/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715759710.jpg)
Rahul Gandhi
ପ୍ରଚାର ପାଇଁ ବଲାଙ୍ଗିରରେ କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧି। ଝାରସୁଗୁଡ଼ା ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବଲାଙ୍ଗିରରେ ପହଞ୍ଚିଲେ। ଆୟୋଜିତ ସଭାରେ ବକ୍ତବ୍ୟ ଦେଲେ ରାହୁଲ। କହିଲେ, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି।
ସଭାରେ ବିଜେପିକୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧି। ବିଜେପିର ବଡ଼ବଡ଼ ନେତା ସଂରକ୍ଷଣ ହଟାଇବା ନେଇ କହୁଛନ୍ତି। ଜୁନ୍; ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ। ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ, ସବୁ ବର୍ଗଙ୍କ ଗଣତି ହେବ। ଏହାପରେ ଦେଶର ସବୁ ଗରିବଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ । ଏଥିରେ ଗରିବ, ଦିନ ମଜୁରିଆ ଓ ବେରୋଜଗାରଙ୍କ ନାଁ ରହିବ। ପ୍ରତି ପ୍ରତିବାରରୁ ଜଣେ ମହିଳାଙ୍କ ନାଁ ଚୟନ କରାଯିବ। କୋଟିଏ ମହିଳାଙ୍କ ଲିଷ୍ଟ ପ୍ରସ୍ତୁତ କରାଯିବ।
ଅଧିକ ପଢ଼ନ୍ତୁ: ‘ଲୋକ ଚାହୁଁଛନ୍ତି ବିଜେପି ଆସୁ, ଓଡ଼ିଶାବାସୀଙ୍କୁ ପରିବର୍ତ୍ତନ ଦରକାର'
୪ଜୁଲାଇରୁ ପ୍ରତିମାସରେ ଗରିବ ମହିଳାଙ୍କ ଆକାଉଣ୍ଟରେ ୮୫୦୦ ଟଙ୍କା ଦିଆଯିବ। ପ୍ରତି ଗରିବ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଦିଆଯିବ। ଏକ କୋଟି ମହିଳାଙ୍କୁ ଏକ ବର୍ଷରେ ଲକ୍ଷପତି କରିଦେବୁ କହିଲେ ରାହୁଲ ଗାନ୍ଧି। କୋଟିଏ ଟଙ୍କା ଗରିବଙ୍କ ପକେଟ୍କୁ ଯିବ। ସବୁ ବନ୍ଦ ଥିବା ଫ୍ୟାକ୍ଟ୍ରି ଚାଲୁ କରାଯିବ। ଏହାପରେ ନିଜ ଗାଁ ଓ ସହରରେ ରୋଜଗାର ମିଳିବ। ଏପରି ଭାବରେ ଆର୍ଥିକ ଇଞ୍ଜିନ ଚାଲୁ କରାଯିବ।
ଏବେର ସରକାର ପବ୍ଲିକ ସେକ୍ଟରକୁ ପୁଞ୍ଜିପତିଙ୍କୁ ବିକ୍ରି କରିଛନ୍ତି। ୧୬ଲକ୍ଷ କୋଟି ଦେଇ ବିଜେପି ସରକାର ୨୨ପୁଞ୍ଜିପତିଙ୍କ କର ଛାଡ଼ କରିଛନ୍ତି। ଗରିବଙ୍କ ଋଣ ଛାଡ଼ ନକରି, ଛାତ୍ରଙ୍କ ଋଣ ଛାଡ଼ ନ କରି ଧନୀଙ୍କୁ ଆହୁରି ଧନୀ କରିଛନ୍ତି। ଦେଶରେ ପ୍ରାୟ ୫୦ପ୍ରତିଶତ ପଛୁଆ ବର୍ଗର ଲୋକ ଅଛନ୍ତି। ୧୫ପ୍ରତିଶତ ଲୋକ ଦଳିତ, ୮ପ୍ରତିଶତ ଆଦିବାସୀ ଅଛନ୍ତି।
କଂଗ୍ରେସ ଚାଷୀଙ୍କ ଋଣ ଛାଡ଼ କରିବ। ଚାଷୀଙ୍କ ପାଇଁ ପ୍ରଥମଥର କାନୁନ ସହ ଏମଏସପି ଗ୍ୟାରେଣ୍ଟି ପ୍ରଦାନ କରାଯିବ। ୩୦ଦିନରେ ମିଳିବ ବୀମାଟଙ୍କା। ଓଡ଼ିଶାର ଅନେକ ଲୋକ ମନରେଗା, ଆଶା ଓ ଅଂଗନୱାଡି କର୍ମୀ ଭାବେ କାମ କରୁଛନ୍ତି। କଂଗ୍ରେସ ଆସିଲେ ମନରେଗା ଟଙ୍କା ୩୦୦ରୁ ୪୦୦ଟଙ୍କାକୁ ବୃଦ୍ଧି କରାଯିବ।ଏଥିସହ ଆଶା ଓ ଅଂଗନୱାଡି କର୍ମୀଙ୍କ ଦରମା ଦୁଇଗୁଣ କରାଯିବ। ୩୦ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ। ଯୁବକଙ୍କ ପାଇଁ ଚାକିରି ଗ୍ୟାରେଣ୍ଟି ଦେଉଛି କଂଗ୍ରେସ। ସବୁ ବେରୋଜଗାର ଗ୍ରାଜୁଏଟଙ୍କୁ ଏକ ବର୍ଷ ଚାକିରି ସହ ପ୍ରତିମାସରେ ୮୫୦୦ଟଙ୍କା ଆକାଉଣ୍ଟରେ ପ୍ରଦାନ କରାଯିବ ବୋଲି କହିଲେ ରାହୁଲ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)