Advertisment

ଗଂଜାମରୁ ଆରମ୍ଭ ଶେଷ କେଉଁଠି ? ପ୍ରଶ୍ନ ବାଣରେ BJDକୁ ଘାଇଲା କଲେ ମୋଦି

ଫେବ୍ରୁଆରୀ ୨୨ରେ ରାଜନାଥଙ୍କ ଡବଲ ଇଂଜିନ ସରକାର ଗଠନର ଦମ୍ଭୋକ୍ତି। ଗତ ୨୮ରେ ବିଜେଡି ସରକାରକୁ ଜେ.ପି. ନଡ୍ଡାଙ୍କ ସିଧା ନିଶାନା। ଆଉ ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାରେ ସରକାର ବଦଳାଇବାର ହୁଙ୍କାର। ବ୍ରହ୍ମପୁର ମାଟିରୁ ତିନି ତିନି ଜଣ ବିଜେପି ହେଭିୱେଟ୍‌ଙ୍କ ଆକ୍ରମଣାତ୍ମକ ନିର୍ବାଚନୀ ସଭାକୁ ନେଇ ଚର୍ଚ୍ଚା।

author-image
Manoranjan Behera
undefined

BJP

ବିଜେପି ଫୋକସରେ ଗଂଜାମ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାରୁ ଏଠାକୁ ଘନ ଘନ ପ୍ରଚାରରେ ଆସୁଛନ୍ତି ଭାରତୀୟ ଜନତା ପାର୍ଟିର ତୁଙ୍ଗ ନେତୃତ୍ୱ। ଆଜି ପ୍ରଧାନମନ୍ତ୍ରୀ ମୋଦି, ଏହା ପୂର୍ବରୁ ରାଜନାଥ ଓ ନଡ୍ଡା ବ୍ରହ୍ମପୁରରେ ନିର୍ବାଚନୀ ସଭା କରି ଏଇଠୁ ସରକାର ବଦଳାଇବାର ଆହ୍ୱାନ ଦେଇଛନ୍ତି। ୨୦୧୯ ନିର୍ବାଚନରେ ଗଂଜାମ ଜିଲ୍ଲାର ବ୍ରହ୍ମପୁର ଲୋକସଭା ଆସନ ସହ ଅନେକ ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀ ଭଲ ଫାଇଟ୍ ଦେଇ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ଏଥର ଗଞ୍ଜାମରେ ବିଜେଡି ଗଡ଼ ଧ୍ୱଂସ ଲକ୍ଷ୍ୟରେ ରହିଛି ପଦ୍ମ ଦଳ।

Advertisment

ଫେବ୍ରୁଆରୀ ୨୨ରେ ରାଜନାଥଙ୍କ ଡବଲ ଇଂଜିନ ସରକାର ଗଠନର ଦମ୍ଭୋକ୍ତି। ଗତ ୨୮ରେ ବିଜେଡି ସରକାରକୁ ଜେ.ପି. ନଡ୍ଡାଙ୍କ ସିଧା ନିଶାନା। ଆଉ ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାରେ ସରକାର ବଦଳାଇବାର ହୁଙ୍କାର। ବ୍ରହ୍ମପୁର ମାଟିରୁ ତିନି ତିନି ଜଣ ବିଜେପି ହେଭିୱେଟ୍‌ଙ୍କ ଆକ୍ରମଣାତ୍ମକ ନିର୍ବାଚନୀ ସଭାକୁ ନେଇ ଚର୍ଚ୍ଚା। କାହିଁକି ୨୪ ନିର୍ବାଚନ ମହାସମରରେ ଘନ ଘନ ଗଂଜାମ ଗସ୍ତରେ ଆସୁଛନ୍ତି ବିଜେପିର ଶୀର୍ଷ ନେତୃବୃନ୍ଦ? ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ରରେ ଏଥର ବିଜୟ ବାନା ଉଡ଼ାଇବାକୁ ପଣ କରିଛି କି ପଦ୍ମ ଦଳ ?

ଯେହେତୁ ହିଞ୍ଜିଳି ବିଧାନସଭା ଆସନ ଗଂଜାମ ଜିଲ୍ଲାରେ ଆସୁଛି ଓ ମୁଖ୍ୟମନ୍ତ୍ରୀ ସେଠୁ ଲଢୁଛନ୍ତି। ତେଣୁ ସେଇ ଜିଲ୍ଲାରୁ ପ୍ରଥମେ ଦଳୀୟ ନେତା ଓ କର୍ମୀଙ୍କୁ ସରକାର ବଦଳାଇବାର ମନ୍ତ୍ର ଦେଉଛି କି ବିଜେପି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରହ୍ମପୁର ସଭାରେ ବିଜେଡି ସରକାରକୁ ସିଧା ନିଶାନା କରିଥିଲେ। ମୋଦି କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରୁ ସର୍ବାଧିକ ଶ୍ରମିକ ଦାଦନ ଯାଉଛନ୍ତି। ଏଠି ମେଡିକାଲରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡୁଛନ୍ତି। ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ କି ପିଇବା ପାଣି ନାହିଁ। ପ୍ରଧାନମନ୍ତ୍ରୀଙ୍କ ଏଭଳି ଶାଣିତ ଭାଷଣ ପରେ ବେଶ୍ ଉତ୍ସାହିତ ହୋଇଛନ୍ତି ଗଂଜାମ ଜିଲ୍ଲା ଭୋଟ୍ ମଇଦାନରେ ଥିବା ବିଜେପିର ଲୋକସଭା ଓ ବିଧାନସଭା ଯୋଦ୍ଧା।

Advertisment

କାହିଁକି ଗଂଜାମ ଜିଲ୍ଲାକୁ ବିଜେପିର ଏତେ ଫୋକସ୍ ? ପ୍ରଥମତଃ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ବିଜେଡି ଗଡ଼କୁ ଧୂଳିସାତ୍ କରାଇବା ଓ ଦ୍ୱିତୀୟରେ ୧୯ ନିର୍ବାଚନରେ ବଢ଼ିଥିବା ଭୋଟ୍ ପ୍ରତିଶତକୁ ଆହୁରି ବଢ଼ାଇ ବିଜେପିକୁ ବିଜୟ ଟିକା ପିନ୍ଧାଇବା ଭାରତୀୟ ଜନତା ପାର୍ଟିର ବଡ଼ ଟାର୍ଗେଟ୍। ୧୯ ନିର୍ବାଚନ ତଥ୍ୟକୁ ଦେଖିଲେ, ବ୍ରହ୍ମପୁର ଲୋକସଭା ଆସନରେ ବିଜେଡିକୁ ଭଲ ଫାଇଟ୍ ଦେଇଥିଲା ବିଜେପି। ଉଭୟ ଦଳ ମଧ୍ୟରେ ଥିଲା ମାତ୍ର ୯ ପ୍ରତିଶତ ଭୋଟ୍ ଅନ୍ତର।

ସେହିପରି ଏହି ଲୋକସଭା ଅନ୍ତର୍ଗତ କେବଳ ପାରଳାଖେମୁଣ୍ଡି ଆସନରେ ଯଦିଓ ପଦ୍ମ ଫୁଟିଥିଲା, ତେବେ ଜିଲ୍ଲାର ଗୋପାଳପୁର, ଭଞ୍ଜନଗର, ପୋଲସରା ଓ ସୋରଡ଼ାରେ ଦଳର ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏସବୁ ଆସନରେ ବିଜେପି ପ୍ରାର୍ଥୀମାନେ ମାତ୍ର ୨ରୁ ୧୩ ହଜାର ଭୋଟ୍ ବ୍ୟବଧାନରେ ହାରିଥିଲେ। ସାନଖେମୁଣ୍ଡି ଓ ମୋହନା ଆସନ କଂଗ୍ରେସ ପକେଟ୍‌କୁ ଚାଲିଯାଇଥିଲା। ହେଲେ ଏଥରର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। କଳେ ବଳେ କୌଶଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ଏଥର ବିଜେପିକୁ ଜିତାଇବାକୁ ଦଳ କରିଛି ବଡ଼ କ୍ୟାଂପେନ୍ ଷ୍ଟ୍ରାଟେଜି।

ଯେହେତୁ ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର, ତେଣୁ ଏଇଠୁ ଦିଆଯାଉଥିବା ହୁଙ୍କାର ୪ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟକୁ ଶୁଭିବ ବୋଲି ଭଲ କରି ଅନୁଭବ କରିଛି ବିଜେପି।

PM Modi BJP Rajnath Singh JP Nadda Odisha Politics General Elections 2024
Advertisment
Advertisment