/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714148746.jpg)
Baijayant Panda
ବିଜେପିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। ପ୍ରଥମେ ବୈଜୟନ୍ତ ବାରିମୂଳ ବଙ୍ଗାଳୀ ସାହି ବଜାରରେ ପହଁଚିବା ପରେ ବିଜେପି କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ କରିଥିଲେ। ପରେ ପରେ ତିଳୋତ୍ତମା ଦେଇପୁରଠାରେ ଆୟୋଜିତ କାର୍ଯ୍ୟକତା ସମ୍ମିଳନୀରେ ଯୋଗଦେଇଥିଲେ ବୈଜୟନ୍ତ। ୧୩ ନମ୍ବର ଜୋନର କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।
ଚଳିତ ନିର୍ବାଚନରେ କିଭଳି ବୁଥସ୍ତରରେ ସଂଗଠିତ ହେବା ସହ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇ ପାରିବ, ତାଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥସହିତ ବୁଥସ୍ତରୀୟ କାର୍ଯ୍ୟକତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବୈଜୟନ୍ତ। ଏହି କାର୍ଯ୍ୟକ୍ରମରେ ପାଟକୁରା ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା ସହ ବହୁ ପ୍ରମୁଖ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ। ଏହି ଅବସରରେ ଅନ୍ୟଦଳ ଛାଡି ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ।
କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ଜମୁଛି ଜୋରଦାର ପ୍ରଚାର। ଦିନକ ତଳେ ମାହାଙ୍ଗାରେ ପ୍ରଚାର କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। କୁରୁଙ୍ଗ ମେଲଣ ପଡ଼ିଆରୁ ବାହାରି ମାହାଙ୍ଗ ଉମରଭଉଁରିଆ ଦେଇ ତେରକଣା ପର୍ଯ୍ୟନ୍ତ ବୈଜୟନ୍ତଙ୍କ ରାଲି ହୋଇଥିଲା। ବୈଜୟନ୍ତଙ୍କ ସହ ରାଲିରେ ସାମିଲ ହୋଇଥିଲେ ମାହାଙ୍ଗା ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ। ସେ ମଧ୍ୟ ପ୍ରଚାରରେ ସାମିଲ ହୋଇ ଭୋଟ୍ ପାଇଁ ନିବେଦନ କରିଛନ୍ତି ସାଧାରଣ ଜନତାଙ୍କୁ। ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଗହଣରେ ଯାଇ ଭୋଟ୍ ଭିକ୍ଷା କରିଛନ୍ତି ବୈଜୟନ୍ତ ଏବଂ ସୁମନ୍ତ।
ଓଡ଼ିଶାରେ ଏଥର ବିଜେପି ସରକାର। ଶାହଙ୍କ ସୋନପୁର ଗସ୍ତ ବେଳେ ହାମଲା ଓ ଭୁବନେଶ୍ୱରରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁଜ୍ଞାନ ପରେ ଏବେ ଏଇ ନାରାରେ ରାଜ୍ୟରେ ବିଜେଡି ଶାସନକୁ ଗାଦିଚ୍ୟୁତ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି। ଶାହଙ୍କ ଟିପ୍ସକୁ ଅକ୍ଷରେ ଅକ୍ଷରେ ମାନି ଏମଏଲ୍ଏ, ଏମପି ପ୍ରାର୍ଥୀ ମିଳିମିଶି ପ୍ରଚାର ପାଇଁ ରଣନୀତି ପ୍ରସ୍ତୁତ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)