Advertisment

Neha Byadwal Success Story: ତରୁଣୀ IAS ଅଫିସରଙ୍କ ପ୍ରେରଣାଦାୟୀ ଜୀବନ କାହାଣୀ, IAS ହେବାକୁ ଛାଡ଼ି ଦେଇଥିଲେ ଏହିସବୁ ଜିନିଷ

ଆଇଏଏସ୍ ହେବାର ଜିଦ୍ ତାଙ୍କୁ ଏମିତି ଘାରିଥିଲା ଯେ, ସେ ଯେତେବେଳେ ନିଜ ନିଷ୍ପତ୍ତି ଘରେ ଶୁଣାଇଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ୨୪ ବର୍ଷର ଏହି ସୁନ୍ଦରୀ ଝିଅଟି ଆହୁରି ଅନେକ ଅପ୍ରୀତିକର ନିଷ୍ପତ୍ତି ନେଇଥିଲା, ଯାହା ଆଜିର ପଥଭ୍ରଷ୍ଟ ଯୁବକ ଯୁବତୀ ଜାଣିବା ଦରକାର। ଆସନ୍ତୁ ପଢ଼ିବା ତରୁଣ ଲେଡି ଆଇଏଏସ୍ ଅଫିସର ନେହା ବଦବୱାଲଙ୍କ କୌତୁହଳପୂର୍ଣ୍ଣ ସଂଘର୍ଷମୟ କାହାଣୀ।

author-image
Amaresh Biswal
ଅଦ୍ୟତନ ହୋଇଛି
Neha Byadwal

Neha Byadwal

୨୪ ବର୍ଷୀୟା ତରୁଣୀ ନେହା ଯେତେବେଳେ ବାରମ୍ବାର ସିଭିଲ୍ ସର୍ଭିସ୍ ପରୀକ୍ଷାରେ ବିଫଳ ହେଲେ, ସେତେବେଳେ ସେ ନେଇଥିଲେ ନିଜ ଜୀବନର ସବୁଠାରୁ କଠିନ ତଥା ଅସମ୍ଭବ ଲାଗୁଥିବା ନିଷ୍ପତ୍ତି। ଆଜିର ଯୁବପୀଢ଼ି ଯେତେବେଳେ ଦିନର ସବୁଠାରୁ ଅଧିକାଂଶ ସମୟ ସୋସିଆଲ୍ ମିଡିଆରେ କଟାଉଛନ୍ତି, ସେତେବେଳେ ନେହା ଗୋଟେ ନୂଆ ବାଟରେ ଯିବାକୁ ନିଷ୍ପତ୍ତି ନେଇଥିଲେ। ଏମିତିକି ସେ ଆଇଏଏସ୍ ହେବାର ଜିଦରେ ଭଲ ଦରମାର ଏକାଧିକ ଭଲ ଚାକିରି ମଧ୍ୟ ଛାଡ଼ି ଦେଇଥିଲେ।

Advertisment

ରାଜସ୍ଥାନର ଜୟପୁରରେ ଜନ୍ମ ହୋଇଥିବା ଲେଡି ଆଇଏଏସ୍ ଅଫିସର ନେହା ବଦୱାଲଙ୍କ ପିଲାବେଳ ଓ କୈଶୋର କଟିଛି ଛତିଶଗଡ଼ରେ। କାରଣ ସେଠି ଥିଲା ବାପାଙ୍କର ଚାକିରି। ତାଙ୍କ ବାପା ଥିଲେ ଜଣେ ବରିଷ୍ଠ ଇନକମ୍ ଟ୍ୟାକ୍ସ ଅଫିସର। ନେହାଙ୍କ କ୍ୟାରିୟର ପାଇଁ ସମସ୍ୟା ଥିଲା ବାପାଙ୍କର ଚାକିରିରେ ବଦଳି। ବାପାଙ୍କର ଯୁଆଡ଼େ ବଦଳି ହେଲା, ପରିବାର ସହିତ ନେହା ସିଆଡ଼େ ଯାଉଥିଲେ, ସେଠି ପଢୁଥିଲେ, ସେଠି ବଢୁଥିଲେ।

ଏହି କାରଣରୁ ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା ଆଉ ସେ ସେମିତି କିଛି ଗୋଟେ ଆକର୍ଷଣୀୟ ଏକାଡେମିକ୍ କ୍ୟାରିୟରର ଅଧିକାରିଣୀ ହୋଇପାରି ନଥିଲେ। ସେ ଛତିଶଗଡ଼ର କୋରବାସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ (ଡିପିଏସ୍), ବିଳାସପୁର ଡିପିଏସ୍ ଏବଂ ପରେ ରାୟପୁରସ୍ଥିତ ଡିବି ଗାର୍ଲସ କଲେଜରୁ ୟୁନିଭର୍ସିଟି ଟପର୍ ହୋଇଥିଲେ।

Advertisment
Neha Byadwal Neha Byadwal

ଅଧିକ ପଢନ୍ତୁ: ଓଡ଼ିଆ ଝିଅଙ୍କ ସଂଘର୍ଷମୟ କାହାଣୀ; ରାଜ୍ୟରେ ସବୁଠୁ କମ୍ ବୟସରେ ପାଇଥିଲେ IAS...

ନେହାଙ୍କ କ୍ୟାରିୟର ଏପଟ ସେପଟ ହେବାର ମୁଖ୍ୟ କାରଣ ଥିଲା ବାପାଙ୍କ ଚାକିରି। କିନ୍ତୁ ସେଇ ବାପା ହିଁ ନେହାଙ୍କୁ ଦେଖାଇଥିଲେ ସଫଳତାର ବାଟ। ବାପା ହିଁ ତାଙ୍କୁ ପ୍ରଥମେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାକୁ ଉସୁକାଇଥିଲେ। ନେହାଙ୍କୁ ମଧ୍ୟ ବାପାଙ୍କ କଥା ଠିକ୍ ଲାଗିଥିଲା। କାରଣ ବାପା ତାଙ୍କ ପାଇଁ ଥିଲେ ରୋଲ୍ ମଡେଲ୍। ବାପା ଥିଲେ ଖୁବ୍ କର୍ମଠ ଓ ସ୍ୱପ୍ନବାଦୀ। ସେ ସମସ୍ୟାର ସମାଧାନ କରିବାରେ ମାଷ୍ଟର ଥିଲେ।

ବାପାଙ୍କ କଥା ମାନି ନେହା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ବସିଲେ ସତ, କିନ୍ତୁ ତାଙ୍କୁ କୌଣସି ବଡ଼ ସଫଳତା ମିଳିଲା ନାହିଁ। ତିନି ତିନିଥର ଆଇଏଏସ୍ ପରୀକ୍ଷାରେ ବିଫଳ ହେବାପରେ ସେ ଏକପ୍ରକାର ଭାଙ୍ଗି ପଡ଼ିଥିଲେ। ମନକୁ ଆସୁଥିଲା, ସେ ବୋଧେ କେବେବି ସିଭିଲ୍ ସର୍ଭାଣ୍ଟ ହୋଇପାରିବେ ନାହିଁ।

ବିଫଳ ହେଲା ଆମ ସମସ୍ତେ ଭାଙ୍ଗି ପଡ଼ନ୍ତି। କିନ୍ତୁ ଭୁଲ୍ ସେତେବେଳେ କରନ୍ତି ଯେତେବେଳେ ଆମେ ନିଜ ବିଫଳତାର ବିଶ୍ଳେଷଣ କରନ୍ତି ନାହିଁ। ନେହା କିନ୍ତୁ ନିଜ ବିଫଳତାର କାରଣ ଖୋଜି ପାଇଥିଲେ। ସେ ଜାଣିଲେ ଯେ, ମୋବାଇଲ୍ ଫୋନ୍ ଓ ସୋସିଆଲ୍ ମିଡିଆ ହିଁ ତାଙ୍କ ସମୟ ଖାଇଯାଉଛି। ସେଥିପାଇଁ ସେ ଏକ କଠୋର ନିଷ୍ପତ୍ତି ନେଲେ। ଆଗାମୀ ୩ ବର୍ଷ ପାଇଁ ସେ ସୋସିଆଲ୍ ମିଡିଆକୁ ସଂପୂର୍ଣ୍ଣ ବର୍ଜନ କରିବା ସହ ଫୋନ୍ ବ୍ୟବହାର ମଧ୍ୟ ବନ୍ଦ କରିଦେଲେ।

Neha Byadwal Neha Byadwal

କେବଳ ଏତିକି ନୁହେଁ, UPSC ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେ ଏକାଧିକଥର ଷ୍ଟାଫ୍ ସିଲେକ୍ସନ କମିଶନ (SSC) ପରୀକ୍ଷାରେ ମଧ୍ୟ ସଫଳତା ପାଇଥିଲେ। କିନ୍ତୁ ପ୍ରଶାସନିକ ଅଧିକାରୀ ହେବାର ନିଶା ତାଙ୍କ ପାଇଁ ଏକ ଜିଦ୍ ରେ ପରିଣତ ହୋଇଯାଇଥିଲା। ସେଥିପାଇଁ ସେ ଷ୍ଟାଫ୍ ସିଲେକ୍ସନ ଚାକିରି ମଧ୍ୟ ଛାଡ଼ି ଦେଇଥିଲେ। ଘର ଲୋକଙ୍କ ଅନୁରୋଧ ସତ୍ୱେ ସେ SSCରେ ଯୋଗଦେଇ ନଥିଲେ।

ଶେଷରେ ନେହାଙ୍କୁ ମିଳିଲା ତାଙ୍କ ନିଷ୍ଠାର ପ୍ରତିଫଳ। ଲକ୍ଷ୍ୟ ହାସଲ ପାଇଁ ସେ ଯେଉଁ ନିଷ୍ଠା ଓ ଜିଦ୍ ଦେଖାଇଥିଲେ ତାହାର ମୂଲ୍ୟ ତାଙ୍କୁ ପ୍ରାପ୍ତ ହେଲା। ବର୍ଷ ବର୍ଷର ଧ୍ୟାନ ପରେ ୨୦୨୧ ମସିହାରେ ନେହା UPSC CSEରେ ଅଲ୍ ଇଣ୍ଡିଆ ରାଙ୍କ୍ ୫୬୯ ସ୍ଥାନ ହାସଲ କରିଥିଲେ। ମାତ୍ର ୨୪ ବର୍ଷ ବୟସରେ ସେ ୯୬୦ ମାର୍କ ରଖି ନିଜର ସ୍ୱପ୍ନକୁ ପୂରଣ କରିଥିଲେ।

ଏବେ ନେହା କେବଳ ଜଣେ ଆଇଏଏସ୍ ଅଫିସର ନୁହଁନ୍ତି, ଅନେକ ସିଭିଲ୍ ସର୍ଭାଣ୍ଟ ପ୍ରତ୍ୟାଶୀଙ୍କ ପାଇଁ ସେ ଜଣେ ଉତ୍କୃଷ୍ଟ ପ୍ରେରଣା ପାଲଟି ଯାଇଛନ୍ତି। ସଫଳତା ପରେ ନିଜକୁ ପୁଣି ଫେରାଇ ଆଣିଥିଲେ ନେହା। ଏବେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୨୮ ହଜାର ଫଲୋଅର୍ ଅଛନ୍ତି। ଯେଉଁମାନଙ୍କୁ ସେ ନିୟମିତ ଦେଉଛନ୍ତି ସଫଳତାର ମନ୍ତ୍ର।

ଆଜିର ଯୁବପୀଢ଼ି ଯେତେବେଳେ ନିଜର ଅଧିକାଂଶ ସମୟ ସୋସିଆଲ୍ ମିଡିଆରେ ବରବାଦ କରୁଛନ୍ତି, ସେହି ସମୟରେ ଏଥିରୁ ନିଜକୁ ମୁକ୍ତ କରି ସଫଳତା ପାଇଥିବା ନେହା ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି।

ଅଧିକ ପଢନ୍ତୁ: Success Story: ମାତ୍ର ୨୩ ବର୍ଷରେ ବନିଥିଲେ IAS, ଏବେ ଲୋକଙ୍କ ଅଫିସର

UPSC Successful Woman IAS Officer Success Story
Advertisment
Advertisment