Advertisment

କଳାକାର କଳିର ସମାଧାନ ପାଇଁ ଅପିଲ୍, ବିବାଦ ନ ବଢ଼ାଇବାକୁ ନିବେଦନ କଲେ ବାବୁସାନ୍

ମନୋଜ ବାବୁଙ୍କୁ ଯଦି ବ୍ୟକ୍ତିଗତ ଭାବେ ଆଘାତ ଦେଇଛି ତ ମୁଁ ନିଜେ କ୍ଷମା ମାଗୁଛି । ମୁଁ ନିଜେ ସମ୍ବଲପୁରୀଆ ଓ ମୋ ମା’ ବି ସମ୍ବଲପୁରୀଆ । ସମ୍ବଲପୁର ଆମ ଭିତରେ ଅଛି, ସବୁ ଓଡିଆଙ୍କ ଭିତରେ ଅଛି ।

author-image
Santosh Kumar Sahoo
Babushaan

Babushaan

ଓଲିଉଡ୍ କଳାକାର କଳିର ସମାଧାନ ପାଇଁ ଅପିଲ୍ କଲେ ଅଭିନେତା ବାବୁସାନ୍ । ଯାହା ଘଟିଛି ତାହା ଆଗକୁ ବଢ଼ା ନଯାଉ। ମନୋଜ ମିଶ୍ରଙ୍କୁ ଦାଦା ବୋଲି ସମ୍ବୋଧନ କରି ଅପିଲ୍ କରିଛନ୍ତି ବାବୁସାନ୍। ସେ କହିଛନ୍ତି, ବିବାଦକୁ ଆଗକୁ ନ ବଢାଇ, ଏହାକୁ ବ୍ୟକ୍ତିଗତ ସ୍ତରରେ ଆଲୋଚନା କରି ସମାଧାନ କରନ୍ତୁା ସୋସିଆଲ ମିଡିଆରେ ଯାହା ଦେଖିଲି ମୋତେ ବହୁତ ଖରାପ ଲାଗିଲା।

Advertisment

ମନୋଜ ବାବୁଙ୍କୁ ଯଦି ବ୍ୟକ୍ତିଗତ ଭାବେ ଆଘାତ ଦେଇଛି ତ ମୁଁ ନିଜେ କ୍ଷମା ମାଗୁଛି । ମୁଁ ନିଜେ ସମ୍ବଲପୁରୀଆ ଓ ମୋ ମା’ ବି ସମ୍ବଲପୁରୀଆ । ସମ୍ବଲପୁର ଆମ ଭିତରେ ଅଛି, ସବୁ ଓଡିଆଙ୍କ ଭିତରେ ଅଛି । ଯାହା ଘଟିଛି ତାକୁ ଆଉ ଆଗକୁ ଆଉ ବଢାନଯାଉ। ଏସବୁ ଓଡ଼ିଶା ସିନେମା ଜଗତ ପାଇଁ ଆଦୌ ଭଲ ନୁହେଁ ବୋଲି ସେ କହିଛନ୍ତିା ସୂଚନା ଅନୁସାରେ ଅରିନ୍ଦମ, ଅନୁଭବ ଏବଂ ମନୋଜ ମିଶ୍ରଙ୍କୁ ନେଇ ଏବେ ଓଡ଼ିଆ ସିନେମା ଜଗତ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତିା ସମ୍ବଲପୁରରେ ରାମ୍ ଫିଲ୍ମର ବୟକଟ୍ ପ୍ରସଙ୍ଗକୁ ନେଇ ତେଜିଥିଲା ବିବାଦ।

Odisha Manoj Mishra Babushaan Mohanty
Advertisment
Advertisment