/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714224285.jpg)
Odisha Election
କେନ୍ଦୁଝର ଲୋକସଭା ଆସନ ପାଇଁ ଟିକେଟ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ ଓ ପତ୍ନୀ ଝୁନା ପଟ୍ଟନାୟକ । କଂଗ୍ରେସ ଉପରେ ବର୍ଷିବା ସହ ଦଳର ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି । କହିଛନ୍ତି AICC ନିଷ୍ପତ୍ତି ଆମକୁ ଲଜ୍ଜିତ କରୁଛି, ଟିକେଟ ଦେଇ ପୁଣି କାଟୁଛି ଦଳ ।
ଯଦି ଯୋଗ୍ୟତା ନଥିଲା, ତେବେ କାହିଁକି ଟିକେଟ ଦେଲେ ବୋଲି ମୋହନ ପ୍ରଶ୍ନ କରିଛନ୍ତି । ସେହିପରି ପିସିସିକୁ ଦେଇଥିବା ୫୦ ହଜାର ଟଙ୍କା ଓ ଟିକେଟ ପାଇବା ପରେ ଖର୍ଚ୍ଚ କରିଥିବା ୭ଲକ୍ଷ ଟଙ୍କା ଫେରାଇବାକୁ ସେ ଦାବି ରଖିଛନ୍ତି । ୪୮ ଘଣ୍ଟାରେ ଟଙ୍କା ଫେରସ୍ତ ନକଲେ ଆଇନର ଆଶ୍ରୟ ନେବାକୁ ସେ ଚେତାବନୀ ଦେଇଛନ୍ତି ।
ସେପଟେ ମୋହନ ହେମ୍ବ୍ରମଙ୍କ ଟିକେଟ୍ କଟିବା ପରେ ଦଳ ପକ୍ଷରୁ ବିନୋଦ ବିହାରୀ ନାୟକଙ୍କୁ କେନ୍ଦୁଝର ଲୋକସଭା ପ୍ରାର୍ଥୀ ଭାବେ ଟିକେଟ ମିଳିଛି । ବିନୋଦ କହିଛନ୍ତି, ସେ ଟିକେଟ ପାଇଁ ଦାବିଦାର ଥିଲେ । ହେଲେ ଭୁଲରେ ତାଙ୍କ ବଦଳରେ ମୋହନ ନାଁ ଘୋଷଣା ହୋଇଥିଲା । ମୋହନ କେବେ ଜିଲ୍ଲାରେ ନଥିଲେ କିମ୍ବା ସଂଗଠନ କରିନଥିଲେ ।
ସେ କେବଳ ପିସିସି କାର୍ଯ୍ୟାଳୟରେ ବୁଲନ୍ତି । ମୁଁ ଗ୍ରାଉଣ୍ଡରେ ଥିଲି, ସଂଗଠନ ବି କରୁଥିଲି, ତେଣୁ ଦଳ ମୋତେ ଟିକେଟ ଦେଇଛି ବୋଲି ବିନୋଦ କହିଛନ୍ତି । ଅନ୍ୟପଟେ ଗତ କିଛିଦିନ ତଳେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା କଂଗ୍ରେସ । ସମ୍ବଲପୁର ଲୋକସଭାରୁ ଦୁଲାଲ ଚନ୍ଦ୍ର ପ୍ରଧାନ ଓ ଆସିକାରୁ ଦେବକାନ୍ତ ଶର୍ମା ନିର୍ବାଚନ ଲଢ଼ିବେ ।
ନିକଟରେ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କୁ ମଧ୍ୟ ଟିକେଟ ଦେଇଥିଲା ଦଳ । ସିପ୍ରା କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଗଣେଶ୍ୱର ବେହେରା ମଧ୍ୟ କେନ୍ଦ୍ରାପଡ଼ା ଆସନରୁ ଟିକେଟ ପାଇଛନ୍ତି ।
ବିଜେପି ଛାଡ଼ି କଂଗ୍ରେସରେ ମିଶି ଥିବା ସୋନାଲି ସାହୁଙ୍କୁ ମଧ୍ୟ ଟିକେଟ ମିଳିଛି । ତାଙ୍କୁ ଦଳ ଖୋର୍ଦ୍ଧାରୁ ଟିକେଟ ଦେଇଛି । ଝାରସୁଗୁଡ଼ା ବିଧାନସଭା ଆସନରୁ କଂଗ୍ରେସ ଅମିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ କ୍ଷୀରୋଦ ପାତ୍ର, ସୁକିନ୍ଦା- ବିଭୁ ଭୂଷଣ ରାଉତ, କଣ୍ଟାମାଳରୁ ଶରତ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା ଦଳ ।
ସେହିପରି ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡ଼ାରୁ ଲୋକନାଥ ମହାରଥୀ, ନିମାପଡ଼ାରୁ ସିଦ୍ଧାର୍ଥ ରାଉତରାୟ, ପିପିଲିରୁ ଜ୍ଞାନରଂଜନ ପଟ୍ଟନାୟକ, ଜୟଦେବରୁ କୃଷ୍ଣ ସଗରିଆ, ଚିଲିକାରୁ ପ୍ରଦୀପ ସ୍ୱାଇଁ, କବିସୂର୍ଯ୍ୟନଗରରୁ ସଂଜୟ ମଣ୍ଡଳ ଓ ଗୋପାଳପୁରରୁ ଶ୍ୟାମସୁନ୍ଦର ସାହୁଙ୍କୁ ପ୍ରାର୍ଥୀ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)