• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟରେ ଆସନ୍ତା ମେ ୧୩ରେ ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ । ତେବେ ଏଯାଏଁ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା ସରିନି । ଶାସକ-ବିରୋଧୀ ପରସ୍ପରକୁ ଛଚାଛକି ଭିତରେ ଆସନ ଘୋଷଣା ବିଳମ୍ବିତ ହେଉଥିବା ଥିବା ଚର୍ଚ୍ଚା ହେଉଛି । ବିଜେଡି ଆଉ ୬ ବିଧାନସଭା ଆସନରେ ପ୍ରାର୍ଥୀ ଦେଇ ନ ଥିବା ବେଳେ ବିଜେପି ୧୫ ବିଧାନସଭା ଆସନ ଓ କଂଗ୍ରେସ ୯ ବିଧାନସଭା ଓ ୨ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ ।

ସେପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ସରିଛି । ଆସନ୍ତା ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି । ଗତକାଲି ପ୍ରାର୍ଥିପତ୍ର ଯାଂଚ ପରେ ଏହି ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ୪ ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ପାଇଁ ୩୯ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ସେହିପରି ନିର୍ବାଚନ ହେବାକୁ ଥିବା ୨୮ ବିଧାନସଭା ଆସନ ପାଇଁ ୨୬୬ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ଆସନ୍ତା ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ପ୍ରଥମ ପର୍ଯ୍ୟାୟରେ କେତେ ପ୍ରାର୍ଥୀ ରହିବେ ତାହା ସ୍ପଷ୍ଟ ହେବ । ଅନ୍ୟପଟେ ତିନି ପ୍ରମୁଖ ଦଳ କେବେ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିବେ ଏବେ ତା ଉପରେ ନଜର ।

ସେପଟେ ଆସନ୍ତା ମେ’ ୨୦ରେ ଓଡ଼ିଶାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ସଂସଦୀୟ ଆସନ ଓ ଏହି ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।