Advertisment

ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରା: ୨ଟି ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନର ଶୁଭାରମ୍ଭ

ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଳ ଷ୍ଟେସନରୁ ଆଜି ତିନିଟି ଟ୍ରେନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
President Draupadi Murmu will travel by train

President Draupadi Murmu will travel by train

ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଳ ଷ୍ଟେସନରୁ ଆଜି ତିନିଟି ଟ୍ରେନର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଦାମପାହାଡ଼ ଟାଟା ନଗର ମେମୁ ଟ୍ରେନ, ବାଦାମପାହାଡ଼ ରାଉରକେଲା ସାପ୍ତାହିକ ଏକ୍ସପ୍ରେସ, ବାଦାମପାହାଡ଼ ସାଲିମାର ସାପ୍ତାହିକ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଆରମ୍ଭ କଲେ ରାଷ୍ଟ୍ରପତି ।

Advertisment

ଛାତ୍ରଛାତ୍ରୀ ମାନେ ରାଷ୍ଟ୍ରପତିଙ୍କୁ ଦେଖିବାକୁ ତାଙ୍କ ସହ ମିଶିବାକୁ ପହଞ୍ଚିଛନ୍ତି । କିଛି ଛାତ୍ରଛାତ୍ରୀ ଟ୍ରେନରେ ରାଷ୍ଟ୍ରପତିଙ୍କ ସହ ଯାତ୍ରା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ବାଦାମପାହାଡ଼ ରେଳ ଷ୍ଟେସନରୁ ୨ଟି ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା । ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ, ଶାଲିମାର-ବାଦାମପାହାଡ଼ ଏକ୍ସପ୍ରେସ ଏବଂ ଟାଟାନଗର-ବାଦାମପାହାଡ଼ ମେମୁ ଟ୍ରେନର ଲୋକାର୍ପଣ ହୋଇ ସାରିଛି ।

Advertisment

ଏହାପରେ ବାଦାମପାହାଡ଼ରୁ ରାଇରଙ୍ଗପୁରକୁ ଟ୍ରେନ୍ ଯାତ୍ରା କରିବେ ରାଷ୍ଟ୍ରପତି । ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ଣରେ ସମ୍ବଲପୁର ଯାଇ ବୁର୍ଲା ଭିସୁଟ୍ ସମାବର୍ତ୍ତନ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଆଜିର ଶେଷ କାର୍ଯ୍ୟକ୍ରମ ଭାବେ ସମଲେଶ୍ୱରୀ ମନ୍ଦିରକୁ ଯାଇ ମାଆଙ୍କର ଦର୍ଶନ ଓ ଆଳତୀ କରିବେ ମହାମହିମ ।

ଗତକାଲି ୩ଦିନିଆ ଗସ୍ତର ପ୍ରଥମ ଦିନରେ ଜନ୍ମମାଟି ମୟୁରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାରିପଦାରେ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେଇ ଅଭିଭାଷଣ ରଖିବା ସହ ଦେଶବ୍ୟାପି ଥିବା ସାନ୍ତାଳି ଭାଷାର ବିକାଶ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

President Of India Droupadi Murmu
Advertisment
Advertisment