Advertisment

ସମ୍ବଲପୁରରେ ଆଗକୁ ଗଡ଼ିଲା ଦୁର୍ଘଟଣାଗ୍ରସ୍ତ ମେମୁ ଟ୍ରେନ୍

ସମ୍ବଲପୁରରେ ଦୁର୍ଘଟଣାଗ୍ରସ୍ତ ମେମୁ ଟ୍ରେନ୍ ଆଗକୁ ଗଡ଼ିଛି। ଲାଇନ୍ ମରାମତି ପରେ ସମ୍ବଲପୁର ପରିବର୍ତ୍ତେ ସର୍ଲା ଷ୍ଟେସନ ଯାଇଥିଲା ଟ୍ରେନ୍।

author-image
Kausik Mohapatra
ଅଦ୍ୟତନ ହୋଇଛି
MEMU train derails in Odisha Sambalpur

Mamu Train Accident

ସମ୍ବଲପୁରରେ ଦୁର୍ଘଟଣାଗ୍ରସ୍ତ ମେମୁ ଟ୍ରେନ୍ ଆଗକୁ ଗଡ଼ିଛି। ଲାଇନ୍ ମରାମତି ପରେ ସମ୍ବଲପୁର ପରିବର୍ତ୍ତେ ସର୍ଲା ଷ୍ଟେସନ ଯାଇଥିଲା ଟ୍ରେନ୍। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୨୫ ମିନିଟ୍ ସମୟରେ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ମେମୁ ଟ୍ରେନ୍ ଏକ ମଇଁଷିକୁ ଧକ୍କା ଦେବାରୁ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା।

Advertisment

ସମ୍ବଲପୁର DRMଙ୍କ ସୂଚନା ଅନୁଯାୟୀ ଟ୍ରେନଟି ମଇଁଷି ସହ ଧକ୍କା ଦେବାରୁ ଟ୍ରେନର ୪ ନମ୍ବର ବଗି ରେଳ ଧାରଣାରୁ ଖସି ପଡ଼ିଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ବଗିରେ ୨୦୦ ଯାତ୍ରୀ ଥିଲେ ବି କାହାରି କୌଣସି କ୍ଷତି ହୋଇନାହିଁ। ସମସ୍ତେ ସୁରକ୍ଷିତ ରହିଥିଲେ।

ଦୁର୍ଘଟଣା ଖବର ପାଇଁ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ବଗିକୁ ଟ୍ରାକକୁ ଉଠାଇବା ପରେ ଲାଇନଟି ସ୍ୱାଭାବିକ ହୋଇଥିଲା। ପରେ ଆଗକୁ ଗଡିଥିଲା ମେମୁ ଟ୍ରେନ୍।

Advertisment
Train Accident MEMU Trains
Advertisment
Advertisment