• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ମୟୂରଭଂଜ ଜିଲ୍ଲା ପାହାଡ଼ପୁର ଯାଇ ଦିବଂଗତ ସ୍ୱାମୀ ଏବଂ ପୁଅଙ୍କ ସ୍ମୃତିରେ ନିର୍ମିତ SLS ସ୍କୁଲର ସ୍କିଲ୍ ଟ୍ରେନିଂ ସେଣ୍ଟର ଉଦଘାଟନ କରିବେ ରାଷ୍ଟ୍ରପତି । ସେଠାରୁ ବାଦାମପାହାଡ଼ ରେଳ ଷ୍ଟେସନକୁ ଯାଇ ସେଠାରୁ ୨ଟି ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ, ଶାଲିମାର-ବାଦାମପାହାଡ଼ ଏକ୍ସପ୍ରେସ ଏବଂ ଟାଟାନଗର-ବାଦାମପାହାଡ଼ ମେମୁ ଟ୍ରେନର ଲୋକାର୍ପଣ ହେବ ।

ଏହାପରେ ବାଦାମପାହାଡ଼ରୁ ରାଇରଙ୍ଗପୁରକୁ ଟ୍ରେନ୍ ଯାତ୍ରା କରିବେ ରାଷ୍ଟ୍ରପତି । ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ଣରେ ସମ୍ବଲପୁର ଯାଇ ବୁର୍ଲା ଭିସୁଟ୍ ସମାବର୍ତ୍ତନ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଆଜିର ଶେଷ କାର୍ଯ୍ୟକ୍ରମ ଭାବେ ସମଲେଶ୍ୱରୀ ମନ୍ଦିରକୁ ଯାଇ ମାଆଙ୍କର ଦର୍ଶନ ଓ ଆଳତୀ କରିବେ ମହାମହିମ ।

ଗତକାଲି ୩ଦିନିଆ ଗସ୍ତର ପ୍ରଥମ ଦିନରେ ଜନ୍ମମାଟି ମୟୁରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାରିପଦାରେ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେଇ ଅଭିଭାଷଣ ରଖିବା ସହ ଦେଶବ୍ୟାପି ଥିବା ସାନ୍ତାଳି ଭାଷାର ବିକାଶ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହାପରେ ମୟୂରଭଞ୍ଜ ଜିଲ୍ଳା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟନ କରିଥିଲେ ।