲୋମିଟରର ରୋଡ୍ ଶୋ ଭିତରେ ଝଲସିବ ଓଡିଶା କଳା ଓ ସଂସ୍କୃତି। କୋଣାର୍କ ଚକ୍ର ଓ ଖଣ୍ଡିଗିରି ଐତିହ୍ୟ ପରି ଓଡିଶା କଳା ପରମ୍ପରାରେ ୧୦ ଆଇକନ ୧୦ଟି ସ୍ଥାନରେ ସ୍ଥାନିତ ହେବ। ସ୍ଥାନେ ସ୍ଥାନେ ଓଡ଼ିଶାର ବିଭିନ୍ନ ଲୋକକଳା ମାଧ୍ୟମରେ ମୋଦିଙ୍କୁ ସ୍ୱାଗତ କରାଯିବ। ରୋଡ ଶୋ ପରେ ରାଜଭବନରେ ରାତ୍ରୀ ରହଣି କରି ଆସନ୍ତାକାଲି ୩ଟି ସ୍ଥାନରେ ସମାବେଶ କରିବେ ପିଏମ ମୋଦି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା କରାଯାଇଛି। ଅପରାହ୍ଣ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯିବ। ଜନପଥକୁ ସଂଯୋଗ କରୁଥିବା ସବୁ ଗଳିରୁ ଗାଡ଼ି ରାସ୍ତାକୁ ଛଡ଼ାଯିବ ନାହିଁ। ରୋଡ୍ ଶୋ ବେଳେ ରାମ ମନ୍ଦିରରୁ ବାଣୀ ବିହାରକୁ ନୋ ଫ୍ଲାଏ ଜୋନ୍ କରାଯିବ। ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ବାର୍ଡ ମୁତୟନ ରହିବେ। ୫ ଜଣ ଡିସିପି, ୧୦ ଜଣ ଅତିରିକ୍ତ ଡିସିପି, ୨୭ ଏସିପି, ୪୧ ଆଇଆଇସି, ୫୫ ପ୍ଲାଟୁନ ଫୋର୍ସ ସହ ୩ ଆଣ୍ଟି ଟେରର ଫୋର୍ସ ବି ମୁତୟନ ରହିବେ।

ଅଧିକ ପଢ଼ନ୍ତୁ: ବିଜେପି ଫୋକସ୍‌ରେ ଓଡ଼ିଶା; ଆସୁଛନ୍ତି ରାଜନାଥ-ଭୂପେନ୍ଦ୍ର

BJP PM Narendra Modi Odisha Politics General Election 2024
Advertisment
Advertisment