• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆନ୍ଧ୍ର ପ୍ରଦେଶ ବିଜୟନଗରମ୍‌ରେ ହୋଇଥିବା ରେଳ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୧୩ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି । ସେମାନଙ୍କ ମଧ୍ୟରୁ କେହି ଓଡ଼ିଶାର ନୁହନ୍ତି । ଅନ୍ୟ ୩ ମୃତକଙ୍କ ପରିଚୟ ମିଳିପାରିନି । 

ମୃତକଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଏସ୍‌ଏମ୍‌ଏସ୍ ରାଓ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡ ଏମ୍‌. ଶ୍ରୀନିବାସ ଅଛନ୍ତି । ଏନେଇ ବିଜୟନଗରମ ଜିଲ୍ଲା ପ୍ରଶାସନ ସୂଚନା ଜାରି କରିଛନ୍ତି । 

Andhra Pradesh Train AccidentAndhra Pradesh Train Accident

ସେହିପରି ମୋଟ୍ ୫୨ ଜଣ ଆହତ ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ । ୨୯ ଜଣ ଡିସ୍‌ଚାର୍ଜ ହୋଇଥିବା ବେଳେ ୨୩ ଜଣ ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଓ ୧୧ ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

ଏବେ ପ୍ରଶ୍ନ ଉଠୁଛି ଏତେ ବଡ଼ ଦୁର୍ଘଟଣା କେମିତି ହେଲା ? ସିଗ୍ନାଲ୍‌ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍‌ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ? ଏବେ ଏସବୁର କାରଣ ଖୋଜୁଛି ରେଲ୍‌ୱେ ।