Advertisment

ସାଇକେଲରୁ ଆରମ୍ଭ ହୋଇଥିଲା ସାହାରା ଯାତ୍ରା,ସୁବ୍ରତ ରାୟଙ୍କ ଜୀବନ ଯେତେ ସଫଳ ସେତେ ବିବାଦୀୟ

ଦିନ ଥିଲା ସାହାରା ବନିଯାଇଥିଲା ଦେଶର ସବୁଠୁ ବଡ଼ କମ୍ପାନୀ... ଭାରତୀୟ ରେଲୱେ ପରେ ସବୁଠୁ ଅଧିକ ନିଯୁକ୍ତି ଦେଉଥିଲା ସାହାରା.. କ୍ରୀଡ଼ାଠୁ ଫିଲ୍ମ, ଏୟାରଲାଇନ୍ସରୁ ବୀମା ସବୁ ସେକ୍ଟରରେ ଥିଲା ସାହାରାର ଦବଦବା..

author-image
Prangyan Parimita
ଅଦ୍ୟତନ ହୋଇଛି
Subrata Roy

Subrata Roy

ସାଇକେଲରୁ ଆରମ୍ଭ ହୋଇଥିଲା ସାହାରାର ଯାତ୍ରା । ୧୦ ଜୁନ୍ ୧୯୪୮ରେ ବିହାର ଆରାରିଆରେ ଜନ୍ମ ହୋଇଥିବା ସୁବ୍ରତ ଉତ୍ତରପ୍ରଦେଶ ଗୋରଖପୁରରୁ ଆରମ୍ଭ କରିଥିଲେ ନିଜ ଚିଟଫଣ୍ଡ ସଂସ୍ଥାର ପରିକଳ୍ପନା । ସାଇକେଲରେ ବୁଲି ବୁଲି ଲୋକଙ୍କ ପାଖରୁ ଟଙ୍କା ଆଦାୟ କରିବା ଓ ତାକୁ ନିବେଶ କରି ଡବଲ୍ କରିବାର ସ୍ୱପ୍ନ ଦେଖାଇଥିଲେ ଆଉ ପୂରଣ ବି କରିଥିଲେ । ଶ୍ରମିକଙ୍କଠୁ ମାତ୍ର ଦୁଇ ଟଙ୍କା କରି ଆଦାୟ କରୁଥିବା କମ୍ପାନି ଦିନେ ଦେଶର ସବୁଠୁ ବଡ଼ ଘରୋଇ କମ୍ପାନୀ ପାଲଟି ଯାଇଥିଲା । ରେଲୱେ ପରେ ସବୁଠୁ ଅଧିକ ନିଯୁକ୍ତି ସାହାରା ଦେଇଥିଲା ।

Advertisment

ଚିଟଫଣ୍ଡରୁ ବୀମା, କ୍ରୀଡ଼ା, ଏୟାରଲାଇନସ୍, ହୋଟେଲ, ବିୟୁଟି ପ୍ରଡକ୍ଟ, ଗଣମାଧ୍ୟମ ସଂସ୍ଥା, କହିବାକୁ ଗଲେ ସବୁ କିଛିରେ ଦବଦବା  ଥିଲା ସାହାରାର । ସାହାରାର କର୍ମଚାରୀଙ୍କ ପାଇଁ ଥିଲା ସ୍ୱତନ୍ତ୍ର ୟୁନିଫର୍ମ, ଆଉ ସେମାନେ ସୁବ୍ରତଙ୍କୁ ‘ସାହରା ଶ୍ରୀ’ ଭାବେ ସମ୍ବୋଧନ କରୁଥିଲେ ।...ବଡ଼ ରାଜନେତା, କ୍ରୀଡ଼ାବିତ, ଫିଲ୍ମ ଷ୍ଟାରଙ୍କ ସହ ଥିଲା ସୁବ୍ରତଙ୍କ ଅତି ଘନିଷ୍ଠତା ।

୨୦୧୨ରୁ ସୁବ୍ରତ ରାୟଙ୍କ ଖରାପ ସମୟ ଆରମ୍ଭ ହୋଇଥିଲା । ବେଆଇନ ଅର୍ଥ କାରବାର, ଲୋକଙ୍କ ଟଙ୍କା ଠକିଥିବା ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା SEBI । ଏପରିକି SEBI ତଦନ୍ତ ବେଳେ ୧୨୮ଟି ଟ୍ରକରେ ଭର୍ତ୍ତି ଡକ୍ୟୁମେଣ୍ଟ ଆଣି ଚର୍ଚ୍ଚାକୁ ଆସିଥିଲେ ସୁବ୍ରତ ରାୟ । ଆଇନ ଜାଲରେ ଛନ୍ଦି ହେବା ପରେ ସାହାରାର ପ୍ରାୟ ସବୁ ବ୍ୟବସାୟ ବନ୍ଦ ହୋଇଥିଲା । ସୁବ୍ରତ ରାୟ ଲୋକଙ୍କ ଟଙ୍କା ଠକିଥିବା ଅଭିଯୋଗ ପରେ ଗିରଫ ହୋଇ ତିହାର ଜେଲ ବି ଯାଇଥିଲେ ।

Advertisment

ସାହାରା ଚିଟଫଣ୍ଡର ପଇସା ଫେରି ପାଇବା ପାଇଁ କେନ୍ଦ୍ର ସରକାର କିଛି ମାସ ତଳେ ରିଫଣ୍ଡ୍ ୱେବସାଇଟ୍ ଆରମ୍ଭ କରିଥିଲେ ।...ଏବେ ତାଙ୍କ ଦେହାନ୍ତ ପରେ ଏପ୍ରକ୍ରିୟା କିପରି ପରିଚାଳନା ହେବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।...

Advertisment
Advertisment