Advertisment

Air India Pilot Found Dead In Mumbai; ଅସହ୍ୟ ହେଲା ପ୍ରେମିକର ନିର୍ଯାତନା; ଜୀବନ ହାରିଲେ ୨୫ ବର୍ଷୀୟ ପାଇଲଟ

ଅଧାରେ ରହିଗଲା ବଡ଼ ପାଇଲଟ୍‌ ହେବାର ସ୍ବପ୍ନ। ଯିଏ ଥିଲା ଜୀବନଠୁ ଅଧିକ ସେ ଦେଲା ପ୍ରତ୍ୟେକ ମୁହୂର୍ତ୍ତରେ କଷ୍ଟ। ଶେଷରେ ମନର ମଣିଷର ନିର୍ଯାତନା ଅସହ୍ୟ ହେବାରୁ ଜୀବନ ହାରିଲେ ଏୟାର ଇଣ୍ଡିଆର ୨୫ ବର୍ଷୀୟ ପାଇଲଟ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Air India Pilot Found Dead In Mumbai

Air India Pilot Found Dead In Mumbai

ପ୍ରେମ ହେଲା କାଳ। ପ୍ରେମ ପାଇଁ ଚାଳିଗଲା ଜୀବନ । ଅଧାରେ ରହିଗଲା ବଡ଼ ପାଇଲଟ୍‌ ହେବାର ସ୍ବପ୍ନ। ଯିଏ ଥିଲା ଜୀବନଠୁ ଅଧିକ ସେ ଦେଲା ପ୍ରତ୍ୟେକ ମୂହୁର୍ତ୍ତରେ କଷ୍ଟ। କେତେ ବା ଆଉ ସହିଥାନ୍ତା। କେତେ ଆଉ ସେ କଟୁ କଥା ଶୁଣିଥାନ୍ତା । ଅସହ୍ୟ ହେଲା ମାନସିକ ଯନ୍ତ୍ରଣା । ଶେଷରେ ମନର ମଣିଷର ନିର୍ଯାତନା ଅସହ୍ୟ ହେବାରୁ ଜୀବନ ହାରିଲେ ଏୟାର ଇଣ୍ଡିଆର ୨୫ ବର୍ଷୀୟ ପାଇଲଟ । ଯାହାଙ୍କର ନାଁ ହେଉଛି ସୃଷ୍ଟି ତୁଳୀ। 

Advertisment

ଏଭଳି ଅଭାବନୀୟ ଗଟଣା ଘଟିଛି ମୁମ୍ବାଇର ଅନ୍ଧେରୀରେ । ମୁମ୍ବାଇର ଅନ୍ଧେରୀରେ ଥିବା ଫ୍ଲାଟରୁ ସୃଷ୍ଟି ବେକରେ ଡାଟା କେବୁଲ ବାନ୍ଧି ଝୁଲି ପଡ଼ିଥିଲେ ୨୫ ବର୍ଷୀୟ ପାଇଲଟ ସୃଷ୍ଟି ତୁଳୀ । ନଭେମ୍ବର ୨୫ରେ ସେ ଜୀବନ ହାରିଥିବା ବେଳେ ପୋଲିସ୍‌ ତାଙ୍କ ବୟଫ୍ରେଣ୍ଡ ଆଦିତ୍ୟ ପଣ୍ଡିତଙ୍କୁ ଗିରଫ କରିଛି। ସେ ସୃଷ୍ଟିଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା-ମାଆ। ସୃଷ୍ଟିଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ ଆଦିତ୍ୟ ତାଙ୍କୁ ସବୁବେଳେ ଦୁର୍ବ୍ୟବହାର କରୁଥିଲେ। ସବୁବେଳେ ତାଙ୍କ ସହ ଫୋନରେ ଝଗଡ଼ା କରୁଥିଲେ। ଏଥିପାଇଁ ସୃଷ୍ଟି ବାଧ୍ୟ ହୋଇ ଏପରି ଚରମ ପଦକ୍ଷେପ ନେଇଥିବା ମଧ୍ୟ କୁହାଯାଉଛି ।

ଅଧିକ ପଢ଼ନ୍ତୁ: ଚଢାଉ ବେଳେ ED ଟିମ୍ ଉପରେ ହମଲା; ଜଣେ ଅଧିକାରୀଙ୍କ ସମେତ ୫ ଆହତ

ଅଭିଯୋଗ ପାଇବା ପରେ ପୋଲିସ୍‌ ୨୬ ତାରିଖରେ ଗୋଟିଏ ମାମଲା ରୁଜୁ କରିଥିଲା ଓ ଏହାପରେ ଆଦିତ୍ୟଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୨୯ ଯାଏ ପୋଲିସ୍‌ ରିମାଣ୍ତରେ ପଠାଇ ଦେଇଛନ୍ତି। ସୃଷ୍ଟି ‌ଅନ୍ଧେରୀ ଇଷ୍ଟର କନିକା ରେନ ଫରେଷ୍ଟର ବି ୱିଙ୍ଗ ଅନ୍ତର୍ଗତ ରୁମ ନମ୍ବର ୬୦୧ରେ ଭଡ଼ାରେ ରହୁଥିଲେ। ସେ ଏୟାର ଇଣ୍ଡିଆର ପାଇଲଟ ଭାବେ କାମ କରୁଥିଲେ। ଉତ୍ତର ପ୍ରଦେଶର ଗୋରଖପୁରର ମୂଳ ବାସିନ୍ଦା ସୃଷ୍ଟି ୨୦୨୩ ଜୁନରୁ ମୁମ୍ବାଇରେ କାମ କରିବା ସହ ଏଠାରେ ରହୁଥିଲେ। ନଭେମ୍ବର ୨୫ ତାରିଖ ରାତି ୧୨ରୁ ୩ଟା ମଧ୍ୟରେ ସେ ଜୀବନ ହାରିଥିବା ଜଣାପଡ଼ିଛି।

Advertisment

୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟଙ୍କର ପ୍ରଥମେ ଦିଲ୍ଲୀରେ ଦେଖା ହୋଇଥିଲା। ଏହି ସମୟରେ ଉଭୟ ବ୍ୟାବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ଘଟଣା ଘଟିବାର ୫ରୁ ୬ ଦିନ ପୂର୍ବରୁ ସୃଷ୍ଟିଙ୍କ ଫ୍ଲାଟରେ ଆଦିତ୍ୟ ରହୁଥିଲେ। ନଭେମ୍ବର ୨୫ ତାରିଖ ରାତି ପ୍ରାୟ ୧ ଟା ବେଳେ ଆଦିତ୍ୟ କାର ଧରି ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ସେ ଦିଲ୍ଲୀ ଯାଉଥିବା ବେଳେ ହଠାତ୍‌ ସୃଷ୍ଟି ତାଙ୍କୁ ଫୋନ କରିଥିଲେ ଓ ଜୀବନ ହାରି ଦେବେ ବୋଲି ଧମକ ଦେଇଥିଲେ। ଏହାଶୁଣି ଆଦିତ୍ୟ ତୁରନ୍ତ ମୁମ୍ବାଇ ଫେରିଥିଲେ। ସେ ଫ୍ଲାଟରେ ପହଞ୍ଚିଲା ବେଳକୁ ଭିତରୁ ରୁମ ବନ୍ଦ ଥିଲା। ଆଦିତ୍ୟ ତୁରନ୍ତ ସୃଷ୍ଟିଙ୍କ ବନ୍ଧୁ ଉର୍ବି ପଞ୍ଚଲଙ୍କୁ ଫୋନ କରିଥିଲେ। ଉର୍ବି ମଧ୍ୟ ସୃଷ୍ଟିଙ୍କ ଫ୍ଲାଟରେ ପହଞ୍ଚିଥିଲେ। ଉଭୟ କବାଟ ବାଡ଼େଇଥିଲେ ବି କୌଣସି ଜବାବ ମିଳି ନଥିଲା। ଶେଷରେ ସେମାନେ ଜଣେ ଚାବି ତିଆରି କରୁଥିବା ବ୍ୟକ୍ତିଙ୍କୁ ଡାକି ରୁମ ଖୋଲିଥିଲେ। ଏହି ସମୟରେ ସୃଷ୍ଟି ଝୁଲନ୍ତା ଅବସ୍ଥାରେ ରହିଥିଲେ। ତାଙ୍କୁ ତୁରନ୍ତ ସେଭେନ ହିଲ୍ସ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୃଷ୍ଟିଙ୍କ ଦାଦା ଏନେଇ ଆଦିତ୍ୟଙ୍କ ବିରୋଧରେ ଗୋଟିଏ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ କହିଛନ୍ତି ଯେ ଆଦିତ୍ୟ ପ୍ରାୟ ସବୁବେଳେ ସୃଷ୍ଟିଙ୍କୁ ସର୍ବସମ୍ମୁଖରେ ଦୁର୍ବ୍ୟବହାର କରୁଥିଲେ। ଏପରିକି ତାଙ୍କୁ ଆମିଷ ନ ଖାଇବାକୁ ମଧ୍ୟ ବାଧ୍ୟ କରୁଥିଲେ। ସୃଷ୍ଟିଙ୍କ ଭଉଣୀ ଓ ଅନ୍ୟମାନେ ମଧ୍ୟ ଆଦିତ୍ୟଙ୍କ ଦୁର୍ବ୍ୟବହାରକୁ ନିଜ ଆଖିରେ ଦେଖିଥିବା କହିଛନ୍ତି।

ଏମିତିକି ଗୋଟିଏ ପାର୍ଟିରେ ସୃଷ୍ଟି ଆମିଷ ଖାଉଥିବା ବେଳେ ସର୍ବସମ୍ମୁଖରେ ଆଦିତ୍ୟ ତାଙ୍କୁ ଗାଳି ଦେଇଥିଲେ ଓ ଭବିଷ୍ୟତରେ ଏମିତି ନ କରିବାକୁ କହିଥିଲେ। ଗୋଟିଏ ଥର ସୃଷ୍ଟିଙ୍କ କାରକୁ ଆଦିତ୍ୟ ଖରାପ କରିବା ସହ ଭାଙ୍ଗି ଦେଇଥିଲେ। ଏଥିଯୋଗୁ ତାଙ୍କୁ ବେଶ କିଛି ସମୟ ରାସ୍ତାରେ ଛିଡ଼ା ହେବାକୁ ପଡ଼ିଥିଲା। ଏତେ ସବୁ ପରେ ମଧ୍ୟ ସୃଷ୍ଟି ନିଜ ଜୀବନ ଠାରୁ ମଧ୍ୟ ଆଦିତ୍ୟଙ୍କୁ ଭଲ ପାଉଥିଲେ।

ଅଧିକ ପଢ଼ନ୍ତୁ: ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

Pilot Boyfriend
Advertisment
Advertisment