• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆନ୍ଧ୍ର ପ୍ରଦେଶ ବିଜୟନଗରମରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି । ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଆଲମଣ୍ଡା ଷ୍ଟେସନ ନିକଟରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ଧକ୍କା ଦେଇଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଓଡ଼ିଶା ସୀମାବର୍ତ୍ତୀ ଆନ୍ଧ୍ରପ୍ରଦେଶ ଆଲମଣ୍ଡା ନିକଟରେ ଏହି ଦୁର୍ଘଟଣା ଘଟିଛି । 

ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି । ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଛି ।

ଟ୍ରେନ୍‌ ଦୁର୍ଘଟଣା ଯୋଗୁ ୩୯ଟି ଟ୍ରେନ୍‌କୁ ରେଳ ବିଭାଗ ପକ୍ଷରୁ ବାତିଲ୍‌ କରାଯାଇଛି । ଏହାସହ ୨୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ଓ ୧୧ଟି ଟ୍ରେନ୍‌ ଆଂଶିକ ବାତିଲ୍ ହୋଇଛି । ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସରିବ ବୋଲି ଜଣାପଡ଼ିଛି । 

ବାତିଲ୍‌ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଲା...

  • ରାୟପୁର-ବିଶାଖାପାଟଣା ସ୍ପେଶାଲ୍‌ ଟ୍ରେନ୍
  • ବିଶାଖାପାଟଣା-ରାୟପୁର ସ୍ପେଶାଲ୍‌ ଟ୍ରେନ୍
  • ପଲାସା-ବିଶାଖାପାଟଣା ସ୍ପେଶାଲ୍‌ ଟ୍ରେନ୍ 
  • ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ୍ 
  • କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ୍
  • ରାୟଗଡା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌
  • ବିଜୟନଗରମ୍-ବିଶାଖାପାଟଣା ସ୍ପେଶାଲ୍‌ ଟ୍ରେନ୍
  • ବିଶାଖାପାଟଣା-ଗୁଣପୁର ସ୍ପେଶାଲ୍‌ ଟ୍ରେନ୍
  • ଗୁଣପୁର-ବିଶାଖାପାଟଣା ସ୍ପେଶାଲ୍‌ ଟ୍ରେନ୍
  • ଏମ୍‌ଜିଆର୍‌ ଚେନ୍ନାଇ ସେଣ୍ଟ୍ରାଲ୍‌-ପୁରୀ ଏକ୍ସପ୍ରେସ୍‌
  • ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ୍‌
  • ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ୍ 
  • ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ୍ 
  • ବିଶାଖାପାଟଣା-ଗୁଣ୍ଟୁର ଏକ୍ସପ୍ରେସ୍ 
  • ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌
  • ପଲାସା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌
  • ବିଶାଖାପାଟଣା-ତିରୁପତି ପାସେଞ୍ଜର ଟ୍ରେନ୍‌
  • ତିରୁପତି-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌
  • ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍ 
  • ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ୍ 
  • ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ 
  • ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ 
Cancellation Of TrainCancellation Of Train

ସୂଚନାଥାଉ କି,  ଆଲମଣ୍ଡା ଷ୍ଟେସନ ନିକଟରେ 08532 ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ଟ୍ରାକ୍‌ରେ ଥିବାବେଳେ 08504 ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ପଛରୁ ଧକ୍କା ଦେଇଥିଲା । ଏଥିଯୋଗୁ ୫ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥଲା । ପରେ ଏଥିରେ ଏସ୍‌ ଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ସାମିଲ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ  ବିଜୟନଗରମ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।