/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698805880.jpg)
Train Derail
ପୁଣି ଟ୍ରାକରୁ ଖସିଲା ଟ୍ରେନ୍। ଉତ୍ତରପ୍ରଦେଶ ପ୍ରୟାଗରାଜରେ ରେଳ ଧାରଣାରୁ ଖସିଛି ସୋହେଲ୍ ଦେବ୍ ଏକ୍ସପ୍ରେସ୍। ଗାଜିପୁରରୁ ଆନନ୍ଦବିହାର ଅଭିମୁଖେ ଯାଉଥିବା ସୋହେଲ୍ ଦେବ ଏକ୍ସପ୍ରେସ୍ ଗତକାଲି ରାତିରେ ପ୍ରୟାଗରାଜ ଷ୍ଟେସନରୁ ଛାଡ଼ିବା ପରେ ଅଘଟଣ ଘଟିଛି। ପ୍ରୟାଗରାଜ ଷ୍ଟେସନରୁ ଛାଡ଼ିବା ପରେ ହଠାତ୍ ଟ୍ରାକର ତଳକୁ ଓହ୍ଲାଇ ପଡ଼ିଥିଲା।
ତେବେ ଟ୍ରେନ୍ ସ୍ପିଡ୍ ବହୁତ୍ କମ ଥିବାରୁ ଏକ ବଡ଼ ଅଘଟଣ ବର୍ତ୍ତି ଯାଇଛି। ଏଥିରେ କେହି ମୃତାହତ ହୋଇନଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ସନ୍ଧ୍ୟାରେ ଆଲମଣ୍ଡା ଷ୍ଟେସନର କିଛି ବାଟ ପୂର୍ବରୁ କଣ୍ଟକାପାଲ୍ଲୀ ପରେ ପରେ ବିଶାଖାପାଟଣା- ପଲାସା ପାସେଞ୍ଜର ଟ୍ରେନକୁ ପଛପଟୁ ଖୁବ ଜୋରରେ ଧକ୍କା ଦେଇଥିଲା ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ।
ଅଧିକ ପଢ଼ନ୍ତୁ: ପୁଣି କାହିଁକି ଏତେ ବଡ଼ ଟ୍ରେନ୍ ଆକ୍ସିଡେଣ୍ଟ ? CPRO କହିଲେ ଯାନ୍ତ୍ରିକ ନୁହେଁ ମନୁଷ୍ୟକୃତ ଭୁଲ୍ !
ତେବେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଆନ୍ଧ୍ର ଆଲମଣ୍ଡା ଟ୍ରେନ ଦୁର୍ଘଟଣାସ୍ଥଳର ମରାମତି କାମ ସଂପୂର୍ଣ୍ଣ ଶେଷ ହୋଇଛି । ତିନିଟି ଯାକ ଲାଇନର ମରାମତି କାମ ଶେଷ ହୋଇଛି । ଲାଇନଗୁଡ଼ିକ ଟ୍ରେନ୍ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ଭାବେ ଫିଟ୍ ଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)