ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୫ ଜଣ କଂଗ୍ରେସ କର୍ମକର୍ତ୍ତାଙ୍କୁ ବହିଷ୍କାର କରିଛି ଦଳ । ୫ ଜଣଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କଲେ ପିସିସି ସଭାପତି ଶରତ ପଟ୍ଟନାୟକ ।
ନବୀନ କହିଛନ୍ତି ରାଜ୍ୟରେ ବିଜେପି ସରକାରରେ ୨ରୁ ୩ ଜଣ MLA ସଂଖ୍ୟା ଗରିଷ୍ଠତାରୁ ଅଧିକ ଅଛନ୍ତି, କେନ୍ଦ୍ରରେ ବି ଅଳ୍ପସଂଖ୍ୟକ ସରକାର ଚାଲିଛି। ତେଣୁ ପରିଶ୍ରମ କରନ୍ତୁ, ଏକଜୁଟ୍ ରୁହନ୍ତୁ ଆଉ ଦଳକୁ ମଜବୁତ ରଖନ୍ତୁ ବୋଲି ନବୀନ ନିଜ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।
ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କୁ ଦର୍ଶନ କରିବେ।
ସାଧାରଣ ନିର୍ବାଚନରେ ବିଜେଡି ପରାଜୟ ପରେ ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ଆଗରୁ ଭିତରେ ଭିତରେ ହେଉଥିଲା ଏବେ ଖୋଲାଖୋଲି। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ କମିଟି ନିର୍ବାଚନରେ ସାମ୍ନାକୁ ଆସିଛି ଦଳ ଭିତରେ ବିବାଦ।
ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ପୁଣି ବଢାଯିବ ନା ନୂଆ ନିଯୁକ୍ତି ପାଇବେ? ଆସନ୍ତା ୩୦ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ସରିବାକୁ ଯାଉଥିବାରୁ ଏହି ଚର୍ଚ୍ଚା ଏବେ ଜୋର ଧରିଛି।
ସାଧାରଣ ନିର୍ବାଚନରେ ବିଜେଡି ପରାଜୟ ପରେ ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ଆଗରୁ ଭିତରେ ଭିତରେ ହେଉଥିଲା ଏବେ ଖୋଲାଖୋଲି। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ କମିଟି ନିର୍ବାଚନରେ ସାମ୍ନାକୁ ଆସିଛି ଦଳ ଭିତରେ ବିବାଦ।
ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । ସବୁ ସୀମା ଡେଇଁଲେ ବିଦ୍ରୋହୀ । ସଂଘବଦ୍ଧ ହୋଇ କଂଗ୍ରେସ ଭବନକୁ ଧସେଇ ପଶିଲେ ।
ପାର୍ଟି ଅଫିସ୍ ଚାମ୍ବରକୁ ଧସେଇ ପଶି କାଳିମାଡ଼ କଲେ ଅଜଣା ବ୍ୟକ୍ତି । ନିଟ୍ ବିଭ୍ରାଟ ବିକ୍ଷୋଭ ଭଣ୍ଡୁର ପାଇଁ ବିଜେପିର ଅପଚେଷ୍ଟା- ଶରତ ପଟ୍ଟନାୟକ
ନିୟମ ଅନୁସାରେ ଉପାଧ୍ୟକ୍ଷଙ୍କୁ କାହିଁକି ଏତେ ଦିନ ଯାଏ ଦାୟିତ୍ୱ ଦିଆଯାଇନଥିଲା ବୋଲି କହି ବିଡିଓଙ୍କୁ ଘେରିଥିଲେ ନିର୍ବାଚନ ଜନପ୍ରତିନିଧି ।
ଝାରସୁଗୁଡ଼ାରେ ନିର୍ବାଚନ କମିଶନରଙ୍କ ତତ୍ତ୍ୱାବଧାନରେ ଏକ ଇଞ୍ଜିନିୟରିଂ ଟିମ୍ର ଉପସ୍ଥିତିରେ ୧୩ଟି ବୁଥ୍ରେ, ୧୩ ସେଟ୍ ଇଭିଏମ୍ ଓ ଭିଭିପାଟ୍ ଯାଞ୍ଚ କରାଯିବ ।
କଂଗ୍ରେସ ଭବନରେ ପଶି ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କଲେ ଅସନ୍ତୁଷ୍ଟ ଗୋଷ୍ଠୀ ।
କଟକ ଲୋକସଭାରୁ ସାତ ସାତଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ଏଥର ବିଜେଡିର ସଂତୃପ୍ତ ମିଶ୍ରଙ୍କୁ ୫୭ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।
ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରଣପୁର ବିଧାୟିକା ସୁରମା ପାଢୀ। ଆଜି ସର୍ବସମ୍ମତି କ୍ରମେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି।
ସୁରମା ପାଢ଼ୀ ହେଲେ ବିଧାନସଭାର ନୂଆ ବାଚସ୍ପତି। ସବୁ ଦଳର ସମର୍ଥନରେ ବସିଲେ ବାଚସ୍ପତି ଆସନରେ। ବିରୋଧୀ ବିଜେଡି, କଂଗ୍ରେସ୍ ଓ ସିପିଏମ୍ ସୁରମାଙ୍କୁ ଶୁଭେଚ୍ଛା ଜଣାଇବା ସହ ବିନା ପାତରଅନ୍ତରରେ ସେ ଗୃହ କାର୍ଯ୍ୟ ପରିଚାଳନା କରିବେ ବୋଲି ଆଶା ରଖିଛନ୍ତି।
ଛତିଶା ନିଯୋଗରେ ପ୍ରସଙ୍ଗ ଉଠିନଥିବା କହିଲେ ସେବାୟତ । ଆଇନମନ୍ତ୍ରୀଙ୍କ ସୂଚନା, ଖୋଲିବା ପ୍ରକ୍ରିୟାରେ ଅଛନ୍ତି ସରକାର ।
ଏଥିରେ ବିନିଯୋଗ ହୋଇଥିବା ଟଙ୍କା କଳାଧନ ବୋଲି ଅଭିଯୋଗ କରିଛି ଟିଡିପି। ଗତଥର ଜଗନ୍ କ୍ଷମତାକୁ ଆସିବା ପରେ ଚନ୍ଦ୍ରବାବୁଙ୍କ ଘରକୁ ବେଆଇନ ଦର୍ଶାଇ ଭଙ୍ଗା ଯାଇଥିଲା ତେଣୁ ଏଥର ଜଗନଙ୍କ ଘର କଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ନବୀନବାବୁଙ୍କ ହାତ କ’ଣ ପାଇଁ ଏମିତି ଥରୁଥିବା ପ୍ରଶ୍ନରେ ତାରା କହିଛନ୍ତି, ଜାଣିଶୁଣି ଏମିତି କରୁଥିବେ ବୋଲି ଭାବୁଛି। ଡ୍ରାମା କରୁଥିଲେ। ଲେଖା ଛିଡିଗଲା। ପାଇଟି ସରିଲାବୋଲି ତାରା କହିଛନ୍ତି।
ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇଯିବେ । କୌଣସି କଟ୍ନୀଛଟ୍ନୀ କରାଯିବନି, କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହେଲେ ସୁରମା ପାଢ଼ୀ । ଏକମାତ୍ର ପ୍ରାର୍ଥୀ ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ନବୀନ ବାବୁଙ୍କ ସ୍ବାସ୍ଥ୍ୟ ଏବେ ଭଲ ଅଛି। ଏ କଥା ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା । କାରଣ ନିର୍ବାଚନ ହାରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ବେଶ ଚଳଚଞ୍ଚଳ ଥିବା ପରି ମନେ ହେଉଛନ୍ତି। ପାଣ୍ଡିଆନଙ୍କୁ ଆଉ ପାଖେ ପାଖେ ଛିଡା ହେଉଥିବା ଦେଖିବାକୁ ମିଳୁନି। ସେ ଏବେ ସବୁଠିକୁ ଯାଉଛନ୍ତି, ସମସ୍ତଙ୍କ ସହ ମିଶୁଛନ୍ତି। ଯାହାର ଭିଡିଓ ମଧ୍ୟ ଆପଣ ଦେଖିଥିବେ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଧାୟକମାନଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରି ଦିଲ୍ଲୀକୁ ରିପୋର୍ଟ ପଠାଇଛନ୍ତି ।
ସୁରମା ପାଢ଼ୀ ହେବେ ପରବର୍ତ୍ତୀ ବାଚସ୍ପତି। ଆଜି ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହେବା ପରେ, ସୁରମା ବାଚସ୍ପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ପ୍ରମିଳା ମଲ୍ଲିକଙ୍କ ପରେ ବିଧାନସଭା ପରିଚାଳନାର ମଙ୍ଗ ଧରିବେ ସୁରମା ପାଢୀ। ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ସୁରମା ଆଜି ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଏହି ସମୟରେ ନୀତୀଶ କୁମାର ହଠାତ୍ ପିଏମ ମୋଦୀଙ୍କ ହାତ ଧରୁଛନ୍ତି । ଆଉ ତାଙ୍କ ଆଙ୍ଗୁଠି ଦେଖୁଛନ୍ତି ।
ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେଲେ । ବିଜେଡି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।