କଂଗ୍ରେସ ସରକାର ଆସିଲେ ମିଳିବ ଏହି ସବୁ ସୁବିଧା। ରାହୁଲଙ୍କ ପ୍ରତିଶ୍ରୁତିର ପାହାଡ଼। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମନଲୋଭା ଅଫର୍।
ସାଲେପୁର ସଭାରେ ଆରମ୍ଭରୁ ବର୍ଷିଲେ ରାହୁଲ ଗାନ୍ଧି। ସେ କହିଛନ୍ତି, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି।
ଭୁବନେଶ୍ବରରେ ରାହୁଲ ଗାନ୍ଧୀ । ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି।
ମହାନଦୀର ଜଳ ପ୍ରଦୂଷଣ ସହ ଏବେ ବ୍ୟବହାର ଉପଯୋଗୀ ହେଉନଥିବାରୁ ଶାସକ ଦଳକୁ ଦାୟୀ କରିଛି ବିଜେପି। ମହାନଦୀରେ ସରକାର ଗୋଟିଏ ବି ବ୍ୟାରେଜ କଲେ ନାହିଁ ବୋଲି କହିଛି ବିଜେପି।
ରାଜନୀତି ସମୀକ୍ଷକଙ୍କ ମତରେ ବିଜେପିର କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପାଇଁ ଏହା ଶେଷ ସୁଯୋଗ ହୋଇଥିବା ବେଳେ ବିଜେଡିର ସୁଧୀର ସାମଲଙ୍କ ପାଇଁ ସମ୍ମାନର ପ୍ରଶ୍ନ । କଂଗ୍ରେସର ମହିଳା ପ୍ରାର୍ଥୀ ସୁସ୍ମିତା ସିଂହଦେଓଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।
ସୋନପୁର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ନବୀନ ସରକାରକୁ ସିଧାସଳଖ ନିଶାନା କରିଥିବାରୁ ଆଜି ନଡ୍ଡା କଣ କହୁଛନ୍ତି ତା ପରେ ସମସ୍ତଙ୍କ ନଜର ରହିଛି।
କଟକରେ କଟକ-ବାରବାଟୀ କଂଗ୍ରେସ ପକ୍ଷରୁ ଅନୁଷ୍ଠିିତ ହୋଇଛି ବିଶାଳ ସମାବେଶ। କାର୍ଯ୍ୟକ୍ରମରେ ମହମ୍ମଦ ମୋକିମଙ୍କ ସମେତ ତାଙ୍କ ଝିଅ ଶୋଫିଆଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
ଶାହଙ୍କ ପରେ ଆସୁଛନ୍ତି ନଡ୍ଡା। ଦିନକ ତଳେ ଅମିତ ଶାହ ଆସି ବିଜେପି କର୍ମୀ ଓ ନେତାଙ୍କ ଭିତରେ ଜୋଶ୍ ଭରିଥିବା ବେଳେ ଏହାକୁ ଆଉ ପାଦେ ଆଗକୁ ନେବାକୁ ଆସନ୍ତାକାଲି ବ୍ରହ୍ମପୁର ଆସୁଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା..
ଅମିତ୍ ଶାହାଙ୍କ ଓଡ଼ିଶାରେ ସରକାର ଗଢ଼ିବାର ଦମ୍ଭୋକ୍ତି ହଠାତ୍ ବଢ଼ାଇ ଦେଇଛି ଭାଜପା ନେତା ଓ କର୍ମୀଙ୍କ ମନୋବଳ। ଯଦି ତ୍ରିପୁରାରେ ଦଳ ମାତ୍ର ୧.୪ ପ୍ରତିଶତ ଭୋଟ୍ ପାଇ ସରକାର ଗଢି ପାରିଲା, ତାହାଲେ ଓଡିଶାରେ କାହିଁକି ସମ୍ଭବ ନୁହେଁ ବୋଲି କହିବା ପରେ ଆରମ୍ଭ ହୋଇଛି ରଣନୀତି।
ଅମିତ୍ ଶାହାଙ୍କ ଓଡ଼ିଶାରେ ସରକାର ଗଢ଼ିବାର ଦମ୍ଭୋକ୍ତି ହଠାତ୍ ବଢ଼ାଇ ଦେଇଛି ଭାଜପା ନେତା ଓ କର୍ମୀଙ୍କ ମନୋବଳ । ଯଦି ତ୍ରିପୁରାରେ ଦଳ ମାତ୍ର ୧.୪ ପ୍ରତିଶତ ଭୋଟ୍ ପାଇ ସରକାର ଗଢି ପାରିଲା, ତାହାଲେ ଓଡିଶାରେ କାହିଁକି ସମ୍ଭବ ନୁହେଁ ବୋଲି କହିବା ପରେ ଆରମ୍ଭ ହୋଇଛି ରଣନୀତି ।
ଫାଷ୍ଟ ଫେଜ୍ ଇଲେକ୍ସନ ପାଇଁ କାଲି ଓଡ଼ିଶାରେ ହାଇଭୋଲଟେଜ୍ ପ୍ରଚାର। ବ୍ରହ୍ମପୁର ଆମ୍ବପୁଆରେ ସଭା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା। ସାଲେପୁରରେ କଂଗ୍ରେସର ନ୍ୟାୟ ସମାବେଶକୁ ଆସିବେ ରାହୁଲ ଗାନ୍ଧୀ।
କେନ୍ଦୁଝର ଲୋକସଭା ଆସନ ପାଇଁ ଟିକେଟ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ ଓ ପତ୍ନୀ ଝୁନା ପଟ୍ଟନାୟକ । କଂଗ୍ରେସ ଉପରେ ବର୍ଷିବା ସହ ଦଳର ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି ।
ଆଉ ୩ଟି ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି। ଖଣ୍ଡପଡ଼ା, ନୀଳଗିରି ଏବଂ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ।
୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି।
ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନରେ ତ୍ରୁଟି ଅଭିଯୋଗ । ରାୟଗଡ଼ା ଜିଲ୍ଲା ବିଷମକଟକର ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ଆଣିଛି କଂଗ୍ରେସ ।
ବିଧାୟକ ସମୀର ଦାଶଙ୍କ ବିଜେଡି ଟିକେଟ କଟିବା ପରେ ଜୋର ଧରିଛି ନିମାପଡ଼ା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ବିଧାୟକ ସମୀର ଦାଶ ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଅପରାହ୍ଣ ୪ଟା ୩୦ରେ ପହଞ୍ଚିବେ ।
ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ବି କଳାହାଣ୍ଡି ସଂସଦୀୟ କ୍ଷେତ୍ର ଲାଗି ନୂଆ ମୁହଁ। ୨୦୧୯ ନିର୍ବାଚନରେ ସେ ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢି ଅଳ୍ପକେ ହାରି ଯାଇଥିଲେ। କଂଗ୍ରେସର ଅଧିରାଜ ପାଣିଗ୍ରାହୀଙ୍କଠାରୁ ମାତ୍ର ୨ ହଜାର ୮୫୭ ଭୋଟରେ ପରାଜିତ ହୋଇଥିଲେ ଲମ୍ବୋଦର ନିଆଲ।
ବିଜେଡି ଆଉ ୬ ବିଧାନସଭା ଆସନରେ ପ୍ରାର୍ଥୀ ଦେଇ ନ ଥିବା ବେଳେ ବିଜେପି ୧୫ ବିଧାନସଭା ଆସନ ଓ କଂଗ୍ରେସ ୯ ବିଧାନସଭା ଓ ୨ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ ।
ତେବେ ପ୍ରାର୍ଥୀ ଘୋଷଣା ପୂର୍ବରୁ କର୍ମୀଙ୍କ ସହ ଆଲୋଚନା କରିଥିଲେ ଦ୍ୱନ୍ଦ୍ୱ ରହି ନ ଥାନ୍ତା ବୋଲି ସେ କହିଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ନିଜର ଆଗାମୀ ରଣନୀତି କ’ଣ ହେବ ତାହା ଜଣାଇବେ ବୋଲି କହିଛନ୍ତି।
ଓଡ଼ିଶାରେ ଏଥର ବିଜେପି ସରକାର। ଶାହଙ୍କ ସୋନପୁର ଗସ୍ତ ବେଳେ ହାମଲା ଓ ଭୁବନେଶ୍ବରରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁଜ୍ଞାନ ପରେ ଏବେ ଏଇ ନାରାରେ ରାଜ୍ୟରେ ବିଜେଡି ଶାସନକୁ ଗାଦିଚ୍ୟୁତ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି।
ଓଡ଼ିଶାରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାକୁ ଆଣିଲେ ବଲାଙ୍ଗିର ଜିଲ୍ଲାରେ ବସାଇବୁ ଟେକ୍ସଟାଇଲ୍ ମିଲ୍। ଗତକାଲି ସୋନପୁର ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏଭଳି ବଡ଼ ପ୍ରତିଶ୍ରୁତି ପରେ ସୃଷ୍ଟି ହୋଇଛି ପଶ୍ଚିମ ଓଡ଼ିଶାରେ କଂପନ।
କଥାରେ ଅଛି ମା’ କୋଳେ ପୁଅ ଦୁନିଆ ଡରେନା, ବାପ ଥିଲା ପୁଅ ସଭାରେ ହାରେନା। ଏକଥାର ସତ୍ୟତା କେତେ ଏବଂ ପୁଅଙ୍କ କ୍ଷେତ୍ରରେ କେତେ ପ୍ରମାଣିତ ହୋଇଛି, ତାହା ତ ଜଣାନାହିଁ। କିନ୍ତୁ ଏହାକୁ ଯଥାଯଥ ପ୍ରମାଣିତ କରିବା ପାଇଁ ନିର୍ବାଚନୀ ମୈଦାନରେ ବଳ ଖଟାଉଛନ୍ତି, ଛାଇ ଭଳି ଲାଗି ରହି ନେତା ପୁଅଙ୍କ ପାଇଁ ଭୋଟ୍ ମାଗୁଛନ୍ତି ବାପା।
ଚଳିତ ନିର୍ବାଚନରେ କିଭଳି ବୁଥସ୍ତରରେ ସଂଗଠିତ ହେବା ସହ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇ ପାରିବ, ତାଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥସହିତ ବୁଥସ୍ତରୀୟ କାର୍ଯ୍ୟକତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବୈଜୟନ୍ତ।
ଦିନେ ଯେଉଁ ପଦ୍ମପୁରକୁ ଜିଲ୍ଲା ମାନ୍ୟତାର କଥା କହି ବିଜେଡି ନିର୍ବାଚନୀ ବୈତରଣୀ ପାରି ହୋଇଥିଲା, ଏବେ ତା’ର ଗୁମର ଖୋଲିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ବେ କାହିଁକି ପଦ୍ମପୁରକୁ ମିଳିପାରିନି ଜିଲ୍ଲା ମାନ୍ୟତା, ଟିଟିଲାଗଡ଼ ସଭାମଞ୍ଚରେ ସତ ଓଗାଳିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।