Advertisment

ମୋଦିଙ୍କ ବିଶାଳ ରୋଡ୍‌ ସୋ’, ଜନପଥରେ ଜନ ସମୁଦ୍ର ! ଦେଖନ୍ତୁ ଭିଡିଓ...

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ରୋଡ୍‌ ସୋ’ରେ ସାମିଲ୍‌ ହୋଇଛନ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

MODI ROAD SHOW IN BHUBANESWAR

ଅପେକ୍ଷାର ଅନ୍ତ ଘଟିଲା। ଭୁବନେଶ୍ୱରରେ ପହଞ୍ଚି ରୋଡ୍‌ ସୋ’ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱର ଦେଖିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ସୋ। ରାଜ୍ୟ ବିଜେପି ଅଫିସରୁ ବାଣୀବିହାର ଛକ ଯାଏଁ ବିଶାଳ ରୋଡ୍ ସୋ କରିଛନ୍ତି ମୋଦି। ଫୁଲରେ ସୁସଜ୍ଜିତ କାରରେ ମୋଦି ଛିଡ଼ା ହୋଇ କରିଛନ୍ତି ରୋଡ୍‌ ସୋ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ବାହାରିଥିଲେ ମୋଦି।

Advertisment

ମିଶନ ଭୁବନେଶ୍ୱର ସାଙ୍ଗକୁ ମିଶନ ଓଡ଼ିଶା ଲକ୍ଷ୍ୟରେ ଏହି ବିଶାଳ ରୋଡ୍ ସୋ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ରେ ସାମିଲ ହୋଇଛନ୍ତି ବିଜେପିର ପ୍ରାୟ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା। ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାରୁ କଡ଼ା ସୁରକ୍ଷା ବଳୟରେ ଆସି ରାଜ୍ୟ ବିଜେପି ଅଫିସରୁ ବାଣୀବିହାର ଛକ ଅଢ଼େଇ କିଲୋମିଟର ଯାଏଁ କରାଯାଇଛି ରୋଡ୍ ସୋ । ରାସ୍ତାରେ ଦୁଇ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ହଜାର ହଜାର ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ମୋଦି। 

ଏହି ରୋଡ୍‌ ସୋ’ରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପିର ୨ ବରିଷ୍ଠ ନେତା ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରୋଡ୍‌ ସୋ’ ରେ ସାମିଲ୍‌ ହୋଇଛନ୍ତି।

Advertisment

ମୋଦିଙ୍କ ରୋଡ୍‌ ସୋ’ ପାଇଁ ରାସ୍ତାର ଦୁଇ ପାର୍ଶ୍ୱ ଝଲସୁଛି ଓଡ଼ିଶାର କଳା ଓ ସଂସ୍କୃତି । ରାମ ମନ୍ଦିରଠାରୁ ବାଣୀବିହାର ମଧ୍ୟରେ ୧୦ଟି ସ୍ଥାନରେ ୧୦ଟି ଆଇକନ୍ ସ୍ଥାପନ କରାଯାଇଛି। ବିଜେପି ଅଫିସ୍‌ ପରିସରରେ ହୁଳହୁଳି ଓ ଝାଞ୍ଜ ମୃଦଙ୍ଗ ସହ ସାହିଯାତ ପରମ୍ପରା ଦେଖିବାକୁ ମିଳିଛି। ତା’ ସହ କୋଣାର୍କ ସୂର୍ଯ୍ୟମନ୍ଦିରର ଚକ ଓ ଶ୍ରୀଜୀଉଙ୍କ ରଥର ଉପରପାର୍ଶ୍ୱକୁ ନେଇ ତିଆରି ହୋଇଛି ବିରାଟ୍ ଷ୍ଟେଜ୍ ବ୍ୟାକଡ୍ରପ୍। ରାମମନ୍ଦିର ପରିସରରେ ୨୦ ଜଣ ପୂଜକଙ୍କ ଦ୍ୱାରା ଦୀପ ପ୍ରଜ୍ଜଳନ ସହ ଆଳତୀ ଦୃଶ୍ୟ ବେଶ୍ ମନ୍ତ୍ରମୁଗ୍ଧ କରୁଥିବା ବେଳେ ରାମମନ୍ଦିରର ଡାହାଣ କଡ଼ରେ ରାମଲାଲାଙ୍କ ବିରାଟ୍ କଟଆଉଟ୍ ଦେଖିବାକୁ ମିଳିଛି।

ସେହିପରି ବାନରସେନାଙ୍କ ଦ୍ୱାରା ଜୟଶ୍ରୀ ରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ। ମହର୍ଷି କଲେଜ ଛକରେ ବିଭିନ୍ନ ଦେଶର ଜାତୀୟ ପତାକା ସହ ମୋଦିଙ୍କୁ ବିଶ୍ୱଗୁରୁ ଦର୍ଶାଇ ନିର୍ମାଣ କରାଯାଇଛି ଏକ ବଡ଼ ପ୍ରତିକୃତୀ। ହୋଟେଲ୍ ଲାଇଫ୍ ପାଖରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଥିମରେ ଏକ ମଞ୍ଚ ତିଆରି କରାଯାଇଛି। ଯେଉଁଠି କାଶ୍ମିରୀ ଗ୍ରୁପ୍ ପରିବେଷଣ କରିଛି ଆକର୍ଷଣୀୟ ନୃତ୍ୟ ସଂଗୀତ।

Narendra Modi BJD BJP Congress Odisha Politics General Election 2024
Advertisment
Advertisment