Advertisment

ଟ୍ରେନ୍‌ ଦୁର୍ଘଟଣା: ଲୋକୋ ପାଇଲଟ୍‌ ଓ ଗାର୍ଡଙ୍କ ସମେତ ୧୩ ମୃତ, ୫୦ ଆହତ

ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Loco pilot and guard among 13 killed in train mishap

Loco pilot and guard among 13 killed in train mishap

ଆନ୍ଧ୍ର ପ୍ରଦେଶ ବିଜୟନଗରମ୍‌ରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି । ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଆଲମଣ୍ଡା ଷ୍ଟେସନ ନିକଟରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ଧକ୍କା ଦେଇଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ କଣ୍ଟାକାପାଲୀ-ଆଲମଣ୍ଡା ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । 

Advertisment

ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ଜଣ ରେଳ କର୍ମଚାରୀ ଅଛନ୍ତି । ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଛି । ଏନେଇ ବିଜୟନଗରମ୍‌ ଏସପି ଦୀପିକା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ, ଟ୍ରେନ୍‌ ଦୁର୍ଘଟଣା ଯୋଗୁ ୩୩ଟି ଟ୍ରେନ୍‌କୁ ରେଳ ବିଭାଗ ପକ୍ଷରୁ ବାତିଲ୍‌ କରାଯାଇଛି । ଏହାସହ ୨୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ଓ ୧୧ଟି ଟ୍ରେନ୍‌ ଆଂଶିକ ବାତିଲ୍ ହୋଇଛି । ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସରିବ ବୋଲି ଜଣାପଡ଼ିଛି । 

Advertisment

ସେପଟେ ସ୍ଥିତି ପରଖିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବା  ଦିଲ୍ଲୀରେ ରେଲୱେର ବରିଷ୍ଠ ଅଧିକାରୀଙ୍କ ସହ ପୁରା ସ୍ଥିତିର ସେ ଅନୁଧ୍ୟାନ କରିଛନ୍ତି । କିଭଳି ଏତେ ବଡ଼ ଦୁର୍ଘଟଣା ହେଲା ସେନେଇ ସମୀକ୍ଷା ଚାଲିଛି ।   

ସୂଚନାଥାଉ କି,  ଆଲମଣ୍ଡା ଷ୍ଟେସନ ନିକଟରେ 08532 ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ଟ୍ରାକ୍‌ରେ ଥିବାବେଳେ 08504 ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ପଛରୁ ଧକ୍କା ଦେଇଥିଲା । ଏଥିଯୋଗୁ ୫ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ଗୋଟିଏ ଟ୍ରେନ୍ ଉପରେ ଚଢ଼ି ଯାଇଥିଲା ଆଉ ଏକ ଟ୍ରେନ୍ । 

ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥଲା । ପରେ ଏଥିରେ ଏସ୍‌ ଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ସାମିଲ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ  ବିଜୟନଗରମ୍ ମେଡିକାଲରେ ଭର୍ତ୍ତି କରାଯାଇଛି । 

Train Accident
Advertisment
Advertisment