Advertisment

ବୈଜୟନ୍ତଙ୍କ ମନ୍ତବ୍ୟକୁ କଦର୍ଥ କରିଥିଲା ବିଜେଡି, ଅଫିସ୍ ଦେଲା ଉତ୍ତର

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ସଂପର୍କରେ ବୈଜୟନ୍ତଙ୍କ ମନ୍ତବ୍ୟକୁ ବିଜେଡିର କଦର୍ଥ ପ୍ରସଙ୍ଗ । ଏନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ ପ୍ରତିକ୍ରିୟା ମିଳିଲା ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Jay Panda, refuted BJD's remarks about his health and criticized a Tamil puppeteer

Baijayant Jay Panda

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ସଂପର୍କରେ ବୈଜୟନ୍ତଙ୍କ ମନ୍ତବ୍ୟକୁ ବିଜେଡିର କଦର୍ଥ ପ୍ରସଙ୍ଗ । ଏନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ ପ୍ରତିକ୍ରିୟା ମିଳିଲା । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସଂପର୍କରେ କିଛି କୁହାଯାଇନଥିବା ସ୍ପଷ୍ଟ କଲା ଅଫିସ୍‌ । ବିଜେଡିର ତାମିଲ ବାବୁ ଜଣକ ଆଜି ପୁଣି ଥରେ ମନ୍ତବ୍ୟକୁ କଦର୍ଥ କରିଛନ୍ତି ବୋଲି ପ୍ରତିକ୍ରିୟା ମିଳିଛି ।

Advertisment

ବୈଜୟନ୍ତ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସଂପର୍କରେ କହିଥିବା ସେ କହି କଦର୍ଥ କରିଛନ୍ତି । ସେ ଓଡ଼ିଆ ବୁଝିପାରୁଥିଲେ ସିଏମ୍‌ଙ୍କ ସ୍ୱାସ୍ଥ୍ୟ ବିଷୟରେ କିଛି କୁହାଯାଇନଥିବା ବୁଝିଥାନ୍ତେ । ବୈଜୟନ୍ତ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଅଣଓଡ଼ିଆ ନିୟନ୍ତ୍ରଣ କରୁଛନ୍ତି । ପ୍ରକୃତ ଭିଡିଓ ବଦଳରେ ସେ ମୁଖ୍ୟମନ୍ତ୍ରୀଙ୍କ ଡିପ୍‌ଫେକ୍‌ ଭିଡିଓ ଦେଖାଉଛନ୍ତି ବୋଲି ଅଫିସ୍ ତରଫରୁ ପ୍ରତିକ୍ରିୟାରେ କୁହାଯାଇଛି ।

ତେବେ ବିଜେଡି କଦର୍ଥ କରି ଗଲାକାଲିଠୁ ବୈଜୟନ୍ତଙ୍କ ସ୍ୱାସ୍ଥ୍ୟକୁ ନେଇ ଟିପ୍ପଣୀ କରୁଛି । ଏସବୁ ଘଟଣାର ଗୋଟିଏ ମାତ୍ର ସମାଧାନ ଅଛି କହିଲା ବୈଜୟନ୍ତଙ୍କ ଅଫିସ । ପ୍ରଧାନମନ୍ତ୍ରୀ କହିବା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସନ୍ତୁ, ସବୁ ସ୍ପଷ୍ଟ ହେବ ବୋଲି ଅଫିସ୍ କହିଛି । ପବ୍ଲିକ ଫୋରମ ଆସି ଓଡ଼ିଶାର ଜିଲ୍ଲା ନାଁ କହନ୍ତୁ, ସବୁ ସ୍ପଷ୍ଟ ହୋଇଯିବ ବୋଲି ପ୍ରତିକ୍ରିୟା ଦେଇଛି ।

Advertisment

ଅଧିକ ପଢ଼ନ୍ତୁ: ‘ମୁଖ୍ୟମନ୍ତ୍ରୀଙ୍କୁ ସେ କଣ୍ଢେଇ ଭାବେ ନଚାଉଛନ୍ତି, ଏହା ଅତ୍ୟନ୍ତ ଦୁଃଖ ଦାୟକ’

ଗତକାଲି ବିଜେପି ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ବୈଜୟନ୍ତ। ନବୀନ ପଟ୍ଟନାୟକ ଗୃହବନ୍ଦୀ। ତାଙ୍କ ଇମେଜ୍ ଆଉ ସ୍ୱରକୁ ବ୍ୟବହାର କରି ଡିପଫେକ ଭିଡିଓ କରି ଛଡ଼ାଯାଉଛି । ଏ କଥା ନିଜେ ନବୀନ ଜାଣିନାହାନ୍ତି ବୋଲି କହିଛନ୍ତି ନବୀନ । ଏହାସହ ନବୀନ ବାବୁଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା ଦରକାର ପଡୁଛି ବୋଲି ବି କହିଛନ୍ତି ।

ସେହିପରି ରାଜ୍ୟରେ ଆରମ୍ଭ ହୋଇଥିବା ଓଡିଆ ବନାମ ସଂସ୍କୃତ ଅଣଓଡିଆ ଚିନ୍ତାଧାରା, ନବୀନଙ୍କୁ ବନ୍ଦୀ କରିଥିବା ଲୋକଙ୍କ ଚିନ୍ତାଧାରା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ବୈଜୟନ୍ତ । ଓଡ଼ିଶାରେ ସରକାର ଆଉଟସୋର୍ସ ହୋଇଯାଇଛି । ସାରା ଓଡ଼ିଶାରେ ଏହି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ଏହି କଥା ଉଠାଇଥିଲେ ।

ଯାହାଙ୍କୁ ଓଡ଼ିଶାବାସୀ ଭୋଟ ଦେଇଥିଲେ ତାଙ୍କୁ ବନ୍ଦୀ କରାଯାଇଛି । କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଇଛି । ଭୁବନେଶ୍ୱରରେ ପ୍ରେସମିଟରେ ଏଭଳି ସାଂଘାତିକ କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେ କହିଛନ୍ତି, ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜଣେ ହିଁ ଲୋକ ନଜର ଆସୁଛନ୍ତି । କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି ନବୀନ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ ପଣ୍ଡା ।

ଆମ ପରିବାର ବିଜୁ ବାବୁଙ୍କ ପରିବାର ସହ ଘନିଷ୍ଠ ସମ୍ପର୍କ ରହି ଆସିଛି । ମୋତେ ଦୁଃଖ ଲାଗୁଛି ନବୀନଙ୍କୁ ଯେମିତି କବଜା କରାଯାଇଛି । ୨୦୧୮ ପର୍ଯ୍ୟନ୍ତ ନବୀନ ବାବୁ ଏପରି ନ ଥିଲେ । ନବୀନ ବାବୁ କ୍ୟାପ୍‌ଚର ହେବା ଯୋଗୁଁ ଓଡ଼ିଆ ଅସ୍ମିତା ବିପଦରେ । ସେ କ୍ୟାପଚର ହେବା ପରେ ଏହି ସମୟରେ ରତ୍ନଭଣ୍ଡାର ଚାବି ହଜିଛି । ଆଗରୁ ହଜି ନ ଥିଲା । ନବୀନଙ୍କ ଭିଡିଓ ବାର୍ତ୍ତା ତାଙ୍କର ନୁହେଁ । ଅଧିକାଂଶ ଡିପ୍ ଫେକ ଭିଡିଓ ।

ଅଧିକ ପଢ଼ନ୍ତୁ: ବ୍ରହ୍ମପୁର ଯୁକ୍ତ ୨ ଛାତ୍ରୀ ଗଣଦୁଷ୍କର୍ମ ମାମଲା, ସାଙ୍ଘାତିକ ଅଭିଯୋଗ ଆଣିଲା BJP

ଏଆଇ ଜରିଆରେ ଭିଡିଓ ତିଆରି ହୋଇଛି। କେହି ଜଣେ ତାଙ୍କୁ ମାଇକ୍ରୋଫୋନ ଧରି କୁହାଉଛି। ଯାହା ଡିଫ୍ ଫେକ୍ ଜରିଆରେ କହୁଛନ୍ତି ତାହା ସତ ତ ? ଓଡ଼ିଶାବାସୀ ତାଙ୍କୁ ଭୋଟ ଦେଇଥିଲେ, ସମସ୍ତେ ଜାଣିବା ଦରକାର ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି । ଅନ୍ୟପଟେ ଆଜି ବିଜେପିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ତଥା ଦଳର ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା ନିର୍ବାଚନୀ ପ୍ରଚାରକୁ ଜୋରଦାର୍ କରିଛନ୍ତି l

ଆଜି ସକାଳେ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ପହଞ୍ଚି ଓକିଲମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଭୋଟ ପାଇଁ ନିବେଦନ କରିଥିଲେ । ଏହି ଅବସରରେ ଆଇନଜୀବୀ ମାନେ ବୈଜୟନ୍ତ ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ l ମୋହରିର ସଂଘର ସଦସ୍ୟ ମାନଙ୍କୁ ମଧ୍ୟ ଭେଟିଥିଲେ ବୈଜୟନ୍ତ ପଣ୍ଡା ।

Baijayant Panda Odisha Politics General Elections 2024
Advertisment
Advertisment