Advertisment

BJPର ହାଇଭୋଲଟେଜ୍‌ ପ୍ରଚାର: ମୋଦି-ଶାହ-ରାଜନାଥଙ୍କ ଗର୍ଜନରେ କମ୍ପୁଛି ରାଜ୍ୟ..ଥରହର ବିରୋଧୀ ଶିବିର

ବିଜେପି ହେଭିୱେଟ୍‌ଙ୍କ ପ୍ରଚାରରେ କମ୍ପୁଛି ମୈଦାନ୍। ଗୋଟିଏ ଦିନରେ ଦୁଇ ଷ୍ଟାର କ୍ୟାଂପେନରଙ୍କ ମାରାଥନ୍ ପ୍ରଚାର।

author-image
Manoranjan Behera
undefined

BJP

ବିଜେପିର ଷ୍ଟାର କ୍ୟାମ୍ପେନରଙ୍କ କ୍ୟାମ୍ପେନିଂରେ ସରଗରମ ରାଜ୍ୟ ପ୍ରଚାର ମୈଦାନ୍। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା କଳାହାଣ୍ଡି ଓ ନବରଙ୍ଗପୁରରେ ଆଜି ଦଳର ଦୁଇ ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଛତିଶଗଡ଼ ସିଏମ୍ ବିଷ୍ଣୁଦେଓ ସାଏ ମାରାଥନ ପ୍ରଚାର କରି ଦଳ ପାଇଁ ଭୋଟ୍ ମାଗିଛନ୍ତି। କଂଗ୍ରେସ ଓ ରାଜ୍ୟ ସରକାରଙ୍କ ଉପରେ ଧୁମ୍ ବର୍ଷିଛନ୍ତି। ହେଲେ ଏନେଇ କଂଗ୍ରେସ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

Advertisment

ବିଜେପି ହେଭିୱେଟ୍‌ଙ୍କ ପ୍ରଚାରରେ କମ୍ପୁଛି ମୈଦାନ୍। ଗୋଟିଏ ଦିନରେ ଦୁଇ ଷ୍ଟାର କ୍ୟାଂପେନରଙ୍କ ମାରାଥନ୍ ପ୍ରଚାର। ଭବାନୀପାଟଣା ଓ ରାୟଗଡ଼ାରେ ରାଜନାଥ ନବରଙ୍ଗପୁରରେ ବିଷ୍ଣୁଦେଓଙ୍କ ରଣହୁଙ୍କାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାରକୁ ମଝିରେ ଆଉ ମାତ୍ର ୩ ଦିନ ଥିଲା ବେଳେ ଆଜି ଭବାନୀପାଟଣାର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଓ ରାୟଗଡ଼ାର ବରିଝୋଲରେ ଦୁଇ ଦୁଇଟି ନିର୍ବାଚନୀ ସଭା କରି ଉଭୟ କଂଗ୍ରେସ୍ ଓ ବିଜେଡି ଉପରେ ବର୍ଷିଛନ୍ତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

ରାଜନାଥ କହିଛନ୍ତି, ୫୦ ବର୍ଷ କଂଗ୍ରେସ ସରକାର ଓ ୨୫ ବର୍ଷ ବିଜେଡି ସରକାର ଦେଖିଲେ। ହେଲେ ଏବେ ଓଡ଼ିଶାର ମାହୋଲ ବଦଳିଲା ଭଳି। ଓଡ଼ିଶାବାସୀ କହୁଛନ୍ତି ଏଠି ୨୧ରୁ ୨୧ ଲୋକସଭା ସିଟ୍ ବିଜେପି ଜିତିବ। ଏବେ ବିଜେଡି ସରକାରରେ ଯେଉଁ ସୁବିଧା ମିଳୁନି, ବିଜେପି ଆସିଲେ ତାହା ମିଳିବ। ଆୟୁଷ୍ମାନ ଯୋଜନାର ସୁଫଳ ପାଇବେ ଓଡ଼ିଶାବାସୀ। ସେହିପରି କଂଗ୍ରେସ ୫୦/୫୫ ବର୍ଷ କ୍ଷମତାରେ ରହିବା ସତ୍ତ୍ୱେ ଗରିବୀ ଦୂର ହେଲାନି, କିନ୍ତୁ ୧୦ ବର୍ଷରେ ମୋଦି ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି, ଆଗାମୀ ୧୦ରୁ ୧୫ ବର୍ଷରେ କେହି ଗରିବ ରହିବେନି କହିଛନ୍ତି ରାଜନାଥ।

Advertisment

ପଡ଼ୋଶୀ ଛତିଶଗଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ନିର୍ବାଚନୀ ସଭା। ବିଷ୍ଣୁଦେଓ ଆଜି ଗୋଟିଏ ଦିନରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ୨ଟି ସ୍ଥାନ କୋଟପାଡ୍ ଓ ଉମରକୋଟରେ ନିର୍ବାଚନୀ ସଭା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ହମଲା କରିଛନ୍ତି। ବିଜେଡି ଆଦିବାସୀଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ଦେଖୁଛି। କିନ୍ତୁ ସେମାନଙ୍କ ବିକାଶ ପାଇଁ କାମ କରୁନି, ବହୁ କେନ୍ଦ୍ରୀୟ ଯୋଜନା ଏଠାରେ ଲାଗୁ ହେଉନି। ଡବଲ୍ ଇଂଜିନ ହେଲେ ଆଉ ସେଭଳି ସମସ୍ୟା ରହିବନି ବୋଲି ପ୍ରତିଶ୍ରୁତି ଦେବା ସହ ରାଜ୍ୟରେ ଏଥର ବିଜେପି ନିଶ୍ଚିତ ସରକାର ଗଢ଼ିବ ବୋଲି ଦୃଢୋକ୍ତି କରିଛନ୍ତି ବିଷ୍ଣୁଦେଓ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ମଧ୍ୟ ନବରଙ୍ଗପୁରରେ ଏକାଧିକ ସ୍ଥାନରେ ନିର୍ବାଚନୀ ପ୍ରଚାର କରିବାକୁ ଥିବା ବେଳେ କ୍ୟାମ୍ପେନ୍ ପାଇଁ କାଲି ଓଡ଼ିଶା ଆସୁଛନ୍ତି ବିଜେପିର ଆଉ ଦୁଇ ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ଆସାମ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଗଡ଼କରୀ ପୁରୀ ଗସ୍ତରେ ଯାଇ କୃଷ୍ଣପ୍ରସାଦରେ ବିରାଟର ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ବିଶ୍ୱ ଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ପ୍ରଚାର କରିବେ। ଏହାପରେ ୧୦ ତାରିଖରେ ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭୋଟ୍ ଗ୍ରହଣ ତାରିଖ ଯେତିକି ପାଖୋଉଛି ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ପ୍ରଚାର ତାତିକୁ ସରଗରମ କରିଛି।

BJP Odisha Politics General Elections 2024
Advertisment
Advertisment